ଦୀପାବଳି ପୂର୍ବରୁ ଦିଲ୍ଲୀରେ ପ୍ରବଳ ଭିଡ଼। ଗାଡ଼ି ଗଡ଼ୁଛି କମ୍, ଅଟକୁଛି ଅଧିକ। ଦିଲ୍ଲୀର ସବୁ ପ୍ରବେଶ ପଥରେ ଏମିତି ସ୍ଥିତି। ୪ରୁ ୫ କିଲୋମିଟର୍ ଯାଏଁ ଲମ୍ବା ଲାଇନ୍। ଘଣ୍ଟା ଘଣ୍ଟା ଯାଏଁ ଗଡ଼ୁନି ଗାଡ଼ି।
![]()
/odishatv-khabar/media/media_files/2025/10/17/delhi-2025-10-17-08-12-44.jpg)
DELHI Photograph: (OTV)
ଜାମ୍ ଏତେ କି ଚକେ ଗଡ଼ିବାକୁ ଲାଗୁଛି ଘଣ୍ଟାଏ। ଦୀପାବଳି ପୂର୍ବରୁ ଦିଲ୍ଲୀରେ ପ୍ରବଳ ଟ୍ରାଫିକ୍ ଜାମ୍। ଗଡ଼ୁଛି କମ୍, ଅଟକୁଛି ଅଧିକ। ଦିଲ୍ଲୀର ସବୁ ପ୍ରବେଶ ପଥରେ କିଛି ଏଭଳି ସ୍ଥିତି। ଦିଲ୍ଲୀରୁ ନୋଏଡ଼ା, ଦିଲ୍ଲୀରୁ ଗୁରୁଗ୍ରାମକୁ ପ୍ରବେଶ ପଥରେ ସ୍ଥିତି ସାଂଘାତିକ। ଏ ଦୃଶ୍ୟ ଦିଲ୍ଲୀ IIT କରିଡର୍ ରାସ୍ତାର। ଯେଉଁଠି ୪ରୁ ୫ କିଲୋମିଟର୍ ଯାଏଁ ଲମ୍ବା ଲାଇନ୍ ଲାଗିଛି। ବିଶେଷ ଭାବେ ଦିଲ୍ଲୀ ଚାନ୍ଦିନୀ ଚୌକ, ଲାଚପଥ୍ ନଗର, ସରୋଜିନୀ, କରୋଲ୍ ବାଗ ଭଳି ଅଞ୍ଚଳକୁ ଲୋକେ ଜିନିଷ କିଣାକିଣି କରିବାକୁ ଆସୁଛନ୍ତି। ତାସହ ଛୁଟି ପୂର୍ବରୁ ଅନେକ ଲୋକେ ଦିଲ୍ଲୀରୁ ନିଜ ନିଜ ରାଜ୍ୟକୁ ବି ଯାଉଛନ୍ତି। ତେଣୁ ଏତେ ପରିମାଣର ଭିଡ଼ ରହୁଛି। ସେହିଭଳି ଦିଲ୍ଲୀର ମେଟ୍ରୋରେ ବି ଅସମ୍ଭାଳ ପରିସ୍ଥିତି।




