Jackie Shroff Video: ଆଶା ଭୋସଲେଙ୍କ ଅନ୍ତିମ ସଂସ୍କାରରେ କାହା ଉପରେ ଭଡକିଲେ ଜ୍ୟାକି, କହିଲେ-ଦୟା କରି ଘରକୁ ଯାଅ

jackie-shroff-video:-ଆଶା-ଭୋସଲେଙ୍କ-ଅନ୍ତିମ-ସଂସ୍କାରରେ-କାହା-ଉପରେ-ଭଡକିଲେ-ଜ୍ୟାକି,-କହିଲେ-ଦୟା-କରି-ଘରକୁ-ଯାଅ

ମୁମ୍ଵାଇ ୧୪।୦୪; ସୋମବାର କ୍ଵିନ ଅଫ୍ ମେଲୋଡିଜ୍ ଆଶା ଭୋସଲେଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଏହି ଅବସରରେ ବଲିଉଡ ବହୁ ସେଲିବ୍ରିଟିଙ୍କ ଠାରୁ ଆରମ୍ଭ କରି ରାଜନୈତିକ ବ୍ୟକ୍ତିବିଶେଷ ଏବଂ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗ ଦେଇଥିଲେ । ତେବେ ଆଶାଙ୍କ ଅନ୍ତିମ ଦର୍ଶନ ପାଇଁ ପହଞ୍ଚିଥିଲେ ବଲିଉଡ ଅଭିନେତା ଜ୍ୟାକି ଶ୍ରଫ୍ । ତେବେ ସେଠାରୁ ଏକ ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ କହିଛନ୍ତି କି, ଭାଇ ଘରକୁ ଯାଅ । ଦୁଃଖର ସହ ଆଶାଙ୍କ ସମ୍ପର୍କରେ ମଧ୍ୟ ଏହି ଭିଡିଓରେ କହିଥିବା ଦେଖିବାକୁ ମିଳିଛି ।​​​​​​​

ଏହି ଭିଡିଓରେ ଦେଖିବାକୁ ମିଳିଛି କି, ସାମ୍ବାଦିକମାନେ ଜ୍ୟାକିଙ୍କୁ ପ୍ରଶ୍ନ କରିଛନ୍ତି କି, ଆଶା ଚାଲିଯିବା ପରେ ଆପଣଙ୍କୁ କେମିତି ଲାଗୁଛି ? ଏହାପରେ ସେ ଦେଇଥିବା ଉତ୍ତର ବେଶ ଭାଇରାଲ ହୋଇଛି । ସେ କହିଛନ୍ତି କି, “ମୋ ମାଆ ଚାଲିଗଲେ, ଏବଂ ତୁମେ ମୋତେ ପଚାରୁଛନ୍ତି ଯେ ମୁଁ କିପରି ଅନୁଭବ କରୁଛି। ତୁମର କହିବାର ଅର୍ଥ ହେଉଛି, ତୁମେ କିପରି ଅନୁଭବ କରୁଥିଲ? ଯେତେବେଳେ ଜଣେ ମାଆ ଚାଲିଯାଏ ସେତେବେଳେ କିପରି ଅନୁଭବ ହୁଏ?” ଏହାର ଉତ୍ତରରେ, ଜଣେ ପାପାରାଜି ଉତ୍ତର ଦିଅନ୍ତି, “ଏହା ଦୁଃଖଦ।” “ଏପରି କଥା ପଚାରିବା ପାଇଁ ଏହା ସଠିକ୍ ସମୟ ନୁହେଁ। ପ୍ଲିଜ୍ ଭାଇ ଛାଡ଼, ଦୟାକରି ଘରକୁ ଯାଅ।”ଏହା ଏପରି ଆଲୋଚନାର ସମୟ ନୁହେଁ।

୧୩ ଏପ୍ରିଲ୍ ସକାଳେ, ରଣବୀର ସିଂହ, ସଚିନ୍ ତେନ୍ଦୁଲକର, ମହମ୍ମଦ ସିରାଜଙ୍କ ସମେତ ଅନେକ ତାରକା ଆଶା ଭୋଁସଲେଙ୍କ ବାସଭବନରେ ପହଞ୍ଚି ତାଙ୍କର ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଅମୀର ଖାନ, ଭିକି କୌଶଳ ଏବଂ ଗାୟକ ଶାନ ଏବଂ ସୁଦେଶ ଭୋଁସଲେ ମଧ୍ୟ ଆଶା ଭୋଁସଲେଙ୍କୁ ଶେଷ ବିଦାୟ ଦେବା ପାଇଁ ଶ୍ମଶାନକୁ ଯାଇଥିଲେ।

​​​​​​​Also Read- Asha Creamation: ଅନ୍ତିମ ବିଦାୟରେ ବିକଳ ହୋଇ କାନ୍ଦିଲେ ନାତୁଣୀ, ସହିପାରିଲେନି ଭାରତୀୟ କ୍ରିକେଟର

Scroll to Top