Luhansk Coal Mine Strike: ୟୁକ୍ରେନ୍ ଆକ୍ରମଣରେ ଥରିଲା ଲୁହାନ୍‌ସ୍କ, କୋଇଲା ଖଣିରେ ମାଟି ତଳେ ଫସିଲେ ୪୧ ଶ୍ରମିକ

luhansk-coal-mine-strike:-ୟୁକ୍ରେନ୍-ଆକ୍ରମଣରେ-ଥରିଲା-ଲୁହାନ୍‌ସ୍କ,-କୋଇଲା-ଖଣିରେ-ମାଟି-ତଳେ-ଫସିଲେ-୪୧-ଶ୍ରମିକ

ମସ୍କୋ: ରୁଷ ନିୟନ୍ତ୍ରିତ Luhansk ଅଞ୍ଚଳରେ ଥିବା Bilorichenska କୋଇଲା ଖଣି ଉପରେ ୟୁକ୍ରେନର ଆକ୍ରମଣ ପରେ ଏକ ବଡ଼ ବିପତ୍ତି ସୃଷ୍ଟି ହୋଇଛି। ଏହି ଆକ୍ରମଣ ଫଳରେ ଖଣିର ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ହୋଇଯାଇଥିବା ବେଳେ ଭୂଗର୍ଭରେ ୪୧ ଜଣ ଶ୍ରମିକ ଫସି ରହିଥିବା ସୋମବାର ଦିନ ରୁଷ ଦ୍ୱାରା ନିଯୁକ୍ତ ସ୍ଥାନୀୟ ଅଧିକାରୀ ସୂଚନା ଦେଇଛନ୍ତି।

ମସ୍କୋ ଦ୍ୱାରା ନିଯୁକ୍ତ ଲୁହାନ୍ସକ ଅଞ୍ଚଳର ମୁଖ୍ୟ ଲିଓନିଡ୍ ପାସେଚନିକ୍ କହିଛନ୍ତି ଯେ, “ଫସି ରହିଥିବା ଖଣି ଶ୍ରମିକମାନଙ୍କୁ ସୁରକ୍ଷିତ ଉଦ୍ଧାର କରିବା ସହ ଖଣିରେ ବିଦ୍ୟୁତ୍ ସଂଯୋଗ ପୁନଃସ୍ଥାପନ କରିବା ପାଇଁ ସମସ୍ତ ସମ୍ପୃକ୍ତ ବିଭାଗ ପକ୍ଷରୁ ତ୍ୱରିତ ପଦକ୍ଷେପ ନିଆଯାଉଛି।”

ଶ୍ରମିକମାନଙ୍କ ବର୍ତ୍ତମାନର ସ୍ଥିତି ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି ଯେ, ଭୂଗର୍ଭରେ ଫସିଥିବା ଶ୍ରମିକମାନଙ୍କ ସହ ସଫଳତାର ସହ ଯୋଗାଯୋଗ ସ୍ଥାପନ କରାଯାଇପାରିଛି ଏବଂ ସେମାନଙ୍କ ନିକଟରେ ପିଇବା ପାଣି ପହଞ୍ଚାଇବାର ବ୍ୟବସ୍ଥା କରାଯାଇଛି।

ସୂଚନାଯୋଗ୍ୟ ଯେ, ରୁଷ-ୟୁକ୍ରେନ୍ ଯୁଦ୍ଧ ମଧ୍ୟରେ ସୀମାପାର ଆକ୍ରମଣ ଲଗାତାର ବୃଦ୍ଧି ପାଉଛି। ବିଶେଷକରି ଶକ୍ତି କେନ୍ଦ୍ର, ଖଣି ତଥା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମିଗୁଡ଼ିକୁ ଏବେ ଯୁଦ୍ଧରେ ମୁଖ୍ୟ ଟାର୍ଗେଟ୍ କରାଯାଉଛି।

Scroll to Top