Karachi: ଫାଙ୍କା ଗୁଳିଚାଳନାରେ ଗଲା ୩ ଜୀବନ, ଅନେକ ଆହତ

karachi:-ଫାଙ୍କା-ଗୁଳିଚାଳନାରେ-ଗଲା-୩-ଜୀବନ,-ଅନେକ-ଆହତ

ପାକିସ୍ତାନର ସ୍ବାଧୀନତା ଦିବସ ପାଳନ ସମୟରେ ଫାଙ୍କା ଗୁଳିଚାଳନା କରି ଉତ୍ସବ ମନାଉଥିବା ବେଳେ ଗୁଳିମାଡରେ ୩ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନେକ ଆହତ ହୋଇଛନ୍ତି।

ଆଜି ପାକିସ୍ତାନର ସ୍ବାଧୀନତା ଦିବସ ହୋଇଥିବା ବେଳେ କରାଚୀରେ ସ୍ୱାଧୀନତା ଦିବସ ଉତ୍ସବ ପାଳନ ସମୟରେ ଫାଙ୍କା ଗୁଳିଚାଳନା ଯୋଗୁଁ ୩ ଜଣଙ୍କର ମୃତ୍ୟୁ ହୋଇଛି। ଜଣେ ବରିଷ୍ଠ ନାଗରିକ ଏବଂ ଆଠ ବର୍ଷର ଏକ ଛୋଟ ଝିଅ ସମେତ ତିନି ଜଣଙ୍କର ମୃତ୍ୟୁ ହୋଇଛି। ସହରରେ ଅଲଗା ଅଲଗା ଘଟଣାରେ ଏଭଳି ଗୁଳିଚାଳନାରେ ଆହୁରି ୬୪ ଜଣ ଆହତ ହୋଇଛନ୍ତି।

ଆଜିଜାବାଦରେ ଜଣେ ବାଳିକା ଗୁଳିରେ ଆହତ ହୋଇଥିବା ବେଳେ କୋରାଙ୍ଗୀରେ ଷ୍ଟିଫେନ୍‌ ନାମକ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ, ପାକିସ୍ତାନର ଲିଆକତାବାଦ, କୋରାଙ୍ଗୀ, ଲିୟାରୀ, ମେହମୁଦାବାଦ, ଅଖତର କଲୋନୀ, କେମାରୀ, ଜ୍ୟାକସନ, ବାଲଦିଆ, ଓରାଙ୍ଗୀ ଟାଉନ ଏବଂ ପାପୋଶ ନଗରରେ ଆକାଶମୁଖୀ ଗୁଳିଚାଳନାର ଘଟଣା ରିପୋର୍ଟ ହୋଇଛି। ଏହା ସହ ଶରୀଫାବାଦ, ନର୍ଥ ନାଜିମାବାଦ, ସୁରଜାନୀ ଟାଉନ, ଜାମାନ ଟାଉନ ଏବଂ ଲାନ୍ଧୀରେ ଏଭଳି ମାମଲା ସାମନାକୁ ଆସିଛି।

ଆହତମାନଙ୍କୁ ସିଭିଲ, ଜିନ୍ନା ଏବଂ ଅବାସୀ ଶହୀଦ ହସ୍ପିଟାଲ ସହ ଗୁଲିସ୍ତାନ-ଏ-ଜୌହର ଏବଂ ସହରର ଅନ୍ୟାନ୍ୟ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବିଭିନ୍ନ ଅଞ୍ଚଳରୁ ୨୦ରୁ ଅଧିକ ସନ୍ଦିଗ୍ଧଙ୍କୁ ଗିରଫ କରାଯିବା ସହ ସେମାନଙ୍କ ନିକଟରୁ ଅନେକ ବନ୍ଧୁକ ଓ ଅଫୁଟା ଗୁଳି ଜବତ କରାଯାଇଛି। ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ୍ କହିଛି।

Also Read

ରିପୋର୍ଟ ଅନୁସାରେ, କେବଳ ଜାନୁଆରୀ ମାସରେ କରାଚୀରେ ବିଭିନ୍ନ ପ୍ରକାର ହିଂସାକାଣ୍ଡ ଯୋଗୁଁ ଏଭଳି ଗୁଳିମାଡ଼ରେ ୪୨ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୨୩୩ ଜଣ ଆହତ ହୋଇଛନ୍ତି।

ଅଧିକ ପଢନ୍ତୁ: ଭାରତୀୟ କୂଟନୀତିଜ୍ଞଙ୍କୁ ହଇରାଣ କରୁଛି ପାକ୍; ଯୋଗାଉନି ଅତ୍ୟାବଶ୍ୟକ ସାମଗ୍ରୀ

ଓଟିଭି ହ୍ଵାଟ୍ସଅପ

Scroll to Top