Lawrence Gang: ଧରାପଡ଼ିଲା ଗ୍ୟାଙ୍ଗଷ୍ଟର ଲରେନ୍ସର ଘନିଷ୍ଠ ସହଯୋଗୀ, ନାଦିର ଶାହ ହତ୍ୟା ମାମଲାର ଅଭିଯୁକ୍ତ ରଣଦୀପ

lawrence-gang:-ଧରାପଡ଼ିଲା-ଗ୍ୟାଙ୍ଗଷ୍ଟର-ଲରେନ୍ସର-ଘନିଷ୍ଠ-ସହଯୋଗୀ,-ନାଦିର-ଶାହ-ହତ୍ୟା-ମାମଲାର-ଅଭିଯୁକ୍ତ-ରଣଦୀପ

ଦିଲ୍ଲୀର ବହୁଚର୍ଚ୍ଚିତ ନାଦିର ଶାହ ହତ୍ୟା ମାମଲାର ଅଭିଯୁକ୍ତ ରଣଦୀପ ଆମେରିକାରେ ଧରାପଡିଛି । ଏହି ହତ୍ୟାକାଣ୍ଡରେ ବ୍ୟବହୃତ ଅସ୍ତ୍ରଶସ୍ତ୍ର ବିଦେଶରୁ ହିଁ ଅଣାଯାଇଥିଲା। ଏହି ହତ୍ୟାକାଣ୍ଡ ପଛରେ ଲରେନ୍ସ ଓ ରଣଦୀପର ହାତ ଥିବା ପୋଲିସ କହିଥିଲା ।

ଆମେରିକାରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଜଣେ ପ୍ରମୁଖ ସଦସ୍ୟ ରଣଦୀପ ସିଂ ମଲିକ ଧରାପଡିଛି । ତାକୁ ଇମିଗ୍ରେସନ ଆଣ୍ଡ କଷ୍ଟମସ ବିଭାଗ ନିଜ ହେପାଜତକୁ ନେଇଛି। ପୋଲିସର କହିବା ଅନୁଯାୟୀ ଏହି ଗ୍ୟାଙ୍ଗଷ୍ଟର ଆମେରିକାରେ ରହି ଲରେନ୍ସ ବିଷ୍ଣୋଇ ନିର୍ଦ୍ଦେଶରେ ଭାରତରେ ଟାର୍ଗେଟ କିଲିଂର ଷଡ଼ଯନ୍ତ୍ର ରଚୁଥିଲା। ତାକୁ ଗିରଫ କରାଯାଇଥିବା ଏଫବିଆଇ ମଧ୍ୟ ସ୍ପଷ୍ଟ କରିଛି । ଏ ସଂପର୍କରେ ଭାରତୀୟ ଏଜେନ୍ସିମାନଙ୍କୁ ମଧ୍ୟ ସୂଚନା ଦିଆଯାଇଛି।

ଦିଲ୍ଲୀର ନାଦିର ଶାହ ହତ୍ୟା ମାମଲାରେ ଅଭିଯୁକ୍ତ ଅଛି ରଣଦୀପ ମଲିକ । ପୋଲିସ ତଦନ୍ତରୁ ଜଣାପଡ଼ିଛି ଯେ ଏହି ହତ୍ୟାରେ ବ୍ୟବହୃତ ଅସ୍ତ୍ରଶସ୍ତ୍ର ବିଦେଶରୁ ରଣଦୀପ ଯୋଗାଇ ଦେଇଥିଲା। ଗତ ବର୍ଷ ନାଦିର ଶାହ ନାମକ ଜଣେ ଜିମ୍ ମାଲିକଙ୍କୁ ଦିଲ୍ଲୀରେ ଗୁଳି କରି ହତ୍ୟା କରାଯାଥିଇଲା । ଏହି ଘଟଣାରେ ପୋଲିସ ଲରେନ୍ସ ଓ ରଣଦୀପ ସମେତ ୧୪ ଜଣଙ୍କ ନାଁରେ ଚାର୍ଜଶିଟ ଦାଖଲ କରିଥିଲା । ଏହାସହ ଗୁରୁଗ୍ରାମ ଓ ଚଣ୍ଡୀଗଡ଼ରେ କ୍ଲବ ବାହାରେ ବିସ୍ଫୋରଣର ଷଡ଼ଯନ୍ତ୍ର ମଧ୍ୟ ସେ ହିଁ ରଚିଥିଲା। ରଣଦୀପକୁ ଆମେରିକାର ଜାକସନ ପାରିସ କରେକ୍ସନାଲ ସେଣ୍ଟରରେ ରଖାଯାଇଛି। ଭାରତୀୟ ଏଜେନ୍ସିମାନେ ବର୍ତ୍ତମାନ ତାର ଗିରଫଦାରୀ ଓ ପ୍ରତ୍ୟର୍ପଣ ପାଇଁ ସକ୍ରିୟ ହୋଇଛନ୍ତି।

