ନୂଆଦିଲ୍ଲୀ: ଆଜି ଫେବ୍ରୁଆରୀ ୧ । ଦେଶର ଅର୍ଥନୀତିର ଦିଗ ନିର୍ଣ୍ଣୟ କରିବ ଏହି ଦିନ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୯ମ କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନ କରୁଛନ୍ତି । ଏହି ବଜେଟରେ କରଦାତାମାନେ ଆଶ୍ୱସ୍ତି ପାଇବାକୁ ଆଶା କରୁଥିବା ବେଳେ, ମଧ୍ୟବିତ୍ତ ବର୍ଗଠାରୁ ଗ୍ରାମୀଣ ଚାଷୀ ପର୍ଯ୍ୟନ୍ତ ସମସ୍ତେ ମଧ୍ୟ ସରକାରଙ୍କ ଉପରେ ନଜର ରଖିଛନ୍ତି । ସରକାର ଅଭିବୃଦ୍ଧି ଏବଂ ଅର୍ଥନୀତି କିପରି ସନ୍ତୁଳିତ କରିବେ ତାହା ଉପରେ ନିବେଶକମାନେ ନଜର ରହିଛି । ଏହି ବଜେଟ୍ ଏପରି ଏକ ସମୟରେ ଆସିଛି ଯେତେବେଳେ, ଗୋଟିଏ ପଟେ, ଘରୋଇ ଚାହିଦା ଦୃଢ଼ ଥିବା ରିପୋର୍ଟ କରାଯାଉଛି, ଅନ୍ୟପଟେ, ବିଶ୍ୱରେ ଅସ୍ଥିରତା ରହିଛି । ଆମେରିକାର ଶୁଳ୍କ ନୀତି ଏବଂ ଭୂ-ରାଜନୈତିକ ଉତ୍ତେଜନା ମଧ୍ୟରେ ବିଶ୍ୱ ଅର୍ଥନୀତି ଅନିଶ୍ଚିତତାର ସମ୍ମୁଖୀନ ହେଉଛି ।
କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରବିବାର ସଂସଦରେ ଦେଶର ସାଧାରଣ ବଜେଟ୍ ଉପସ୍ଥାପନ କରୁଛନ୍ତି । ଏହା ପୂର୍ବରୁ କେନ୍ଦ୍ରୀୟ କ୍ୟାବିନେଟ୍ ବଜେଟ୍ ଉପରେ ମୋହର ମାରିଥିଲା । ବଜେଟ୍ ଉପସ୍ଥାପନ ପୂର୍ବରୁ ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିଥିଲେ ।
ନିର୍ମଳା ସୀତାରମଣ ବଜେଟ୍ ଭାଷଣ ଆରମ୍ଭ କରି କହିଛନ୍ତି, ମାଘ ପୂର୍ଣ୍ଣିମା ଓ ଗୁରୁ ରବିଦାସ ଜୟନ୍ତୀ ଅବସରରେ ଏହି ବଜେଟ୍ ଉପସ୍ଥାପନ କରୁଛି । ଗତ ବର୍ଷରେ ମଧ୍ୟରେ ଅନିଶ୍ଚିତତା ସତ୍ତ୍ୱେ ଆମେ ଅର୍ଥବ୍ୟବସ୍ଥାକୁ ସ୍ଥିର ରଖିଛୁ । ଆମେ ଦୂରଗାମୀ ଢାଞ୍ଚାଗତ ସଂସ୍କାର କରିଛୁ । ଆତ୍ମନିର୍ଭରତାକୁ ପ୍ରମୁଖ ଉଦ୍ଦେଶ୍ୟ କରିଛୁ । ଆମଦାନୀ ଉପରେ ନିର୍ଭରତା କମାଇଛୁ । ନାଗରିକଙ୍କୁ ଏହାର ଲାଭ ମିଳୁ, କୃଷି ଉତ୍ପାଦନ ବୃଦ୍ଧି ପାଉ ଓ ପରିବାରର କ୍ରୟ ଶକ୍ତି ବଢୁ, ତାହା ଆମେ ସୁନିଶ୍ଚିତ କରିଛୁ । ଆମ ନୀତି ଯୋଗୁଁ ସାତ ପ୍ରତିଶତ ଅଭିବୃଦ୍ଧି ହାର ହାସଲ କରିଛୁ ।
