Jennifer Winget: ଜେନିଫରଙ୍କ ଲାଇଫରେ ମିଷ୍ଟ୍ରିମ୍ୟାନଙ୍କ ଏଣ୍ଟ୍ରି ! ଲୁଚାଛପା ଡେଟିଂ ପରେ ଖୁବ୍‌ ଶୀଘ୍ର ବାଜିବ ଶାହନାଇ?

jennifer-winget:-ଜେନିଫରଙ୍କ-ଲାଇଫରେ-ମିଷ୍ଟ୍ରିମ୍ୟାନଙ୍କ-ଏଣ୍ଟ୍ରି-!-ଲୁଚାଛପା-ଡେଟିଂ-ପରେ-ଖୁବ୍‌-ଶୀଘ୍ର-ବାଜିବ-ଶାହନାଇ?

ନୂଆଦିଲ୍ଲୀ ୨୨।୦୪ଟେଲିଭିଜନର ଲୋକପ୍ରିୟ ଅଭିନେତ୍ରୀ ଜେନିଫର୍ ୱିଙ୍ଗେଟ୍ । ଟିଭି ପରଦାରେ କେତେବେଳେ ଜଣେ ପାଗଳ ପ୍ରେମିକା ତ କେତେବେଳେ ଜଣେ ଶାନ୍ତ ବୋହୂ। ନିଜର ଅଭିନୟରେ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରୁଥିବା ଜେନିଫର ୱିଙ୍ଗେଟ୍ ଏବେ ପୁଣିଥରେ ଚର୍ଚ୍ଚାର । ହେଲେ ଏଥର କୌଣସି ସିରିଏଲ୍ ପାଇଁ ନୁହେଁ,ପର୍ସନାଲ୍ ଲାଇଫକୁ ନେଇ । ସୋସିଆଲ ମିଡିଆରେ ଏବେ ଗୋଟିଏ ପ୍ରଶ୍ନ ଘୁରି ବୁଲୁଛି- ଜେନିଫର କଣ ପୁଣିଥରେ ବିବାହ କରିବାକୁ ଯାଉଛନ୍ତି କି?କଣ ସତରେ ଛାଡପତ୍ରର ୧୪ ବର୍ଷ ପରେ ୪୦ ବର୍ଷ ବୟରେ ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି ଜେନିଫର?

ଜେନିଫର ନିକଟରେ ସୋସିଆଲ ମିଡିଆରେ କିଛି ୱେଡିଂ ପୋଷ୍ଟ ଲାଇକ୍ କରିଛନ୍ତି । କିଛି ୱେଡିଂ ଡ୍ୟାନ୍ସ ଭିଡିଓରେ କମେଣ୍ଟ ମଧ୍ୟ କରିଥିବା ଦେଖିବାକୁ ମିଳିଛି । ଏସବୁ ଦେଖି ପ୍ରଶଂସକମାନେ ଅନୁମାନ କରୁଛନ୍ତି ଯେ,ଜେନିଫରଙ୍କ ଜୀବନରେ ହୁଏତ କିଏ ମିଷ୍ଟ୍ରୀମ୍ୟାନଙ୍କ ଏଣ୍ଟ୍ରୀ ହୋଇ ସାରଛି । ପୂର୍ବରୁ ଟିଭି ଅଭିନେତା କରଣ ୱାହିଙ୍କ ସହ ତାଙ୍କ ନାଁ ଯୋଡା ଯାଉଥିଲା । କିନ୍ତୁ ଦାବି କରାଯାଉଛି ଯେ,ଜେନିଫର ଏବେ ସିଙ୍ଗାପୁରର ଉଇଲିୟମ୍ ଇସମାଇଲ୍ ନାମକ ଜଣଙ୍କୁ ଡେଟ୍ କରୁଛନ୍ତି । ଏ ପର୍ଯ୍ୟନ୍ତୁ ଜେନିଫର ବିବାହ ଗୁଜବ ଉପରେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି । ନିଶ୍ଚିତ କରିନାହାନ୍ତି କି ଅସ୍ୱୀକାର ବି କରିନାହାନ୍ତି ।

