ହସ୍ପିଟାଲ ପରିସରରେ ଥିବା ତମ୍ବୁ ଉପରେ ଟାର୍ଗେଟ କରି ଇସ୍ରାଏଲ ଆକ୍ରମଣ କରିବା ଫଳରେ ୭ ଜଣ ନିହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୫ ଜଣ ସାମ୍ବାଦିକ ଅଛନ୍ତି। ପାଲେଷ୍ଟାଇନ ସାମ୍ବାଦିକ ଗୋଷ୍ଠୀ ଏହାକୁ ପ୍ରେସ ସ୍ୱାଧୀନତା ଉପରେ ଆକ୍ରମଣ ବ୍ଲି କହିଛି।
ଇସ୍ରାଏଲ ଓ ହମାସ୍ ଯୁଦ୍ଧରେ ଅଲ ଜାଜୀରା ଆରବୀର ପାଞ୍ଚ ଜଣ ସାମ୍ବାଦିକଙ୍କ ମୃତ୍ୟୁ ହୋଇଛି। ଆନାସ ଅଲ ଶରୀଫଙ୍କ ସମେତ ପାଞ୍ଚ ଜଣ ସାମ୍ବାଦିକ ରବିବାର ରାତିରେ ଗାଜା ସହରରେ ଇସ୍ରାଏଲର ଏକ ଏୟାର ଷ୍ଟ୍ରାଇକରେ ନିହତ ହୋଇଛନ୍ତି। ଏହି ଆକ୍ରମଣ ଅଲ-ଶିଫା ହସ୍ପିଟାଲର ପ୍ରବେଶ ଦ୍ୱାର ନିକଟରେ ଘଟିଥିଲା। ସେଠାରେ ଅନେକ ଗଣମାଧ୍ୟମ କର୍ମୀ ଥିବା ବେଳେ ଏହି ଅଘଟଣ ଘଟିଥିଲା।
ଅଲ ଜାଜୀରା ଅନୁସାରେ, ଶିଫା ହସ୍ପିଟାଲର ଜଣେ ଅଧିକାରୀ କହିଛନ୍ତି ଯେ ହସ୍ପିଟାଲ ବାହାରେ ଏକ ତମ୍ବୁକୁ ଟାର୍ଗେଟ କରାଯାଇ ହୋଇଥିବା ଏହି ଆକ୍ରମଣରେ ମୋଟ ସାତ ଜଣଙ୍କର ମୃତ୍ୟୁ ହୋଇଛି। ଇସ୍ରାଏଲୀ ସେନା କହିଛି ଯେ ଆନାସ ଅଲ ଶରୀଫ ଏକ ବିମାନ ଆକ୍ରମଣରେ ନିହତ ହୋଇଛନ୍ତି। ଆନାସଙ୍କୁ ହମାସର ଏକ ଆତଙ୍କବାଦୀ ଗୋଷ୍ଠୀର ନେତୃତ୍ୱ ଦେଉଥିବା ଅଭିଯୋଗ କରିଛି ଭସ୍ରାଏଲ। ସେ ଇସ୍ରାଏଲୀ ନାଗରିକ ଏବଂ ସୈନ୍ୟଙ୍କ ଉପରେ ରକେଟ ଆକ୍ରମଣ କରିଥିବା ଅଭିଯୋଗ କରିଛି ଆଇଡିଏଫ।
ଅଲ ଜାଜୀରା ନିଶ୍ଚିତ କରିଛନ୍ତି ଯେ ଏହି ଆକ୍ରମଣରେ ସାମ୍ବାଦିକ ମହମ୍ମଦ କ୍ରେଇକେହ, କ୍ୟାମେରା ଅପରେଟର ଇବ୍ରାହିମ ଜାହେର, ମହମ୍ମଦ ନୌଫାଲ ଏବଂ ମୋଆମେନ ଆଲିୱା ଏବଂ ତାଙ୍କ ସହାୟକ ମହମ୍ମଦ ନୌଫାଲଙ୍କର ମୃତ୍ୟୁ ହୋଇଛି।
Also Read
ଭୟଙ୍କର ଆକ୍ରମଣ ପୂର୍ବରୁ, ଆନାସ ଅଲ ଶରୀଫ ଏକ୍ସରେ ପୋଷ୍ଟ କରି ଗାଜା ସହରର ପୂର୍ବ ଏବଂ ଦକ୍ଷିଣ ଅଞ୍ଚଳରେ ବୋମା ବର୍ଷଣ ବିଷୟରେ ବର୍ଣ୍ଣନା କରିଥିଲେ। ତାଙ୍କ ସୋସିଆଲ ମିଡିଆ ସାଇଟରେ ଶେଷ ଥର ପାଇଁ ଅପଲୋଡ ହୋଇଥିବା ଭିଡିଓରେ ମିସାଇଲ ଆକ୍ରମଣର ଭୟଙ୍କର ଗର୍ଜନ ଶବ୍ଦ ଶୁଣିବାକୁ ମିଳିଥିଲା।
ପାଲେଷ୍ଟାଇନୀ ସାମ୍ବାଦିକମାନେ ଏହି ହତ୍ୟାକାଣ୍ଡର ନିନ୍ଦା କରିଛନ୍ତି। ଏହାକୁ ସଂଘର୍ଷ ମଧ୍ୟରେ ପ୍ରେସ ସ୍ୱାଧୀନତା ଉପରେ ଏକ ଗମ୍ଭୀର ଆଘାତ ବୋଲି ବର୍ଣ୍ଣନା କରିଛନ୍ତି। ଅକ୍ଟୋବର ୨୦୨୩ ରେ ଗାଜାରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଇସ୍ରାଏଲର ଆକ୍ରମଣରେ ୬୧ ହଜାରରୁ ଅଧିକ ପାଲେଷ୍ଟାଇନ ନାଗରିକ ନିହତ ହୋଇଥିବା ସୂଚନା ମିଳିଛି।




