Jaswinder Bhalla: ଚାଲିଗଲେ ହାସ୍ୟ ସମ୍ରାଟ, ମୃତ୍ୟୁ ବେଳକୁ ହୋଇଥିଲା ୬୫ବର୍ଷ

jaswinder-bhalla:-ଚାଲିଗଲେ-ହାସ୍ୟ-ସମ୍ରାଟ,-ମୃତ୍ୟୁ-ବେଳକୁ-ହୋଇଥିଲା-୬୫ବର୍ଷ

ମିଡିଆ ରିପୋର୍ଟ ଅନୁଯାୟୀ, ଜସୱିନ୍ଦର ଭଲ୍ଲା ଗତ କିଛି ସମୟ ଧରି ଅସୁସ୍ଥ ଥିଲେ ଏବଂ ମୋହାଲିର ଫୋର୍ଟିସ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ମସ୍ତିଷ୍କାଘାତ (ବ୍ରେନ୍ ଷ୍ଟ୍ରୋକ୍) କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି । ତାଙ୍କର ପରଲୋକ ଖବର ପ୍ରଚାରିତ ହେବା ପରେ ପ୍ରଶଂସକମାନେ ସ୍ତବ୍ଧ ହୋଇଯାଇଛନ୍ତି

ପଞ୍ଜାବ ଫିଲ୍ମ ଇଣ୍ଡଷ୍ଟ୍ରୀକୁ ବଡ଼ ଝଟକା । ପଞ୍ଜାବର ପ୍ରସିଦ୍ଧ ହାସ୍ୟ ଅଭିନେତା ଡକ୍ଟର ଜସବିନ୍ଦର ଭଲ୍ଲାଙ୍କ ପରଲୋକ ହୋଇଛି। ଆଜି(ଶୁକ୍ରବାର) ସକାଳେ ମୋହାଲିର ଫୋର୍ଟିସ୍ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ହୋଇଥିଲା। ଏହି ଦୁଃଖଦ ଖବର ପରେ ସମଗ୍ର ପଞ୍ଜାବୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି।

ତାଙ୍କର ଅନ୍ତିମ ସଂସ୍କାର ଶନିବାର, ଅଗଷ୍ଟ ୨୩ ତାରିଖରେ ମୋହାଲିରେ କରାଯିବ ଶନିବାର ଦିନ ୧୨ଟାରେ ମୋହାଲି ନିକଟସ୍ଥ ବାଲୋଙ୍ଗି ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ।

ମିଡିଆ ରିପୋର୍ଟ ଅନୁଯାୟୀ, ଜସୱିନ୍ଦର ଭଲ୍ଲା ଗତ କିଛି ସମୟ ଧରି ଅସୁସ୍ଥ ଥିଲେ ଏବଂ ମୋହାଲିର ଫୋର୍ଟିସ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ମସ୍ତିଷ୍କାଘାତ (ବ୍ରେନ୍ ଷ୍ଟ୍ରୋକ୍) କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି । ତାଙ୍କର ପରଲୋକ ଖବର ପ୍ରଚାରିତ ହେବା ପରେ ପ୍ରଶଂସକମାନେ ସ୍ତବ୍ଧ ହୋଇଯାଇଛନ୍ତି

Also Read

ଜସୱିନ୍ଦର ଭଲ୍ଲା ୧୯୮୮ ମସିହାରେ ‘ଛନକଟା ୮୮’ ସିରିଜ୍‌ରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ଏହାପରେ ସେ ‘କ୍ୟାରି ଅନ୍ ଜଟ୍ଟା’ ସିରିଜ୍, ‘ମିଷ୍ଟର ଆଣ୍ଡ ମିସେସ୍’, ‘ଜଟ୍ଟ ଆଣ୍ଡ ଜୁଲିଏଟ୍’, ‘ବ୍ୟାଣ୍ଡ ବାଜେ’ ଏବଂ ‘ଗଡ୍ଡି ଚଲତୀ ହୈ ଛଲାଙ୍ଗା ମାର କେ’ ଭଳି ଅନେକ ଫିଲ୍ମରେ ଅଭିନୟ କରି ପଞ୍ଜାବୀ ସିନେମାରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ‘କ୍ୟାରି ଅନ୍ ଜଟ୍ଟା’ରେ ଓକିଲ ଢିଲ୍ଲୋଙ୍କ ଭୂମିକା ତାଙ୍କୁ ଘରେ ଘରେ ପରିଚିତ କରାଇଥିଲା

ତାଙ୍କ ବିୟୋଗରେ ପଞ୍ଜାବୀ ସିନେମା ଏକ ମୂଲ୍ୟବାନ ତାରକାଙ୍କୁ ହରାଇଲା, ଏବଂ ତାଙ୍କର ମଜାଦାର ସ୍ମୃତି ସବୁବେଳେ ଦର୍ଶକଙ୍କ ହୃଦୟରେ ଜୀବିତ ରହିବ ।

Scroll to Top