ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ରାମନଦୀ ବ୍ରିଜ କଡ଼ରେ ଦେଖା ଦେଇଛି ବିରାଟ କାୟ ଗର୍ତ୍ତ। ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଧୋଇ ଗଲା ବ୍ରିଜ ସାଇଡ଼ ୱାଲ । ପରେ ବର୍ଷା ପାଣି ଯାଇ ଗାତ ସୃଷ୍ଟି ହୋଇଥିବା ଜଣାପଡିଛି ।
/odishatv-khabar/media/media_files/2025/10/30/hole-in-bridge-digapahandi-2025-10-30-16-24-39.jpg)
HOLE-IN-BRIDGE-DIGAPAHANDI Photograph: (OTV)
ବ୍ରିଜ ଉପରେ ଗାତ । ଗାଡି ମଟରରେ ଯିବାକୁ ଡରୁଛନ୍ତି ଲୋକେ । ରାସ୍ତାରେ ଗଲାବେଳେ ଯଦି ଅଘଟଣ ଘଟିବ ତାହେଲେ କଣ ହେବ। ଏତେ ବଡ ଗାତ ଜଣେ ମଣିଷ ପଶିଯିବ ସେହି ଗାତ ଭିତରେ । ବ୍ରିଜ ରେ ଦେଖା ଦେଲା ବିରାଟ କାୟ ଗର୍ତ୍ତ। ଅଟକିଲା ଗାଡି ମୋଟର। ଭୟରେ ଯାତାୟତ କରୁଛନ୍ତି ସ୍ଥାନୀୟ ଲୋକେ।
ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ରାମନଦୀ ବ୍ରିଜ କଡ଼ରେ ଦେଖା ଦେଇଛି ବିରାଟ କାୟ ଗର୍ତ୍ତ। ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଧୋଇ ଗଲା ବ୍ରିଜ ସାଇଡ଼ ୱାଲ । ପରେ ବର୍ଷା ପାଣି ଯାଇ ଗାତ ସୃଷ୍ଟି ହୋଇଥିବା ଜଣା ପଡିଛି । ଏହି ରାସ୍ତା ଟି ହେଉଛି ପୂର୍ତ୍ତ ବିଭାଗ ର ଡେଙ୍ଗାଉସ୍ତା କଇଠଖଣ୍ଡି ମୁଖ୍ୟ ରାସ୍ତା ଚଷାନିମଖଣ୍ଡି ରାମ ନଦୀ ର ବ୍ରିଜ। ଏଇ ବ୍ରିଜ ଉପରେ ଅନେକ ଲୋକ ଯିବା ଆସିବା କରନ୍ତି। ଖବର ପାଇ ପୂର୍ତ୍ତ ବିଭାଗ ଯନ୍ତ୍ରୀ ମାନେ ଯାଇ କାହିଁକି ଗର୍ତ୍ତ ହେଲା ଏ ନେଇ ସ୍ଥିତି ପରଖୁଛନ୍ତି ।




