KKR vs PBKS : ବର୍ଷାରେ ଧୋଇଗଲା ମୁକାବିଲା, ପଏଣ୍ଟ ଭାଗ କଲେ ଉଭୟ ଟିମ୍

kkr-vs-pbks-:-ବର୍ଷାରେ-ଧୋଇଗଲା-ମୁକାବିଲା,-ପଏଣ୍ଟ-ଭାଗ-କଲେ-ଉଭୟ-ଟିମ୍

ସୋମବାର ମୁହାଁମୁହିଁ ହୋଇଥିଲେ କୋଲକାତା ନାଇଟ୍ ରାଇଡର୍ସ ଏବଂ ପଞ୍ଜାବ୍ କିଙ୍ଗସ୍ । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା କୋଲକାତା । ଦଳକୁ ଆରମ୍ଭରୁ ଝଟକା ଲାଗିଥିଲା । ଓପନର ଫିନ୍ ଆଲେନ୍ ଶୀଘ୍ର ଆଉଟ୍ ହୋଇଯାଇଥିଲେ । ତାଙ୍କ ପରେ କ୍ୟାମେରୁନ୍ ଗ୍ରୀନ୍ ମଧ୍ୟ ମାତ୍ର ୪ ରନରେ ପ୍ୟାଭିଲିୟନ ଫେରିଥିଲେ । କ୍ରିଜରେ କେଏଲ ରାହୁଲ ଏବଂ ଅଙ୍ଗକ୍ରିଶ୍ ରଘୁବଂଶୀ ଥିବା ବେଳେ ବର୍ଷା ହୋଇଥିଲା ।

Published By: Ankit M – Prameya-News7 Bureau | April 06, 2026 11:03 PM

NEWS7

KKR VS PBKS

କୋଲକାତା, ୦୬/୦୪ : ବର୍ଷାରେ ଧୋଇଗଲା ଆଇପିଏଲ ମ୍ୟାଚ୍ । କୋଲକାତାର ଇଡେନ୍ ଗାର୍ଡେନରେ ଖେଳାଯାଉଥିବା ମୁକାବିଲା ବାତିଲ ହୋଇଛି । ପ୍ରବଳ ବର୍ଷା ପାଇଁ କିଛି ଓଭର ଖେଳ ହୋଇପାରିଥିଲେ । ଏହାପରେ ବର୍ଷା ହେବାରୁ ମ୍ୟାଚ୍ ସ୍ଥଗିତ ରଖାଯାଇଥିଲା । କିନ୍ତୁ ଆଉଟ୍ ଫିଲ୍ଡ ଓଦା ଥିବାରୁ ଏହାକୁ ବାତିଲ କରାଯାଇଛି ।

ସୋମବାର ମୁହାଁମୁହିଁ ହୋଇଥିଲେ କୋଲକାତା ନାଇଟ୍ ରାଇଡର୍ସ ଏବଂ ପଞ୍ଜାବ୍ କିଙ୍ଗସ୍ । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା କୋଲକାତା । ଦଳକୁ ଆରମ୍ଭରୁ ଝଟକା ଲାଗିଥିଲା । ଓପନର ଫିନ୍ ଆଲେନ୍ ଶୀଘ୍ର ଆଉଟ୍ ହୋଇଯାଇଥିଲେ । ତାଙ୍କ ପରେ କ୍ୟାମେରୁନ୍ ଗ୍ରୀନ୍ ମଧ୍ୟ ମାତ୍ର ୪ ରନରେ ପ୍ୟାଭିଲିୟନ ଫେରିଥିଲେ । କ୍ରିଜରେ କେଏଲ ରାହୁଲ ଏବଂ ଅଙ୍ଗକ୍ରିଶ୍ ରଘୁବଂଶୀ ଥିବା ବେଳେ ବର୍ଷା ହୋଇଥିଲା ।

ବର୍ଷା ବେଳେ କେକେଆରର ସ୍କୋର ୩.୪ ଓଭରରେ ୨୫ ରହିଥିଲା । ହେଲେ ପ୍ରାୟ ଅଢେଇ ଘଣ୍ଟା ବର୍ଷା ହୋଇଥିଲା । ପ୍ରାୟ ୧୦ଟା ୫୫ରେ ବର୍ଷା ଛାଡିଯାଇଥିଲେ ବି ଷ୍ଟାଡିୟମ ଓଦା ଥିବାରୁ ଏହାକୁ ବାତିଲ କରାଯାଇଥିବା ନେଇ ଅମ୍ପାୟାର ନିଷ୍ପତ୍ତି ନେଇଥିଲେ । ଏହାସହ ଉଭୟ ଦଳ ଗୋଟିଏ ଲେଖାଏଁ ପଏଣ୍ଟ ପାଇଛନ୍ତି ।

Scroll to Top