କୋରାପୁଟ ସେମିଳିଗୁଡ଼ା ବ୍ଲକ ଅଲିଗାଁରେ ଅଭାବନୀୟ ଘଟଣା। ବାରହା ଫାଶରେ ପଡ଼ି ପ୍ରେମିକର ମୃତ୍ୟୁ। ମୃତ ନାବାଳକ ଯୁକ୍ତ ଦୁଇରେ ପଢୁଥିଲେ। ମୃତଦେହ ଉଦ୍ଧାର କରି ପୋଲିସର ତଦନ୍ତ।
![]()
/odishatv-khabar/media/media_files/2025/10/25/lover-dies-2025-10-25-11-46-25.jpg)
Lover Dies Photograph: (OTV)
ପ୍ରେମିକାକୁ ଦେଖାକରିବାକୁ ଯାଇ ପ୍ରେମିକର ଜୀବନ ଗଲା। ବାରହା ଫାସରେ ପଡ଼ି ପ୍ରେମିକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ବ୍ଲକ ଅଲିଗାଁରେ।
ସୂଚନା ଅନୁସାରେ, ଯୁକ୍ତ ଦୁଇରେ ପଢୁଥିବା ନାବାଳକ ଜଣଙ୍କ ପ୍ରେମିକାକୁ ଦେଖା କରିବାକୁ ଯାଇଥିବା ବେଳେ ଏକ ଜମିରେ ବାରହା ଶିକାର ପାଇଁ ଲାଗିଥିବା ବିଦ୍ୟୁତ ଫାସ ସଂସ୍ପର୍ଶରେ ଆସିଥିଲେ । କରେଣ୍ଟ ଲାଗି ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ଫାସ ଲଗାଇଥିବା ଅଭିଯୁକ୍ତକୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛି ।