ଅର୍ଥମନ୍ତ୍ରୀ କହିଛନ୍ତି, ଆଜି ଆମେ ଏପରି ବାହ୍ୟ ପରିସ୍ଥିତିର ସାମନା କରୁଛୁ, ଯେଉଁଠ କାରବାର ବିପଦରେ ରହିଛି । ନୂଆ ପ୍ରଯୁକ୍ତି ଉତ୍ପାଦନ ପ୍ରଣାଳୀକୁ ପରିବର୍ତ୍ତନ କରୁଛି । ଭାରକ ବିକଶିତ ଭାରତ ଆଡ଼କୁ ବିଶ୍ୱାସ ସହ ପାଦ ବଢାଉଛି । ଭାରତକୁ ବୈଶ୍ୱିକ ବଜାରରେ ଏକୀକୃତ ହୋଇ ଅଧିକରୁ ଅଧିକ ରପ୍ତାନୀ କରିବାକୁ ହେବ । ବିଶ୍ୱର ସର୍ବବୃହତ ଅର୍ଥବ୍ୟବସ୍ଥା ହେବା ଦିଗରେ ଲୋକଙ୍କ ସହ ଲୋକଙ୍କ ସମର୍ଥନ ପାଇଁ କୃତଜ୍ଞ । ଆମ ଲକ୍ଷ୍ୟ ବିକାଶର ଲାଭ ସମସ୍ତ ବଞ୍ଚିତ ବର୍ଗ ଓ ମହିଳାଙ୍କ ଯାଏ ପହଞ୍ଚ ସୁନିଶ୍ଚିତ କରିବା ।
ସୀତାରମଣ ନିଜ ବଜେଟ୍ ଭାଷଣରେ କହିଛନ୍ତି, ସରକାର ବିକଶିତ ଭାରତ ଦିଗରେ ମଜଭୁତ ପଦକ୍ଷେପ ନେବା ଜାରି ରଖିଛନ୍ତି । ଭାରତ ବୈଶ୍ୱିକ ବଜାର ସହ ଗଭୀର ଭାବେ ଜଡ଼ିତ ରହିଛି । ମୁଁ ପାର୍ଟ-ଏ ଆରମ୍ଭ କରି ଏହି ଦେଶର ନାଗରକଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରୁଛି, ଯେଉଁମାନେ ଦେଶକୁ ସବୁଠୁ ବଡ଼ ଅର୍ଥବ୍ୟବସ୍ଥା କରିଛନ୍ତି । ଚାଷୀ, ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି, ଯୁବପିଢ଼ି, ମହିଳା ଏବଂ ଗରିବମାନେ ଯେପରି ଲାଭ ପାଇବେ ତାହା ଆମେ ସୁନିଶ୍ଚିତ କରିଛୁ । ଏହା ଏକ ଯୁବ-ଚାଳିତ ବଜେଟ୍ । ଆମ ସରକାରଙ୍କ ପ୍ରତିବଦ୍ଧତା ହେଉଛି ଗରିବ ଏବଂ ଅବହେଳିତ ଲୋକଙ୍କ ଉପରେ ଧ୍ୟାନ ଦେବା । ଏହି ବଜେଟ୍ କର୍ତ୍ତବ୍ୟ ଭବନରେ ପ୍ରସ୍ତୁତ କରାଯାଇଥିଲା । ପ୍ରଥମ କର୍ତ୍ତବ୍ୟ ହେଉଛି ଆର୍ଥିକ ଅଭିବୃଦ୍ଧିକୁ ସ୍ଥାୟୀ ଭାବରେ ତ୍ୱରାନ୍ୱିତ କରିବା । ଦ୍ୱିତୀୟ କର୍ତ୍ତବ୍ୟ ହେଉଛି ଲୋକଙ୍କ ଆକାଂକ୍ଷା ପୂରଣ କରିବା । ତୃତୀୟ କର୍ତ୍ତବ୍ୟ ହେଉଛି ସମ୍ବଳ, ସୁବିଧା ଏବଂ ସୁଯୋଗ ପ୍ରତି ସମସ୍ତଙ୍କର ସମାନ ପହଞ୍ଚ ସୁନିଶ୍ଚିତ କରିବା ।”
ବଜେଟରେ: ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ନିଯୁକ୍ତି ପାଇଁ କ’ଣ ଅଛି ?
