Lenskart hijab controversy: ବିନ୍ଦି ଓ ତିଳକକୁ ନାଁ, ହେଲେ ହିଜାବକୁ ହଁ ? ଡ୍ରେସ୍ କୋଡ୍‌ ବିବାଦରେ ଫସିବା ପରେ ସଫେଇ ଦେଲା ଲେନ୍ସକାର୍ଟ

lenskart-hijab-controversy:-ବିନ୍ଦି-ଓ-ତିଳକକୁ-ନାଁ,-ହେଲେ-ହିଜାବକୁ-ହଁ-?-ଡ୍ରେସ୍-କୋଡ୍‌-ବିବାଦରେ-ଫସିବା-ପରେ-ସଫେଇ-ଦେଲା-ଲେନ୍ସକାର୍ଟ

ଡ୍ରେସ୍ କୋଡ୍ ନୀତିକୁ ନେଇ ବିବାଦରେ ଫସିଲା ଚଷମା କମ୍ପାନୀ ଲେନ୍ସକାର୍ଟ। ଏହି ପଲିସିରେ କର୍ମଚାରୀଙ୍କୁ ବିନ୍ଦି, ତିଳକ ଏବଂ ରକ୍ଷାସୂତ୍ର ପିନ୍ଧିବାକୁ ନିଷେଧ କରାଯାଇଛି। ହେଲେ ସର୍ତ୍ତ ସହିତ ହିଜାବ ଏବଂ ପଗଡ଼ି ପିନ୍ଧିବାକୁ ଅନୁମତି ଦିଆଯାଇଛି। ହେଲେ କମ୍ପାନୀ କହିଲା…

Published By: abinash – Prameya-News7 Bureau | April 16, 2026 06:29 PM

NEWS7

Lenskart grooming guide controversy
photo credit-indiatoday

Lenskart hijab controversy: ଡ୍ରେସ୍ କୋଡ୍ ନୀତିକୁ ନେଇ ବିବାଦରେ ଫସିଲା ଚଷମା କମ୍ପାନୀ ଲେନ୍ସକାର୍ଟ। କର୍ମଚାରୀଙ୍କ ପାଇଁ ଉଦ୍ଦିଷ୍ଟ ଏକ ପଲିସି ସୋସିଆଲ ମିଡିଆରେ ଭାଇରାଲ ହୋଇଛି, ଯାହା ଲେନ୍ସକାର୍ଟର ବୋଲି କୁହାଯାଉଛି। ଏହି ପଲିସିରେ କର୍ମଚାରୀଙ୍କୁ ବିନ୍ଦି, ତିଳକ ଏବଂ ରକ୍ଷାସୂତ୍ର ପିନ୍ଧିବାକୁ ନିଷେଧ କରାଯାଇଛି। ହେଲେ ସର୍ତ୍ତ ସହିତ ହିଜାବ ଏବଂ ପଗଡ଼ି ପିନ୍ଧିବାକୁ ଅନୁମତି ଦିଆଯାଇଛି।

ଶେଫାଳୀ ବୈଦ ନାମକ ଜଣେ ସମାଜସେବୀ ଏକ୍ସରେ ଏହି ପଲିସିର ଏକ ସ୍କ୍ରିନସଟ୍ ଶେୟାର କରିବା ବିବାଦ ବଢ଼ିଥିଲା। ଶେଫାଳୀ ପୋଷ୍ଟ ଶେୟାର କରି କମ୍ପାନୀର ପ୍ରତିଷ୍ଠାତାଙ୍କୁ ଟ୍ୟାଗ୍ କରି ପଚାରିଲେ, “ପିୟୁଷ ବଂଶଲ, ଆପଣ ସ୍ପଷ୍ଟ କରିପାରିବେ କି ଲେନ୍ସକାର୍ଟରେ ହିଜାବ୍ ଠିକ୍, କିନ୍ତୁ ବିନ୍ଦି ଏବଂ ରାକ୍ଷା ସୂତ୍ର କାହିଁକି ନୁହେଁ?” ଏହାପରେ ବହୁ ସଂଖ୍ୟାରେ ୟୁଜର ଲେନ୍ସକାର୍ଟକୁ ଟ୍ରୋଲ କରିଥିଲେ ଏବଂ ଏହାର ନୀତି ଉପରେ ପ୍ରଶ୍ନ ଉଠାଇଲେ।

Also Read- You Tube Shorts Time Limit: ଲଗାତର ସ୍କ୍ରଲ୍ କରି ଆଉ ଦେଖି ପାରିବେନି ଶର୍ଟ୍ସ ! ୟୁଟ୍ୟୁବ୍ ଆଣିଲା ନୂଆ ଫିଚର୍ସ

ୟୁଜର ଘେରିବା ପରେ କ’ଣ କହିଲେ ମାଲିକ ?
 

