Janmashtami:ଆଜି ଜନ୍ମାଷ୍ଟମୀ, ରାଶି ଅନୁସାରେ କି ଭୋଗ ଅର୍ପଣ କଲେ ଶୁଭଫଳ ମିଳିବ ?

janmashtami:ଆଜି-ଜନ୍ମାଷ୍ଟମୀ,-ରାଶି-ଅନୁସାରେ-କି-ଭୋଗ-ଅର୍ପଣ-କଲେ-ଶୁଭଫଳ-ମିଳିବ-?

ସାରା ରାତି ଭଗବାନଙ୍କ ଆରାଧନା କରିବା ପରେ ମୁହୂର୍ତ୍ତ ଦେଖି ଭୋଗ ଲଗାଇଥାନ୍ତି। ତା’ ପରେ ବ୍ରତ ଶେଷ କରିଥାନ୍ତି। ହିନ୍ଦୁ ଶାସ୍ତ୍ର ଅନୁସାରେ ଜନ୍ମାଷ୍ଟମୀକୁ ବ୍ରତଙ୍କର ‘ବ୍ରତରାଜ’ ବୋଲି କୁହାଯାଇଥାଏ। ଅର୍ଥାତ୍‌ ବର୍ଷସାରା ପଡ଼ୁଥିବା ବ୍ରତ ମଧ୍ୟରେ ଏହି ବ୍ରତ ଶ୍ରେଷ୍ଠ ବ୍ରତ।

ଆଜି ଜନ୍ମାଷ୍ଟମୀ। ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମଦିନ। ତିଥି ଅନୁସାରେ ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି ରୋହିଣୀ ନକ୍ଷତ୍ରରେ ପଡେ ପ୍ରଭୁଙ୍କ ଜନ୍ମଦିନ। ଖାଲି ଦେଶରେ ନୁହେଁ, ବିଦେଶରେ ମଧ୍ୟ ଏହି ଦିବସର ବିଶେଷ ମହତ୍ୱ ରହିଛି। କୃଷ୍ଣପ୍ରେମୀମାନେ ଶୋଭାଯାତ୍ରା ବାହାର କରିଥାନ୍ତି ଏବଂ ଆରାଧନା କରିଥାନ୍ତି। କୃଷ୍ଣଭକ୍ତମାନେ ବ୍ରତ ରଖିଥାନ୍ତି। ସାରା ରାତି ଭଗବାନଙ୍କ ଆରାଧନା କରିବା ପରେ ମୁହୂର୍ତ୍ତ ଦେଖି ଭୋଗ ଲଗାଇଥାନ୍ତି। ତା’ ପରେ ବ୍ରତ ଶେଷ କରିଥାନ୍ତି। ହିନ୍ଦୁ ଶାସ୍ତ୍ର ଅନୁସାରେ ଜନ୍ମାଷ୍ଟମୀକୁ ବ୍ରତଙ୍କର ‘ବ୍ରତରାଜ’ ବୋଲି କୁହାଯାଇଥାଏ। ଅର୍ଥାତ୍‌ ବର୍ଷସାରା ପଡ଼ୁଥିବା ବ୍ରତ ମଧ୍ୟରେ ଏହି ବ୍ରତ ଶ୍ରେଷ୍ଠ ବ୍ରତ।

ଆସନ୍ତୁ ଜାଣିବା, କେଉଁ ରାଶି ଅନୁସାରେ କେଉଁ ଫଳ ଭୋଗ ଅର୍ପଣ କଲେ ପ୍ରଭୁଙ୍କ କୃପାଦୃଷ୍ଟି ଲାଭ ହେବ।

ମେଷ ରାଶି

Also Read

ମେଷ ରାଶି ସମସ୍ତ ବ୍ରତଧାରୀ ଜନ୍ମାଷ୍ଟମୀରେ ଭଗବାନ ଶ୍ରୀକୃଷ୍ଣଙ୍କୁ ମିଶିରି ଭୋଗ ଲଗାଇଲେ ଶୁଭ ଫଳ ପାଇବେ। ଶ୍ରୀକୃଷ୍ଣଙ୍କ କୃପା ଲାଭ ସହ ମନସ୍କାମନା ପୂର୍ଣ୍ଣ ହେବ।

ବୃଷ ରାଶି

ବୃଷ ରାଶିର ବ୍ୟକ୍ତି ଭଗବାନଙ୍କୁ ଭୋଗରେ ଲହୁଣୀ ଅର୍ପଣ କରନ୍ତୁ। ଆପଣଙ୍କ ଉପରେ ପ୍ରଭୁଙ୍କୂ କୃପାବର୍ଷା ହେବ। ଏଥସହିତ ଆପଣଙ୍କୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରୁ ଆଶ୍ୱସ୍ତି ମିଳିବ।

