K

k

ତାମିଲନାଡୁ କରୁର ଦଳାଚକଟା ଘଟଣାର ତଦନ୍ତ କରିବ CBI । CBI ତଦନ୍ତ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ । ସିବିଆଇ ତଦନ୍ତକୁ ମନିଟର ପାଇଁ ୩ ଜଣିଆ କମିଟି ଗଠନ । ସୁପ୍ରିମକୋର୍ଟ ପୂର୍ବତନ ବିଚାରପତି ଅଜୟ ରସ୍ତୋଗିଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ହେଲା

author-image

KARUR STAMPED

KARUR STAMPED Photograph: (OTV)

ତାମିଲନାଡୁ କରୁର ଦଳାଚକଟା ଘଟଣାର ତଦନ୍ତ କରିବ CBI । CBI ତଦନ୍ତ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ । ସିବିଆଇ ତଦନ୍ତକୁ ମନିଟର ପାଇଁ ୩ ଜଣିଆ କମିଟି ଗଠନ । ସୁପ୍ରିମକୋର୍ଟ ପୂର୍ବତନ ବିଚାରପତି ଅଜୟ ରସ୍ତୋଗିଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ହେଲା । ସେପ୍ଟେମ୍ବର ୨୭ରେ ଟିଭିକେ ମୁଖ୍ୟ ବିଜୟଙ୍କ ରାଲିରେ ଦଳାଚକଟା ଘଟିଥିଲା । କରୁରରେ ଦଳାଚକଟାରେ ୪୧ ଜଣଙ୍କର ମୃତ୍ୟୁ ହୋଇଥିଲା । ସୁପ୍ରିମକୋର୍ଟ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେବାପରେ ଅଭିନେତା ତଥା ନେତା ବିଜୟଙ୍କ ଅଡ଼ୁଆ ବଢିଛି। 

କରୁରରେ TVK ଦଳର ରାଲି ଆୟୋଜିତ ହୋଇଥିଲା । ଯେଉଁଠି ଥାଲାପତି ବିଜୟଙ୍କୁ ଦେଖିବା ଓ ତାଙ୍କ ଭାଷଣ ଶୁଣିବାକୁ ଛୁଟି ଆସିଥିଲେ ଲକ୍ଷାଧିକ ଲୋକ । ରାଲି ସ୍ଥଳ ଜନସମୁଦ୍ର ପାଲଟିଥିଲା । ଆଉ ବିଜୟ ଭାଷଣ ଦେବାବେଳେ ଦଳାଚକଟା ହୋଇଥିଲା । ଆହତଙ୍କୁ ତୁରନ୍ତ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ବିଜୟ TVK ଦଳ ଗଠନ କରିଛନ୍ତି, ଯାହା ତାମିଲନାଡୁରେ ୨୦୨୬ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ହେଉଛି । 

କୁହାଯାଉଛି, କାର୍ଯ୍ୟକ୍ରମ ନିର୍ଦ୍ଧାରିତ ସମୟର ୫-୬ ଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଥିଲା । ଏଥିପାଇଁ ଅହେତୁକ ଜନସମାଗମ ହୋଇଥିଲା । ଯାହାକୁ ନିୟନ୍ତ୍ରଣ କରିବାରେ ପୋଲିସ ବିଫଳ ହୋଇଥିବା ଅଭିଯୋଗ ହୋଇଛି । ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏକ. କେ ଷ୍ଟାଲିନ୍ । ଆହତଙ୍କ ପାଇଁ ଚିକିତ୍ସା ଓ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଘୋଷଣା କରଯାଇଛି।  

ତାମିଲନାଡୁ କରୁର ଦଳାଚକଟା ଘଟଣାର ତଦନ୍ତ କରିବ CBI
CBI ତଦନ୍ତ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ
ସିବିଆଇ ତଦନ୍ତକୁ ମନିଟର ପାଇଁ ୩ ଜଣିଆ କମିଟି ଗଠନ
ସୁପ୍ରିମକୋର୍ଟ ପୂର୍ବତନ ବିଚାରପତି ଅଜୟ ରସ୍ତୋଗିଙ୍କ ଅଧ୍ୟକ୍ଷତାରେ କମିଟି
ସେପ୍ଟେମ୍ବର ୨୭ରେ ଟିଭିକେ ମୁଖ୍ୟ ବିଜୟଙ୍କ ରାଲିରେ ଦଳାଚକଟା ଘଟିଥିଲା
କରୁରରେ ଦଳାଚକଟାରେ ୪୧ ଜଣଙ୍କର ମୃତ୍ୟୁ ହୋଇଥିଲା
ବଢିଲା ଅଭିନେତା ତଥା ନେତା ବିଜୟଙ୍କ ଅଡ଼ୁଆ

Scroll to Top