Also Read

ଲରେନ୍ସ ଗ୍ୟାଙ୍ଗର ଦୁଇ ସଦସ୍ୟଙ୍କୁ ପଟିଆଲା-ଅମ୍ବାଲା ଜାତୀୟ ରାଜପଥରେ ଶମ୍ଭୁ ଗାଁ ନିକଟରୁ ଗିରଫ କରାଯାଇଛି। ପୋଲିସ ସୂଚନା ଦେଇ କହିଛି ଯେ ଏହି ଦୁଇ ଜଣଙ୍କ ବିରୁଦ୍ଧରେ ଅନେକ ଅପରାଧିକ ମାମଲା ରୁଜୁ ରହିଛି । ପୋଲିସ ସେମାନଙ୍କ ନିକଟରୁ ଗୋଟିଏ ୯ ଏମଏମ ଗ୍ଲକ ପିସ୍ତଲ ଓ ଛଅଟି ଗୁଳି ଜବତ କରିଛି। ପଞ୍ଜାବ ଡିଜିପି ଗୌରବ ଯାଦବ କହିଛନ୍ତି, ଏହା ଏଜିଟିଏଫ ପଞ୍ଜାବ ପାଇଁ ଏକ ବଡ଼ ସଫଳତା । ଲରେନ୍ସ ଗ୍ୟାଙ୍ଗର ସଦସ୍ୟମାନଙ୍କର ଅପରାଧିକ ରେକର୍ଡ ସଂପର୍କରେ ସେ କହିଛନ୍ତି ଯେ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି, ସେମାନେ ଗୋଟିଏ ହତ୍ୟାକାଣ୍ଡ ଘଟାଇ ନେପାଳକୁ ପଳାଇ ଯାଇଥିଲେ ଏବଂ ପୁଣି ଏକ ବଡ଼ ଘଟଣା ଘଟାଇବା ଉଦ୍ଦେଶ୍ୟରେ ପଞ୍ଜାବ ଫେରିଥିଲେ। ସେ କହିଛନ୍ତି ଯେ ଦୁଇ ଅଭିଯୁକ୍ତଙ୍କର ଦୀର୍ଘ ଅପରାଧିକ ଇତିହାସ ରହିଛି । ସେମାନଙ୍କ ବିରୁଦ୍ଧରେ ପଞ୍ଜାବ, ଦିଲ୍ଲୀ, ରାଜସ୍ଥାନ ଓ ଗୁଜରାଟ ସମେତ ବିଭିନ୍ନ ରାଜ୍ୟରେ ୧୫ରୁ ଅଧିକ ଗୁରୁତର ଅପରାଧର ରହିଛି। ଡିଜିପି କହିଛନ୍ତି ଯେ ସେମାନେ ନିକଟରେ ଫାଜିଲକାରେ ଭାରତ ରତନ ଓରଫ ବିକି ହତ୍ୟା ମାମଲାରେ ମଧ୍ୟ ଅଭିଯୁକ୍ତ ଥିଲେ।

ଅଧିକ ପଢ଼ନ୍ତୁ: ଆସିଲେ ହାଣିଲେ, ଫେରାର୍ ମାରିଲେ

ଓଟିଭି ହ୍ଵାଟ୍ସଅପ

Scroll to Top