Jagatsinghpur: ନାବାଳିକାଙ୍କୁ ବିବାହ କରି SI ଫେରାର ଘଟଣାରେ ନୂଆ ମୋଡ: ପୀଡିତାଙ୍କୁ ଧମକ, ଭିଡିଓ ଭାଇରାଲ

jagatsinghpur:-ନାବାଳିକାଙ୍କୁ-ବିବାହ-କରି-si-ଫେରାର-ଘଟଣାରେ-ନୂଆ-ମୋଡ:-ପୀଡିତାଙ୍କୁ-ଧମକ,-ଭିଡିଓ-ଭାଇରାଲ

ଜଗତସିଂହପୁର ସଦର ଥାନା ଅଞ୍ଚଳର ପୋଲିସ୍ ASI ଅମିତ ପାଢ଼ୀ ଜଣେ ନାବାଳିକାଙ୍କୁ ବିବାହ କରିବା ପରେ ତାଙ୍କୁ ନିର୍ଯାତନା ଦେଉଥିଲେ। ଅଭିଯୋଗ ପରେ ସେ ଫେରାର ଅଛନ୍ତି।

ଜଗତସିଂହପୁରରେ ନାବାଳିକାଙ୍କୁ ବିବାହ କରି ପୋଲିସ SI ଅମିତ ପାଢ଼ୀ ଫେରାର ଘଟଣାରେ ନୂଆ ମୋଡ଼। ପୀଡିତାଙ୍କୁ ଜଗତସିଂହପୁର ସହକାରୀ ଥାନା ଅଧିକାରୀ ତଥା ମାମଲାର ତଦନ୍ତ ଅଧିକାରୀ ଦୀଲିପ କାଣ୍ଡି ଧମକ ଦେଉଥିବା ଅଭିଯୋଗ ଆସିଛି। ପୀଡ଼ିତାଙ୍କ ସହ ତଦନ୍ତକାରୀ ଅଧିକାରୀ ଦୀଲିପ କାଣ୍ଡି ତଦନ୍ତ ଆଳରେ ଫୋନରେ କଥା ହୋଇ ଧମକ ଦେଉଥିବା ଅଡ଼ିଓ ଏବେ ଭାଇରାଲ ହୋଇଛି।

ଅଭିଯୁକ୍ତ ପୋଲିସ ସବ ଇନ୍ସପେକ୍ଟର ଅମିତ ପାଢ଼ୀଙ୍କୁ ଗିରଫ କରିବା ବଦଳରେ ତଦନ୍ତକାରୀ ଅଧିକାରୀ ପୀଡ଼ିତାଙ୍କ ମାଆଙ୍କୁ ଗିରଫ କରିବାକୁ ଧମକ ଦେଉଥିବା ଅଡ଼ିଓରେ ଶୁଣିବାକୁ ମିଳିଛି। ପୀଡ଼ିତାଙ୍କ ମାଆ ନ୍ୟାୟ ପାଇଁ ଗୁହାରି କରୁଥିବା ବେଳେ ତଦନ୍ତକାରୀ ଅଧିକାରୀ ନାବାଳିକାଙ୍କ ମାଆଙ୍କୁ ଗିରଫ କରିବାକୁ ଧମକ ଦେବା ଅଡ଼ିଓ ସାମ୍ନାକୁ ଆସିଛି।

ଏକ ମାମଲାରେ ତୁମ ମାଆଙ୍କୁ ବୁକ କରିଦେଲେ କେମିତି ହୁଅନ୍ତା ବୋଲି କହିଛନ୍ତି ତଦନ୍ତକାରୀ ଅଧିକାରୀ। ତେବେ ଏହାକୁ ନେଇ ପୀଡ଼ିତା ଆପତ୍ତି କରିବାରୁ ଚିଲେଇବା ଆବଶ୍ୟକ ନାହିଁ ବୋଲି ତଦନ୍ତକାରୀ ଅଧିକାରୀ କହୁଥିବା ଶୁଣିବାକୁ ମିଳୁଛି। ତେବେ ଏନେଇ ତଦନ୍ତକାରୀ ଅଧିକାରୀ ଦୀଲିପ କାଣ୍ଡିଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

Also Read

ଗତ ୮ ତାରିଖରେ ଜଗତସିଂହପୁର ସଦର ଥାନା ଅଞ୍ଚଳର ପୋଲିସ୍ ASI ଅମିତ ପାଢ଼ୀ ବାହର କିଛି ମାସ ପରେ ସେ ଓ ତାଙ୍କ ପରିବାର ନବବଧୂଙ୍କୁ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା। ଘଟଣା ପରେ ସ୍ବାମୀ ପୋଲିସ୍ ASI ଅମିତ ପାଢ଼ୀ ଚାକିରିରୁ ନିଲମ୍ବିତ ହୋଇଛନ୍ତି। କିନ୍ତୁ ତା ପରଠୁ ସେ ଫେରାର ଅଛନ୍ତି। ଅଭିଯୁକ୍ତ ପୋଲିସ ଅଧିକାରୀଙ୍କୁ ଚାକିରିରୁ ନିଲମ୍ୱିତ କରି ଚୁପ୍ ହୋଇ ବସିଯାଇଛି ପୋଲିସ ବିଭାଗ।

ଅଧିକ ପଢ଼ନ୍ତୁ: ନାବାଳିକା ସ୍ତ୍ରୀଙ୍କୁ ପୋଲିସ୍ ସ୍ବାମୀଙ୍କ ନିର୍ଯାତନା ଅଭିଯୋଗ, ଫେସବୁକରୁ ପ୍ରେମ ପରେ କରିଥିଲେ ବିବାହ

ଓଟିଭି ହ୍ଵାଟ୍ସଅପ

Scroll to Top