J

j

ଜମ୍ମୁ ଏବଂ କାଶ୍ମୀର ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ନଳିନ ପ୍ରଭାତ ଗଣମାଧ୍ୟମକୁ ସମ୍ବୋଧିତ କରି କହିଛନ୍ତି ଯେ ବିସ୍ଫୋରଣ ଏକ “ଦୁର୍ଘଟଣାଜନିତ” ଥିଲା। ଅନ୍ୟ କୌଣସି ଅନୁମାନ ଅନାବଶ୍ୟକ।

author-image

Jammu And Kashmir Blast

Jammu And Kashmir Blast Photograph: (OTV)

ଜମ୍ମୁ ଓ କାଶ୍ମୀରର ଶ୍ରୀନଗରର ନୌଗାମ ଥାନାରେ ବିସ୍ଫୋରଣ ‘ଦୁର୍ଘଟଣାଜନିତ’। ଗଣମାଧ୍ୟମକୁ ଏନେଇ ସୂଚନା ଦେଲେ ଜମ୍ମୁ-କାଶ୍ମୀର ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ନଳିନ ପ୍ରଭାତ। ବିସ୍ଫୋରଣ କାରଣ ସମ୍ପର୍କରେ ଅନ୍ୟ କୌଣସି ଅନୁମାନ ଅନାବଶ୍ୟକ ବୋଲି ଡିଜିପି କହିଛନ୍ତି।

ବିସ୍ଫୋରଣରେ ମୃତ୍ୟୁସଂଖ୍ୟା ୯ରେ ପହଞ୍ଚିଛି । ୩୦ରୁ ଅଧିକ ଆହତ ହୋଇଛନ୍ତି । ବିସ୍ଫୋରଣରେ ଜଣେ SIA କର୍ମୀ, ୩ FSL କର୍ମୀ, ୨ କ୍ରାଇମସିନ୍ ଫୋଟୋଗ୍ରାଫରଙ୍କ ମୃତ୍ୟୁ ହୋଇଛି। ୨ ରାଜସ୍ବ ଅଧିକାରୀ ଓ ଜଣେ ଟେଲରଙ୍କ ମଧ୍ୟ ମୃତ୍ୟୁ ହୋଇଛି।

ଗତକାଲି ବିଳମ୍ବିତ ରାତିରେ ନୌଗାମ୍ ଥାନାରେ ଏହି ବିସ୍ଫୋରଣ ହୋଇଥିଲା। ପୋଲିସ ଓ ଫରେନ୍ସିକ ଟିମ୍ ଯାଞ୍ଚ ବେଳେ ବିସ୍ଫୋରଣ ଘଟିଥିଲା। ତେବେ ବିସ୍ଫୋରଣ କେମିତି ଓ କେଉଁ ପରିସ୍ଥିତିରେ ଘଟିଲା ତଦନ୍ତ ଚାଲିଥିବା କହିଛନ୍ତି ଡିଜିପି।

ହରିୟାଣାର ଫରିଦାବାଦରୁ ଅଣାଯାଇଥିବା ବିସ୍ଫୋରକ ସାମଗ୍ରୀ (ଆମୋନିୟମ୍ ନାଇଟ୍ରେଟ୍) ର ଯାଞ୍ଚ କରୁଥିବା ସମୟରେ ବିସ୍ଫୋରଣ ହୋଇଥିଲା।

ଏହି ବିସ୍ଫୋରଣ ଦିଲ୍ଲୀର ଲାଲକିଲ୍ଲା ନିକଟରେ ଏକ କାରରେ ବିସ୍ଫୋରଣ ହେବାର କିଛି ଦିନ ପରେ ଘଟିଛି। ଯେଉଁଥିରେ ୧୩ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୨୦ ରୁ ଅଧିକ ଆହତ ହୋଇଥିଲେ।

Scroll to Top