J

j

କିମିଆ କରୁଛି ଜଲପରି। ପାଣି ଭିତରେ ମାଛ ଭଳି ପହଁରୁଛନ୍ତି। ଢେଉ ଭଳି ପାଖକୁ ମାଡି ଆସୁଛନ୍ତି। ଭିତରେ ରହି ଛୋଟ ପିଲାଙ୍କୁ ମତୁଆଲା କରୁଛି। ଜଲପରିକୁ ଦେଖିବା ପାଇଁ ପ୍ରବଳ ଭିଡ ହେଉଛି।

author-image

JALPARI

JALPARI Photograph: (OTV)

କେତେବେଳେ ମାଛ ଭଳି ପହଁରୁଛି ତ କେତେବେଳେ ସିଧା ମଣିଷ ଭଳି ଅଭିନୟ କରୁଛି। ପାଣି ଭିତରେ ନୂଆ ନୂଆ କୌଶଳ ଦେଖାଉଛି। ବାହାରୁ ଦେଖିଲେ ସତରେ ଲାଗୁଛି ଜଲପରି। ଆକ୍ବାରିୟମରେ ମାଛ ଥାଏ ଏଥିରେ କିନ୍ତୁ ଜଣେ ପରି ରହିଛି। ଆଉ ଏହି ପରି ଠିକ ମତ୍ସ୍ୟକନ୍ୟା ଭଳି ଦିଶୁଛି। ମାଛ ଭଳି ଲାଞ୍ଜ ଅଛି ଆଉ ଢେଣା ବି ରହିଛି। ପାଖରୁ ଦେଖିଲେ ହିଁ ଏହାକୁ ଅନୁଭବ କରିହେବ। କଟକ ବାଲିଯାତ୍ରା ଯାଉଥିବା ଦର୍ଶକଙ୍କୁ ଏହା ଆକର୍ଷିତ କରିବା ସହ ସମସ୍ତେ ଏହାର ମଜା ମଧ୍ୟ ନେଉଛନ୍ତି। ଭିନ୍ନ ଭିନ୍ନ ଢଙ୍ଗରେ ଉପସ୍ଥିତ ଦର୍ଶକଙ୍କୁ ଇସାରା କରୁଛି ଆଉ ପୁରା ମନୋରଞ୍ଜନର ଖୋରାକ ଦେଉଛି। ଏଥର ବାଲିଯାତ୍ରାକୁ ପ୍ରଥମ ଥର ପାଇଁ ଆସିଛି ଜଲପରି। ଛୋଟ ଛୁଆଠୁ ଆରମ୍ଭ କରି ବଡ ଯାଏ ସମସ୍ତୋ ଦେଖିବାକୁ ବାୟା। 


ତେବେ ବାହାରକୁ ଜଲପରି ଲାଗୁଥିବା ଓ ପାଣି ଭିତରେ ଖେଳୁଥିବା ଏହି ଯୁବତୀ ସୁଦୂର ଇଣ୍ଡୋନେସିଆରୁ ଆସି ଏଠାରେ ସୋ ଦେଖାଉଛନ୍ତି ଦୁଇ ଜଣ ଯୁବତୀ । ପାଣି ଭିତରେ ଅତି ଚମତ୍କାର ଢଙ୍ଗରେ ନିଜ କୌଶଳ ଦେଖାଉଛନ୍ତି। ଆଉ ଏମାନଙ୍କ ପ୍ରତିଭା ଦେଖି ଲୋକେ ବାୟା। ଟିକଟ ଦାମ ମାତ୍ର ୧୦୦ ଟଙ୍କା ରହିଛି। ଏହା ଭିତରକୁ ଥରେ ଗଲା ମାତ୍ରେ ଏ ପଇସା ଉଠିଯିବ। କାହିଁକି ନା ମୋବାଇଲରେ ଜଲପରୀକୁ ଦେଖୁଥିବା ପିଲା ଏବେ ପୁରା ପାଖରୁ ଦେଖୁଛନ୍ତି। ଆଉ ବେଶ ମଜା ଉଠାଉଛନ୍ତି।

ଜଲପରି ହେଉଛି ଇଣ୍ଡୋନେସିଆର ଏକ ଲୋକକଥା। ସୋସିଆଲ ମିଡିଆରେ ଏହି କଣ୍ଟେଣ୍ଟ ବେଶ ଭାଇରାଲ ହୋଇଥାଏ।

Scroll to Top