ଜେନିଫର ୱିଙ୍ଗେଟ୍ ତାଙ୍କ ଜୀବନକୁ ବ୍ୟକ୍ତିଗତ ରଖିବାକୁ ପସନ୍ଦ କରନ୍ତି । ତଥାପି,ସେ ଏକ ସୋସିଆଲ ମିଡିଆ ପୋଷ୍ଟରେ ମନ୍ତବ୍ୟ ଦେଇଥିଲେ ଯାହା ତାଙ୍କ ବିବାହ ବିଷୟରେ କଳ୍ପନାଜଳ୍ପନା ସୃଷ୍ଟି କରିଥିଲା । “ୱେଡିଂ ଡ୍ୟାନ୍ସ” ନାମକ ଏକ ପୃଷ୍ଠାରେ ପୋଷ୍ଟ କରାଯାଇଥିଲା, “ଯଦି ଆପଣ ଏହା ଆପଣଙ୍କ ବିବାହ ପାଇଁ ଚାହାଁନ୍ତି ତେବେ କଣ ହେବ? “ଡ୍ୟାନ୍ସ” ଉପରେ ମନ୍ତବ୍ୟ ଦିଅନ୍ତୁ ଏବଂ ଆମେ ଆପଣଙ୍କୁ ଏକ ମାଗଣା ପରିଚୟ ପାଠ ପଠାଇବୁ।” ଜେନିଫର ୱିଙ୍ଗେଟ୍ ଏହି ପୋଷ୍ଟର ଉତ୍ତର ଦେଇଥିଲେ, “ଦୟାକରି ନାଚ।” ପୃଷ୍ଠାଟି ଉତ୍ତର ଦେଇଥିଲା, “ଆପଣଙ୍କ ଇମେଲ୍ ଯାଞ୍ଚ କରନ୍ତୁ।”

ଜେନିଫରଙ୍କ ଏହି ମନ୍ତବ୍ୟ ସୋସିଆଲ ମିଡିଆରେ ଅନେକ ମନ୍ତବ୍ୟ ସୃଷ୍ଟି କରିଛି । ଜଣେ ବ୍ୟବହାରକାରୀ ଲେଖିଛନ୍ତି, “ଗତ କିଛି ଦିନ ଧରି ମୁଁ ଏହି ଭାବନା ଅନୁଭବ କରୁଛି କାରଣ ଜେନିଫର ଏତେ ବିବାହ ପୃଷ୍ଠାକୁ ପସନ୍ଦ କରିଛନ୍ତି ।” ଆଉ ଜଣେ ଲେଖିଛନ୍ତି, “ମୁଁ ୨୦୨୬ ଏତେ ଭଲ ହେବ ବୋଲି ଆଶା କରି ନଥିଲି ।” ସୋସିଆଲ ମିଡିଆରେ ଏକ ଫଟୋ ଅନୁମାନକୁ ନେଇ ଆସୁଛି ଯେ,ଜେନିଫର ଜଣେ ସିଙ୍ଗାପୁରର ପୁରୁଷଙ୍କୁ ଡେଟ୍ କରୁଛନ୍ତି । ଏପର୍ଯ୍ୟନ୍ତ କୌଣସି ଅଧିକ ବିବରଣୀ ପ୍ରକାଶ କରାଯାଇ ନାହିଁ । କହିବାକୁ ଗଲେ ୨୦୧୨ରେ ଜେନିଫର ଅଭିନେତା କରଣ ସିଂ ଗ୍ରୋଭରଙ୍କୁ ବିବାହ କରିଥିଲେ। ହେଲେ ବିବାହର ମାତ୍ର ୨ ବର୍ଷ ପରେ ତାଙ୍କର ଛାଡ଼ପତ୍ର ହୋଇଥିଲା । ଏହି ବିଚ୍ଛେଦ ପରେ ଜେନିଫର ପର୍ଯ୍ୟନ୍ତ ଡିପ୍ରେସନ୍ରେ ଥିଲେ । ହେଲେ ସେଥିରୁ ବାହାରି କମବ୍ୟାକ୍ କରିଥିଲେ। ଆଜି ସେ ଟିଭି ଦୁନିଆର ସବୁଠୁ ଧନୀ ଏବଂ ସଫଳ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ।

Also Read-Alia Bhatt: ପାକିସ୍ତାନୀ ବ୍ରାଣ୍ଡ୍‌ର ମାର୍କେଟିଂ କରୁଛନ୍ତି କି ଆଲିଆ ? ଫଟୋ ଦେଖି ଭଡକିଲେ ୟୁଜର୍ସ…

Scroll to Top