Israel airstrike on Lebanon: ଲେବାନନ ଉପରେ ଇସ୍ରାଏଲର ଏୟାରଷ୍ଟ୍ରାଇକ୍: ୧୮୦ ମୃତ, ୮୦୦ ଆହତ, ତାତିଲା ଇରାନ

israel-airstrike-on-lebanon:-ଲେବାନନ-ଉପରେ-ଇସ୍ରାଏଲର-ଏୟାରଷ୍ଟ୍ରାଇକ୍:-୧୮୦-ମୃତ,-୮୦୦-ଆହତ,-ତାତିଲା-ଇରାନ

Israel airstrike on Lebanon: ଇରାନ ଓ ଆମେରିକା ମଧ୍ୟରେ ଯୁଦ୍ଧ ବିରାମ ବିଫଳ ହେଉଥିବା ଦେଖାଯାଉଛି। କାରଣ ଇସ୍ରାଏଲ୍ ଲେବାନନ ଉପରେ ଏୟାରଷ୍ଟ୍ରାଇକ୍ କରିବା ପରେ ଇରାନ ପୁଣିଥରେ ହରମୁଜ ଜଳପଥକୁ ବନ୍ଦ କରି ଦେଇଛି। କିଛି ଘଣ୍ଟା ପୂର୍ବରୁ ଆମେରିକା ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧ ବିରାମ ଘୋଷଣା କରାଯାଇଥିଲା। ଫଳରେ ଏଥିରେ ୪୦ ଦିନ ଧରି ଲାଗି ରହିଥିବା ଯୁଦ୍ଧରେ ବ୍ରେକ୍ ଲାଗିଥିଲା।

ଷ୍ଟ୍ରେଟ ଅଫ ହରମୁଜ ଖୋଲିବା ନେଇ ମଧ୍ୟ ସବୁଜ ସଂକେତ ମିଳିବା ପରେ ବିଶ୍ୱ ନେତାମାନେ ମଧ୍ୟ ଆଶ୍ୱସ୍ତି ପ୍ରକାଶ କରିଥିଲେ। ଯୁଦ୍ଧ ବିରାମକୁ ଏକାଧିକ ଦେଶ ସମେତ ଇସ୍ରାଏଲ୍ ବି ସ୍ୱାଗତ କରିଥିଲା। ହେଲେ ଏହି ଚୁକ୍ତି ଭିତରେ ଲେବାନନ ଆସୁ ନାହିଁ। ତେଣୁ ଏହା ଉପରେ ଆକ୍ରମଣ ଜାରି ରହିବ ବୋଲି ରୋକଠୋକ ଶୁଣାଇଥିଲା ଏହି ଇହୁଦୀ ଦେଶ। ହେଲେ ପାକିସ୍ତାନ କହିଥିଲା ଏହି ଶାନ୍ତି ବାର୍ତ୍ତାରେ ଲେବାନନ ବି ସାମିଲ ରହିଛି। ସେଠାରେ ବି ଯୁଦ୍ଧ ବନ୍ଦ ହେବ। ଏନେଇ ଶୁକ୍ରବାର ଇସ୍ଲାମାବାଦରେ ଆମେରିକା-ଇରାନ ମଧ୍ୟରେ ବୈଠକ ହେବ ବୋଲି କହିଥିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀୀ ଶେହବାଜ ସରିଫ। ହେଲେ ଇସ୍ରାଏଲରେ ଆକ୍ରମଣ ଶାନ୍ତି ପ୍ରୟାସକୁ ପୁଣି ଭଙ୍ଗ କରିଦେଇଛି।

Also Read- Iran plans crypto toll for hormuz: ହରମୁଜ ଜଳପଥକୁ ନେଇ ଇରାନ ଉଠାଇପାରେ ବଡ଼ ପଦକ୍ଷେପ: ଟେନ୍ସନରେ ସାରା ବିଶ୍ୱ, ତେଲ ଓ ଗ୍ୟାସ୍ ମିଳିବ ତ ?

ଇସ୍ରାଏଲ ଲେବାନନରେ ହିଜବୋଲା ଆତଙ୍କବାଦୀ ଗୋଷ୍ଠୀ ବିରୁଦ୍ଧରେ ଆକ୍ରମଣକୁ ତୀବ୍ର କରିଛି। ଆଗୁଆ ସତର୍କତା ଜାରି ନ କରି ବେରୁଟର ଅନେକ ବାଣିଜ୍ୟିକ ଏବଂ ଆବାସିକ ଅଞ୍ଚଳକୁ ଟାର୍ଗେଟ କରିଛି। ଏଥିରେ ଅତି କମରେ ୧୮୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮୦୦ ରୁ ଅଧିକ ଆହତ ହୋଇଛନ୍ତି। ଏହି ଆକ୍ରମଣ ବର୍ତ୍ତମାନର ଇସ୍ରାଏଲ-ହିଜବୋଲା ସଂଘର୍ଷର ସବୁଠାରୁ ଘାତକ ଆକ୍ରମଣ ବୋଲି କୁହାଯାଉଛି।

Scroll to Top