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କ ବଜେଟ୍ ଭାଷଣରେ ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ନିଯୁକ୍ତି ପାଇଁ ଅନେକ ଘୋଷଣା କରିଛନ୍ତି । ସେ କହିଛନ୍ତି, ଶିକ୍ଷାରୁ ନିଯୁକ୍ତି ଏବଂ ଉଦ୍ୟୋଗ ଉପରେ ଧ୍ୟାନ ଦିଆଯିବ । ସେବା କ୍ଷେତ୍ର ବିକଶିତ ଭାରତର ଏକ ମୁଖ୍ୟ ପ୍ରେରକ ହେବ । AI ସମେତ ପ୍ରଯୁକ୍ତିବିଦ୍ୟାର ପ୍ରଭାବ ମୂଲ୍ୟାଙ୍କନ କରିବା ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯିବ ।
ଦକ୍ଷତା ଭିତ୍ତିକ ନିଯୁକ୍ତି ଉପରେ ଗୁରୁତ୍ୱ ଦିଆଯିବ । ସ୍ୱାସ୍ଥ୍ୟ ବୃତ୍ତିଗତ ନିର୍ମାଣ କରୁଥିବା ସଂସ୍ଥାଗୁଡ଼ିକୁ ଅପଗ୍ରେଡ୍ କରାଯିବ । ରେଡିଓଲୋଜି ଏବଂ ଆନାସ୍ଥେସିଆ ଭଳି କ୍ଷେତ୍ର ଉପରେ ଧ୍ୟାନ ଦିଆଯିବ । ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଏକ ଲକ୍ଷ AHP ଯୋଡାଯିବ । 1.5 ଲକ୍ଷ କେୟାର ଗିଭର୍ସଙ୍କୁ ତାଲିମ ଦିଆଯିବ ।
ଚିକିତ୍ସା ପର୍ଯ୍ୟଟନ (ମେଡିକାଲ୍ ଟୁରିଜିମ)କୁ ପ୍ରୋତ୍ସାହିତ କରିବା ପାଇଁ ପାଞ୍ଚଟି ଆଞ୍ଚଳିକ ଚିକିତ୍ସା କେନ୍ଦ୍ର ପ୍ରତିଷ୍ଠା କରାଯିବ । ଏହି ପ୍ରକଳ୍ପଗୁଡ଼ିକରେ ଘରୋଇ କ୍ଷେତ୍ର ସହଭାଗିତା ରହିବ । ହେଲ୍ଥକେୟାର କମ୍ପ୍ଲେକ୍ସ ନିର୍ମାଣ କରାଯିବ । ଏଥିରେ ଆୟୁଷ କେନ୍ଦ୍ର ରହିବ । ନିଦାନ, ପୋଷ୍ଟର କେୟାର ଏବଂ ପୁନର୍ବାସ କେନ୍ଦ୍ର ରହିବ । ଏହା ସ୍ୱାସ୍ଥ୍ୟ ବୃତ୍ତିଗତଙ୍କ ପାଇଁ ନିଯୁକ୍ତି ସୁଯୋଗ ବୃଦ୍ଧି କରିବ ।
ବିଶ୍ୱବ୍ୟାପୀ ସ୍ୱୀକୃତି ପାଇଥିବା ପ୍ରାଚୀନ ଯୋଗ ଏବଂ ଆୟୁର୍ବେଦ ପ୍ରଣାଳୀ ଉପରେ ଗୁରୁତ୍ୱ ଦିଆଯିବ । ତିନୋଟି ନୂତନ ଅଖିଳ ଭାରତୀୟ ଆୟୁର୍ବେଦ ପ୍ରତିଷ୍ଠାନ ପ୍ରତିଷ୍ଠିତ ହେବ ।
ଅରେଞ୍ଜ ଇକୋନୋମି: ଗେମିଂ ଏବଂ କମିକ୍ସ ଭଳି କ୍ଷେତ୍ର ପାଇଁ ୨୦୩୦ ସୁଦ୍ଧା ୨ ନିୟୁତ ବୃତ୍ତିଗତଙ୍କ ଆବଶ୍ୟକତା ରହିଛି । AVGC କଣ୍ଟେଣ୍ଟ କ୍ରିଏଟର ଲ୍ୟାବ୍ ପ୍ରତିଷ୍ଠା କରାଯିବ । ପୂର୍ବ ଭାରତରେ ଏକ ନୂତନ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଡିଜାଇନ୍ ପ୍ରତିଷ୍ଠା କରାଯିବ ।
ଶିକ୍ଷା: ପ୍ରମୁଖ ଶିଳ୍ପ ଏବଂ ଲଜିଷ୍ଟିକ୍ସ କରିଡର ନିକଟରେ ପାଞ୍ଚଟି ବିଶ୍ୱବିଦ୍ୟାଳୟ ଟାଉନସିପ୍ ପ୍ରତିଷ୍ଠା କରାଯିବ । ପ୍ରତ୍ୟେକ ଜିଲ୍ଲାରେ ଗୋଟିଏ ମହିଳା ହଷ୍ଟେଲ ନିର୍ମାଣ କରାଯିବ ।
ଖବର ଲେଖା ଚାଲିଛି…