ପୀୟୁଷ ବଂଶଲ ଭାଇରାଲ ଡକ୍ୟୁମେଣ୍ଟକୁ ପୁରୁଣା ଏବଂ ଭୁଲ ବୋଲି କହିଛନ୍ତି। ସେ କହିଛନ୍ତି ଯେ ଏହା କମ୍ପାନୀର ବର୍ତ୍ତମାନର ନିର୍ଦ୍ଦେଶାବଳୀକୁ ପ୍ରତିଫଳିତ କରେ ନାହିଁ। କମ୍ପାନୀ ସମସ୍ତ ଧର୍ମକୁ ସମ୍ମାନ କରେ। ଆମର ଦେଶବ୍ୟାପୀ ହଜାର ହଜାର ଟିମ ସଦସ୍ୟ ଅଛନ୍ତି ଯେଉଁମାନେ ପ୍ରତିଦିନ ଗର୍ବର ସହିତ ସେମାନଙ୍କର ବିଶ୍ୱାସ ଏବଂ ସଂସ୍କୃତିକୁ ପିନ୍ଧି କାମ କରିଥାନ୍ତି।
 

ଭାଇରାଲ ଡକ୍ୟୁମେଣ୍ଟ କ’ଣ ଲେଖାଥିଲା?
 

ସୋସିଆଲ ମିଡିଆରେ ଶେୟାର ହୋଇଥିବା ଏହି‘ଗ୍ରୁମିଂ ଗାଇଡ୍’ ଅନୁଯାୟୀ, ମହିଳା କର୍ମଚାରୀମାନଙ୍କୁ ଦୋକାନରେ ବିନ୍ଦି କିମ୍ବା କ୍ଲଚର ପିନ୍ଧିବାକୁ ଅନୁମତି ନାହିଁ। ସେମାନଙ୍କୁ ଧାର୍ମିକ ସୂତା (ରକ୍ଷା ସୂତ୍ର) କିମ୍ବା ରିଷ୍ଟବ୍ୟାଣ୍ଡ କାଢିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।ପୁଣି ଏହିଡକ୍ୟୁମେଣ୍ଟରେ ଏହା ମଧ୍ୟ କୁହାଯାଇଛି ଯେ ଯଦି ଜଣେ କର୍ମଚାରୀ ହିଜାବ କିମ୍ବା ପଗଡି ପିନ୍ଧନ୍ତି, ତେବେ ତାହା କଳା ରଙ୍ଗର ହେବା ଆବଶ୍ୟକ। ହିଜାବ ଏପରି ଲମ୍ବ ହେବା ଉଚିତ ଯେ ଏହା କମ୍ପାନୀ ଲୋଗୋକୁ ଲୁଚାଇ ନଦିଏ। ତଥାପି, ବୁର୍ଖା ପିନ୍ଧି ଦୋକାନରେ କାମ କରିବା ନିଷେଧ କରାଯାଇଛି।
 

ଡିସେମ୍ବରର ଲାଭ ୧୩୧ କୋଟି
​​​​​​​

ଡିସେମ୍ବର ତ୍ରୈମାସିକରେ ଲେନ୍ସକାର୍ଟର ଲାଭ ପ୍ରାୟ ୭୦ ଗୁଣ ବୃଦ୍ଧି ପାଇଛି। ଫଳରେ କମ୍ପାନୀନେଟ୍ ଲାଭ₹୧୩୧କୋଟି (₹୧.୩୧ବିଲିୟନ) କୁ ବୃଦ୍ଧି ପାଇଛି। ଯାହା ବୂର୍ଷକ ପୂର୍ବେ₹୧୮.୮୫ମିଲିଅନ ଥିଲା।

Also Read-ରାତାରାତି ୟୁଜର୍ସଙ୍କୁ ଝଟକା ଦେଲା YouTube ! ପ୍ରିମିୟମ୍ ପ୍ଲାନର ରେଟ୍ ବଢାଇଲା, ଜାଣନ୍ତୁ ନୂଆ ମୂଲ୍ୟ କେତେ

Scroll to Top