ମିଥୁନ ରାଶି

ମିଥୁନ ରାଶି ବ୍ୟକ୍ତିମାନେ ଏଥର ଜନ୍ମାଷ୍ଟମୀରେ ଶୁଦ୍ଧ ଗୁଆ ଘିଅ ଏବଂ ଗାଈ କ୍ଷୀରରୁ ପ୍ରସ୍ତୁତ ଦହି ଅର୍ପଣ କରନ୍ତୁ। ଏହାଦ୍ୱାରା ଆପଣଙ୍କ ଘରେ ସୁଖ, ସମୃଦ୍ଧି ବୃଦ୍ଧି ପାଇବ। ଏଥିସହିତ କାର୍ଯ୍ୟକ୍ଷେତ୍ରରେ ଦେଖା ଦେଉଥିବା ସମସ୍ୟାରୁ ମଧ୍ୟ ମୁକ୍ତି ମିଳିବ।

କର୍କଟ ରାଶି

ଏହି ରାଶିର ଲୋକେ ଜନ୍ମାଷ୍ଟମୀରେ ଭଗବାନ କୃଷ୍ଣଙ୍କୁ କ୍ଷୀର, କେସର ଭୋଗ ଦେଲେ ସନ୍ତାନ ସୁଖ ମିଳିବା ସହ ସମସ୍ତ କାମରେ ସଫଳତା ମିଳିବ।

ସିଂହ ରାଶି

ସିଂହରାଶିର ବ୍ରତଧାରୀ ଜନ୍ମାଷ୍ଟମୀରେ ବାଳଗୋପାଳଙ୍କୁ ଲହୁଣୀ-ମିଶିରି ଅର୍ପଣ କରିବା ଉଚିତ ରହିବ। ଏହାଦ୍ୱାରା ସମ୍ମାନ ଓ ପ୍ରତିଷ୍ଠା ବଢିବ।

କନ୍ୟାରାଶି

କନ୍ୟା ରାଶିର ବ୍ୟକ୍ତି ଜନ୍ମାଷ୍ଟମିରେ ଶ୍ରୀକୃଷ୍ଣଙ୍କୁ ପେଡା ଭୋଗ ଦେଲେ ଶୁଭ ଫଳ ମିଳିବ।

ତୁଳା ରାଶି

ତୁଳା ରାଶିର ବ୍ରତଧାରୀ ଜନ୍ମାଷ୍ଟମିର ପବିତ୍ର ତିଥିରେ ଶୁଦ୍ଧ ଗୁଆ ଘି ଭୋଗ ଲଗାଇଲେ ଶୁଭ ଫଳ ପାଇବା ସହ ରୋଗରୁ ମୁକ୍ତି ମିଳିବ।

ବିଛା ରାଶି

ଏହି ରାଶିର ବ୍ୟକ୍ତି ଶ୍ରୀକୃଷ୍ଣଙ୍କୁ ଭୋଗରେ କ୍ଷୀରରେ ପ୍ରସ୍ତୁତ ମିଠେଇ ଭୋଗ କରନ୍ତୁ। ଭଗବାନଙ୍କ ଆଶୀର୍ବାଦ ପାଇବେ

ଧନୁ ରାଶି

ଧନୁ ରାଶିର ବ୍ୟକ୍ତି ଏହି ପର୍ବରେ ଶ୍ରୀକୃଷ୍ଣଙ୍କୁ ଫଳ ଏବଂ ପଞ୍ଚାମୃତ ଭୋଗ କରନ୍ତୁ। ଶୁଭଫଳ ପାଇବେ। ଜୀବନରେ ଅପାର ଖୁସି ପାଇବେ।

ମକର ରାଶି

ଏହି ରାଶିର ବ୍ୟକ୍ତି ପ୍ରଭୁଙ୍କୁ ଲହୁଣି-ମିଶିରି ଭୋଗ ଦିଅନ୍ତୁ। ଆପଣଙ୍କ ଜୀବନରେ ସୁଖ-ସମୃଦ୍ଧି ଦେଖା ଦେବ।

କୁମ୍ଭ ରାଶି

ଜନ୍ମାଷ୍ଟମୀରେ ଏହି ରାଶିର ବ୍ୟକ୍ତି ମିଠା ଲଡୁ ଭୋଗ ଦିଅନ୍ତୁ। ଆର୍ଥିକ ସଙ୍କଟରୁ ମୁକ୍ତି ପାଇବେ। ପରିବାର ସଦସ୍ୟଙ୍କ ସହଯୋଗ ପାଇବେ।

ମୀନ ରାଶି

ମୀନ ରାଶିର ବ୍ୟକ୍ତି ଏହି ପର୍ବରେ ଭଗବାନ ଶ୍ରୀକୃଷ୍ଣଙ୍କୁ କେସର ଦୁଧ, ଧଳା ରଙ୍ଗର ମିଠା ଭୋଗ ଦିଅନ୍ତୁ। ଏହାଦ୍ୱାରା ଆପଣଙ୍କ ପ୍ରେମ ସମ୍ପର୍କ ଦୃଢ ରହିବ ଏବଂ ଋଣମୁକ୍ତ ହେବାର ସମ୍ଭବନା ରହିଛି

ଓଟିଭି ହ୍ଵାଟ୍ସଅପ

Scroll to Top