Jaish

jaish

ଆତଙ୍କବାଦୀ ମାସୁଦ ଆଜହରର ଭାଇ ୟୁସୁଫ ଆଜହର ପାଇଁ ସ୍ମୃତି ସଭା ଆୟୋଜନ କରୁଛି ଜୈଶ-ଏ-ମହମ୍ମଦ। ଏହି କାର୍ଯ୍ୟକ୍ରମ ପାଇଁ ଏକ କୋଡ୍ ନେମ୍ ବ୍ୟବହାର କରିଛି।

ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ଆସନ୍ତା ଗୁରୁବାର, ସେପ୍ଟେମ୍ବର ୨୫ ତାରିଖରେ ପ୍ରତିଷ୍ଠାତା ମସୁଦ ଆଜହରର ଭାଇ ୟୁସୁଫ ଆଜହର ପାଇଁ ଏକ ସ୍ମୃତି ସଭାର ଆୟୋଜନ କରୁଛି ବୋଲି ସୂଚନା ମିଳିଛି।

ସୂତ୍ର ଅନୁସାରେ, ଏହି ସଭା ପେଶାୱାରର ମରାକାଜ ଶହୀଦ ମକସୁଦାବାଦରେ ଅନୁଷ୍ଠିତ ହେବ ଏବଂ ଏଥିରେ ଜୈଶର ବରିଷ୍ଠ କମାଣ୍ଡର ଏବଂ ସଦସ୍ୟମାନେ ଉପସ୍ଥିତ ରହିବେ। ଏହି କାର୍ଯ୍ୟକ୍ରମଟି ଏକ ନିଯୁକ୍ତି ଅଭିଯାନ ଭାବରେ ମଧ୍ୟ କାର୍ଯ୍ୟ କରିବ ବୋଲି ସୂତ୍ର କହିଛି। ଆତଙ୍କବାଦୀ ସଂଗଠନଟି ଧ୍ୟାନ ଆକର୍ଷଣ ଏଡାଇବା ପାଇଁ ଏହି କାର୍ଯ୍ୟକ୍ରମର ନାକ ଆଲ-ମୁରାବିତୁନ (ଏକ ଛଦ୍ମନାମ) ବ୍ୟବହାର କରିବ; ଏହି ନାଁଟି ଆରବୀ ଭାଷାର। ଏହାର ଅର୍ଥ ‘ଇସଲାମର ଭୂମି ରକ୍ଷକ’।

ୟୁସୁଫ ମସୁଦ ଆଜହରଙ୍କ ପରିବାରର ୧୦ ଜଣ ସଦସ୍ୟଙ୍କ ମଧ୍ୟରୁ ଜଣେ ଥିଲେ, ଯେଉଁମାନେ ପାକିସ୍ତାନର ବାହାୱାଲପୁରରେ ଥିବା ଜାମିଆ ମସଜିଦ ସୁଭାନ ଅଲ୍ଲାହ – ଆତଙ୍କବାଦୀ ସଂଗଠନର ମୁଖ୍ୟାଳୟ – ଉପରେ ଭାରତୀୟ ସେନାର ଆକ୍ରମଣରେ ମୃତ୍ୟୁବରଣ କରିଥିଲେ। ଏହି ଆକ୍ରମଣ ଅପରେସନ ସିନ୍ଦୂରର ଅଂଶ ଥିଲା, ଯାହା ଏପ୍ରିଲ ୨୨ ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ସ୍ୱରୂପ କରାଯାଇଥିଲା।

Also Read

ଆଜହର ପୁଲୱାମା ଏବଂ ଉରୀ ଆତଙ୍କବାଦୀ ଆକ୍ରମଣର ମୁଖ୍ୟ ଷଡଯନ୍ତ୍ରକାରୀ ଥିଲା। ଯେଉଁଥିରେ ୫୯ ଜଣ ସୈନିକ ନିହତ ହୋଇଥିଲେ, ଏବଂ ସଂସଦ ଉପରେ ଆକ୍ରମଣ ଏବଂ ୨୬/୧୧ ମୁମ୍ବାଇ ଆକ୍ରମଣରେ ମଧ୍ୟ ସାମିଲ ଥିଲେ – ତାଙ୍କୁ ୨୦୧୯ରେ ଜାତିସଂଘ ଦ୍ୱାରା ‘ବିଶ୍ୱବ୍ୟାପୀ ଆତଙ୍କବାଦୀ’ ଭାବେ ଘୋଷିତ କରାଯାଇଥିଲା।

ଆନୁଷ୍ଠାନିକ ଭାବେ ସେ କେଉଁଠି ଅଛି ତାହା ଜଣାନଥିବା ବେଳେ ଗତ ବର୍ଷ ନଭେମ୍ବରରେ ସେ ପାକିସ୍ତାନର ପଞ୍ଜାବ ପ୍ରଦେଶର ଏକ କାର୍ଯ୍ୟକ୍ରମରେ ନଜର ଆସିଥିଲା। ଭାରତ ଉପରେ ଆହୁରି ଆତଙ୍କବାଦୀ ଆକ୍ରମଣ କରିବା ପାଇଁ ଆହ୍ବାନ ଦେଇଥିଲା। ତଥାପି, ପାକିସ୍ତାନ ସରକାର ଦାବି କରୁଛନ୍ତି ଯେ ସେ କେଉଁଠି ଅଛି ତାହା ଜଣା ନାହିଁ।

ଭାରତର ଆକ୍ରମଣରେ ଆଜହର ପରିବାରର ୧୦ ଜଣ ସଦସ୍ୟ ନିପାତ ହୋଇଥିଲେ। ଅପରେସନ ସିନ୍ଦୂରରେ ଭାରତର ଆକ୍ରମଣରେ ଅନେକ ଆତଙ୍କବାଦୀ ‌ଆଡ୍ଡା ଧ୍ବଂସ ହୋଇଥିଲା। ଧ୍ବଂସ ହୋଇଥିବା ଆତଙ୍କୀ ଘାଟି ଗୁଡିକୁ ଏବେ ପୁନଃନିର୍ମାଣ କରାଯାଉଛି।

ଅଧିକ ପଢ଼ନ୍ତୁ: ସମୁଦ୍ରରେ ଜୁବିନ୍ ଗର୍ଗଙ୍କ ସେହି ଶେଷ ମୁହୂର୍ତ୍ତ….

Scroll to Top