K

k

ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ ଆଶଙ୍କା କରି ରାସ୍ତା ସିଲ୍। କଳିଙ୍ଗାଘାଟି ରାସ୍ତାକୁ ବ୍ୟାରିକେଟ୍ ବାନ୍ଧିଲା ପ୍ରଶାସନ। ଭୂସ୍ଖଳନ ଆଶଙ୍କା କରି ଭୟଭୀତ ଘାଟି ନିକଟବର୍ତ୍ତୀ ଲୋକେ।

author-image

KALINGA-GHATI

KALINGA-GHATI Photograph: (OTV)

କଳିଙ୍ଗା ଘାଟି ରାସ୍ତା ସିଲ୍ କଲା ପ୍ରଶାସନ । ସାମୁଦ୍ରିକ ବାତ୍ୟା ମୋନ୍ଥା ପ୍ରଭାବରେ ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ ଆଶଙ୍କା କରି ରାସ୍ତା ସିଲ୍ କରାଯାଇଛି । ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଭଞ୍ଜନଗର ପୋଲିସ ଓ ପ୍ରଶାସନ ଦୁର୍ଗାପ୍ରସାଦରେ ପହଞ୍ଚି କଳିଙ୍ଗାଘାଟି ରାସ୍ତାକୁ ବ୍ୟାରିକେଟ୍ ବାନ୍ଧି ସମ୍ପୂର୍ଣ୍ଣ ଭାବରେ ସିଲ୍ କରିଛି। 
ଘାଟିରେ ଚାଲିଥିବା ନିର୍ମାଣ କାର୍ଯ୍ୟକୁ ବନ୍ଦ କରିବା ସହିତ ଘାଟି ଉପରକୁ ଯିବାକୁ ବାରଣ କରାଯାଇଛି। ସେପଟେ ଭୂସ୍ଖଳନ ଆଶଙ୍କା କରି ଭୟଭୀତ ଘାଟି ପାଖରେ ରହୁଥିବା ଲୋକ । 

Scroll to Top