ବିଜେଡିରେ କିଏ ସୁପର ଲିଡର, ଯାହାଙ୍କ ପାଇଁ ବିଧାନସଭା ଚାଲିପାରୁନି। କାହାକୁ ସୁପର ଲିଡର କହି ବାଣ ମାରିଲେ ବିଜେପି ବିଧାୟକ ଜୟନାରାୟଣ ମିଶ୍ର
Credit: OTV
Jaynarayan Mishra
ବିଜେଡିରେ କିଏ ସୁପର ଲିଡର, ଯାହାଙ୍କ ପାଇଁ ବିଧାନସଭା ଚାଲିପାରୁନି। କାହାକୁ ସୁପର ଲିଡର କହି ବାଣ ମାରିଲେ ବିଜେପି ବିଧାୟକ ଜୟନାରାୟଣ ମିଶ୍ର। ଗୃହରେ ଅଚଳାବସ୍ଥା ନେଇ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ପ୍ରତିକ୍ରିୟା ଦେଇଛନ୍ତି।
ବିଜେଡିର ଏହା ଷ୍ଟ୍ରାଟେଜି ଥିଲା ଯେ ବିଧାନସଭାକୁ ଚାଲେଇଦେବେ ନାହିଁ ବୋଲି ସେ କହିଛନ୍ତି। ତାଙ୍କ ଦଳର ନେତା ବିଧାନସଭା ଆସିବାକୁ ଅକ୍ଷମ। ତାଙ୍କର ସୁପର ଲିଡର ଯିଏ ଅଛନ୍ତି ସେ ବିଧାନସଭା ଚଲାଇଦେବେ ନାହିଁ ବୋଲି କହିଛନ୍ତି ଜୟନାରାୟଣ।
Also Read
ସେକେଣ୍ଡ ପୋଜିସନ ପାଇଁ ଏହି ପ୍ରତିଯୋଗିତା ଚାଲିଛି। କିଏ ସିଲଭର, କିଏ ବ୍ରୋଞ୍ଜ। ସୁପର ଲିଡରଙ୍କ ନିର୍ଦ୍ଦେଶରେ ଗୃହ ଚଳାଇ ଦେଉନାହିଁ ବିଜେଡି ବୋଲି କହିଛନ୍ତି ଜୟନାରାୟଣ। ବରିଷ୍ଠ ନେତା ମାନେ ମଧ୍ୟ ଲବିରେ କହୁଛନ୍ତି ଆମେ ନିର୍ଦ୍ଦେଶ ପାଇ ଗୃହ ବନ୍ଦ କରୁଛୁ। କିନ୍ତୁ ଗୃହରେ ଚୁପ୍ ରହୁଛନ୍ତି ବୋଲି କହିଛନ୍ତି ଜୟନାରାୟଣ।
ବିଜେପି ବିଧାୟକଙ୍କ ଏଭଳି ସୁପର ଲିଡର ମନ୍ତବ୍ୟକୁ ନେଇ ଚର୍ଚ୍ଚା ଆରମ୍ଭ ହେଲାଣି। ସେପଟେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ଯେ ଆମେ ଚାହୁଁ ବିଧାନସଭା ସୁରୁଖୁରୁରେ ଚାଲୁ l ରାଜ୍ୟର ସମସ୍ୟା ଆଲୋଚନା ହଉ l ଆଲୋଚନା କରିବାର ଅବକାଶ ସରକାର ଯୋଗେଇ ଦେଉନାହାନ୍ତି l ସରକାରଙ୍କ ମାନସିକତା କଣ ବୁଝା ପଡୁନାହିଁ ବୋଲି କହିଛନ୍ତି ପ୍ରସନ୍ନ ଆଚାର୍ଯ୍ୟ…





