K

k

କଳିଙ୍ଗା ଘାଟିରେ ଭୁସ୍ଖଳନ ଘଟିବାର ୧୦ ଦିନ ପରେ ଗଡିଲା ଗାଡି। ରାସ୍ତା ପୁନଃନିର୍ମାଣ କାର୍ଯ୍ୟ ସରିବା ପରେ ପରୀକ୍ଷାମୂଳକ ଭାବେ ସେହି ସ୍ଥାନରେ ଗତକାଲି ରାତିରେ ଭାରୀ ଯାନ ଚଳାଚଳ କରିଛି। ନିର୍ମାଣ କାର୍ଯ୍ୟ ଦାୟିତ୍ୱରେ ଥିବା ସଂସ୍ଥାର ମାଲବାହୀ ଭାରୀ ଯାନ ଗୁଡିକ ସେହି ରାସ୍ତାରେ ଚଳାଚଳ କରୁଛି।

author-image

250925_KALINGA-GHATI_NIGHT_VISUAL_AVO_1PM-g

vehicle movement started in kalinga ghati Photograph: (OTV)

କନ୍ଧମାଳ-ଗଞ୍ଜାମ ସୀମାନ୍ତ କଳିଙ୍ଗା ଘାଟିରେ ଭୁସ୍ଖଳନ ଘଟିବାର ୧୦ ଦିନ ପରେ ଗଡିଲା ଗାଡି। ରାସ୍ତା ପୁନଃନିର୍ମାଣ କାର୍ଯ୍ୟ ସରିବା ପରେ ପରୀକ୍ଷାମୂଳକ ଭାବେ ସେହି ସ୍ଥାନରେ ଗତକାଲି ରାତିରେ ଭାରୀ ଯାନ ଚଳାଚଳ କରିଛି। ବିଛିନ୍ନ ହୋଇଯାଇଥିବା ରାସ୍ତାର ସଂଯୋଗୀକରଣ ହେବା ପରେ ନିର୍ମାଣ କାର୍ଯ୍ୟ ଦାୟିତ୍ୱରେ ଥିବା ବେସରକାରୀ ଠିକା ସଂସ୍ଥାର ମାଲବାହୀ ଭାରୀ ଯାନ ଗୁଡିକ ସେହି ରାସ୍ତାରେ ଚଳାଚଳ କରୁଛି। ତେବେ ସେହି ରାସ୍ତାରେ ଅନ୍ୟ କୌଣସି ଗାଡି ଗୁଡିକ ଚଳାଚଳ ଲାଗି ଅନୁମତି ଦିଆଯାଇନଥିବା ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ତରଫରୁ କୁହାଯାଇଛି । ସେପଟେ ଏବେ ବି ଭୁସ୍ଖଳନରେ ବିଚ୍ଛିନ୍ନ ହୋଇପଡିଥିବା କଳିଙ୍ଗା ଘାଟିର ପୁନଃନିର୍ମାଣ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ! ପାଗରେ ସାମାନ୍ୟ ପରିବର୍ତ୍ତନ ଘଟିଥିବାରୁ ପୁନଃନିର୍ମାଣ କାର୍ଯ୍ୟ ଏବେ ଜୋର ସୋରରେ ଜାରି ରହିଛି ! ରାସ୍ତା ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ନ ହେବା ଯାଏ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ କଳିଙ୍ଗା ଘାଟିରେ ଯାନବାହନ ଚଳାଚଳ ବନ୍ଦ ରହିବ ବୋଲି ପୂର୍ବରୁ କନ୍ଧମାଳ ଜିଲ୍ଲାପାଳ କହିଥିଲେ ! 

