Job Fraud : ଚାକିରି ଦେବାକୁ କହି ୧୮ ଲକ୍ଷ ଠକେଇ, ଜାଲ ଡକ୍ୟୁମେଣ୍ଟ ଦେଇ ଲୁଟିଲା

job-fraud-:-ଚାକିରି-ଦେବାକୁ-କହି-୧୮-ଲକ୍ଷ-ଠକେଇ,-ଜାଲ-ଡକ୍ୟୁମେଣ୍ଟ-ଦେଇ-ଲୁଟିଲା

ନାଲକୋରେ ଚାକିରି ଦେବାକୁ କହି ଚାକିରି ଆଶାୟୀଙ୍କ ଠାରୁ ୨୦୨୧ ମସିହାରେ ୧୮ ଲକ୍ଷ ଟଙ୍କା ନେଇଥିବା ଅଭିଯୋଗ ରହିଛି । ପ୍ରତିବଦଳରେ ସେ ଚାକିରି ଆଶାୟୀଙ୍କୁ ଜାଲ ଡକ୍ୟୁମେଣ୍ଟ ଦେଇଥିଲା । ଫେକ୍ ଆପଏଣ୍ଟମେଣ୍ଟ ଲେଟର, ଜଏନିଂ ଲେଟର, ଗେଟ ପାସ ଦେଇଥିବା ଅଭିଯୋଗ ହୋଇଛି ।

Jnanadarsi Sahoo

  • Published: Tuesday, 16 September 2025
  • Last updated: 16 September 2025, 04:02 PM IST

job fraudCredit: OTV

job fraud

ଭୁବନେଶ୍ବର : ସରକାରୀ ଚାକିରି ଦେବାକୁ କହି ୧୮ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ନରେଶ ବାରିକ ଓରଫ ବୁଟୁକୁ ଗିରଫ କରାଯାଇଛି । ଅଭିଯୁକ୍ତର ଘର ଚନ୍ଦ୍ରଶେଖରପୁର ଅନ୍ତର୍ଗତ ପ୍ରଗତି ବିହାରରେ । କେତବେଳେ ନିଜକୁ ନାଲକୋ ଏଜିଏମ ତ ଆଉ କେତବେଳେ ରିଲାଏନ୍ସ ଭି.ପି ଭାବେ ପରିଚୟ ଦେଇ ଠକେଇ । ନାଲକୋରେ ଚାକିରି ଦେବାକୁ କହି ଚାକିରି ଆଶାୟୀଙ୍କ ଠାରୁ ୨୦୨୧ ମସିହାରେ ୧୮ ଲକ୍ଷ ଟଙ୍କା ନେଇଥିବା ଅଭିଯୋଗ ରହିଛି । ପ୍ରତିବଦଳରେ ସେ ଚାକିରି ଆଶାୟୀଙ୍କୁ ଜାଲ ଡକ୍ୟୁମେଣ୍ଟ ଦେଇଥିଲା । ଫେକ୍ ଆପଏଣ୍ଟମେଣ୍ଟ ଲେଟର, ଜଏନିଂ ଲେଟର, ଗେଟ ପାସ ଦେଇଥିବା ଅଭିଯୋଗ ହୋଇଛି ।

Also Read

ଏଭଳି ସାଙ୍ଘାତିକ ଅଭିଯୋଗ ଆଣି ଠକେଇର ଶିକାର ଯୁବକ ସର୍ବେଶ୍ୱର ସାମଲ ଭୁବନେଶ୍ବର ବଡଗଡ଼ ଥାନାର ଦ୍ୱାରସ୍ଥ ହୋଇଥିଲେ । ପୋଲିସ ନରେଶ ବାରିକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ତେବେ ଠକେଇ ସଂପୃକ୍ତ ଅନ୍ୟତମ ଅଭିଯୁକ୍ତ ଦିଲ୍ଲୀପ ଭଟ୍ଟକୁ ଖୋଜୁଛି ପୋଲିସ । ତେବେ ଏହି ପ୍ରସଙ୍ଗରେ ନାଲକୋ ପକ୍ଷରୁ ପ୍ରତିକ୍ରିୟା ମିଳିପାରିନାହିଁ । 

  • Reported by:
  • CHANDAN PAIKRAY

ଓଟିଭି ବିଜ୍ଞାପନ

Scroll to Top