ଦିନକୁ ଦିନ ପ୍ରକୃତିର ତାଣ୍ଡବରେ ଧ୍ୱସ୍ତ ବିଧ୍ୱସ୍ତ ହେବାରେ ଲାଗିଛି କଳିଙ୍ଗା ଘାଟି ! ଭୁସ୍ଖଳନ ପ୍ରଭାବରେ ଛାରଖାର ହୋଇଥିବା ଘାଟିର ପୁନଃନିର୍ମାଣ ଲାଗି ପ୍ରଶାସନ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ୟମ ଆରମ୍ଭ କରିଥିଲେ ମଧ୍ୟ ବାଦଲଫଟା ବର୍ଷା ଏବେ ବାଧକ ସାଜିଥିଲା। ଦୀର୍ଘ ୭ ଦିନ ଧରି କନ୍ଧମାଳ ଓ ଗଞ୍ଜାମ ଜିଲ୍ଲାର ଲାଇଫ ଲାଇନ ବିଚ୍ଛିନ୍ନ ହୋଇ ପଡ଼ିବା ପରେ ଉଭୟ ଜିଲ୍ଲାର ଲୋକଙ୍କ ସାଧାରଣ ଜୀବନ ଯାତ୍ରା ବେଶ ପ୍ରଭାବିତ ହେବାରେ ଲାଗିଛି । ପ୍ରଶାସନ ଘାଟି ରାସ୍ତାର ଉନ୍ନତି ପାଇଁ ଯେତେ ପ୍ରଗତି କରୁଛି, ସେତେ ପ୍ରକୃତିର କରାଳ ରୂପରେ ଭାସି ଯାଉଛି । ଗତ ୧୬ ତାରିଖରେ ପ୍ରଥମ ଥର କଳିଙ୍ଗା ଘାଟିରେ ଭୁସ୍ଖଳନ ଘଟି  ଥିଲା, ସେହି ସ୍ଥାନରେ ପୁଣି ଥରେ ଦ୍ଵିତୀୟ ଥର ଲାଗି ଭୟଙ୍କର ଭୁସ୍ଖଳନ ଘଟିଥିଲା ! ଆଉ ତାହାରି ପ୍ରଭାବରେ ପାହାଡ ଉପରୁ ବଡ଼ ବଡ଼ ପଥର, ମାଟି ଅତଡ଼ା ଖସିବା ସହ ପ୍ରଖର ବର୍ଷା ପାଣି ରାସ୍ତାକୁ ଆସି ପୁନଃନିର୍ମାଣ ରାସ୍ତା ଧୋଇ ନେଇଗଲା । ପୁଣି ଥରେ ବିପଦ ସଙ୍କୁଳ ଅବସ୍ଥାରେ ଶ୍ରମିକ ମାନେ ରାସ୍ତା ନିର୍ମାଣ କରିବାରେ ଲାଗିଛନ୍ତି ।

କଳିଙ୍ଗା ଘାଟି ରାସ୍ତାର ଭୌଗୋଳିକ ସ୍ଥିତି ଦେଖିଲେ ପାହାଡ଼ିଆ ଘାଟିର ଛାତିକୁ ଚିରି ସଂକୀର୍ଣ୍ଣ 157 ଜାତୀୟ ରାଜପଥ କନ୍ଧମାଳର କଳିଙ୍ଗା ଠାରୁ ଗଂଜାମ ଜିଲ୍ଲାର ଦୁର୍ଗାପ୍ରସାଦ ଯାଏ ଦୀର୍ଘ ୧୧ କିଲୋମିଟର ଅଙ୍କାବଙ୍କା ସର୍ପିଳ ରାସ୍ତା ଲମ୍ବି ରହିଛି । ରାସ୍ତାର ଗୋଟିଏ ପଟେ ସୁଉଚ୍ଚ ପାହାଡ ଓ ଅନ୍ୟପଟେ ବିରାଟ ବଡ଼ ଖାଇ ରହିଛି । କଳିଙ୍ଗା ଘାଟି ବିଛିନ୍ନ ହୋଇଯିବା ପରେ ସାଧାରଣ ଲୋକଙ୍କ ସାଧାରଣ ଜୀବନ ଯାତ୍ରା ବେଶ ପ୍ରଭାବିତ ହେବାରେ ଲାଗିଛି । କେବଳ ଯେ ଲୋକଙ୍କ ସାଧାରଣ ଜୀବନ ଯାତ୍ରା ନୁହେଁ ବରଂ ଉଭୟ ଜିଲ୍ଲାର ଆର୍ଥିକ ମେରୁଦଣ୍ଡ ମଧ୍ୟ ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଲାଣି । ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ସମ୍ପୂର୍ଣ୍ଣ ନ ହୁଏ, ତେବେ ଆଗାମୀ ଦିନରେ ସ୍ଥିତି ଆହୁରି ସଙ୍ଗୀନ ହେବାର ଯଥେଷ୍ଟ ସମ୍ଭାବନା ରହିଛି !। 

Scroll to Top