Iran US warକୁ ପୁରିଲା ମାସେ, ଇରାନ ରାଷ୍ଟ୍ରପତି ପେଜେଶ୍‌କିୟାନଙ୍କ ବଡ଼ ଧମକ, ଜାଣନ୍ତୁ କହିଲେ କ’ଣ?

iran-us-warକୁ-ପୁରିଲା-ମାସେ,-ଇରାନ-ରାଷ୍ଟ୍ରପତି-ପେଜେଶ୍‌କିୟାନଙ୍କ-ବଡ଼-ଧମକ,-ଜାଣନ୍ତୁ-କହିଲେ-କ’ଣ?
  • ଇସ୍ରାଏଲ, ଆମେରିକା ସହ ଯୁଦ୍ଧକୁ ମାସେ ପୁରିଲା ମାସେ
  • ଆକ୍ରମଣ ଆରମ୍ଭ ହେବା ପରେ ତେହେରାନ ଉଭୟ ଶତ୍ରୁଦେଶଙ୍କ ଉପରେ କଡ଼ା ପ୍ରହାର କରୁଛି
  • ମଧ୍ୟପ୍ରାଚ୍ୟରେ ଆମେରିକାର ୧୩ ମିଲେଟ୍ରି ବେସ୍ ଇରାନ ଆକ୍ରମଣରେ ନଷ୍ଟ ହୋଇ ଯାଇଛି

 ତେହେରାନ ୨୮।୩: ଇସ୍ରାଏଲ, ଆମେରିକା ସହ ଯୁଦ୍ଧକୁ ମାସେ ପୁରିବା ପରେ ଇରାନ ରାଷ୍ଟ୍ରପତି ମସୂଦ ପେଜେଶ୍‌କିୟନ ଶନିବାର ବଡ଼ ବୟାନ ଦେଇଛନ୍ତି। ସେ ଶତ୍ରୁଙ୍କୁ ଚେତାବନୀ ଦେଇ କହିଛନ୍ତି ଯେ ‘ଆମେ ପ୍ରଥମେ ଆକ୍ରମଣ କରୁନା, ହେଲେ କିଏ ଯଦି ଆମକୁ ଟାର୍ଗେଟ କରିବାକୁ ଉଦ୍ୟମ କରେ ଆମେ କଡ଼ା ଜବାବ ଦେଉ’। ଏଥିରେ ସେ ମଧ୍ୟପ୍ରାଚ୍ୟ ଦେଶଙ୍କୁ ମଧ୍ୟ ଧମକ ଦେଇଛନ୍ତି। କହିଛନ୍ତି ଯଦି ତୁମେ ତୁମର ସୁରକ୍ଷା ଚାହୁଁଥାଅ ତେବେ ତୁମ ଦେଶର ଭୂମିକୁ ଆମ ବିରୋଧରେ ଶତ୍ରୁଙ୍କୁ ଉପଯୋଗ କରିବାକୁ ଦିଅନି। ତେବେ ଯୁଦ୍ଧକୁ ମାସେ ପୁରିବା ପରେ ପେଜେଶ୍‌କିୟନ ସୋସିଆଲ ମିଡିଆରେ କରିଥିବା ପୋଷ୍ଟରେ କ’ଣ ଉଲ୍ଲେଖ କରିଛନ୍ତି ଆସନ୍ତୁ ଜାଣିବା।

We have said many times that Iran doesn’t carry out preemptive attacks, but we will retaliate strongly if our infrastructure or economic centers are targeted.
To the countries of the region:
If you want development and security, don’t let our enemies run the war from your lands.

— Masoud Pezeshkian (@drpezeshkian) March 28, 2026

ଏକ୍ସ ରେ ରାଷ୍ଟ୍ରପତି ପେଜେଶ୍କିୟନଙ୍କ ପୋଷ୍ଟ
ଇରାନ ରାଷ୍ଟ୍ରପତି ମସୂଦ ପେଜେଶ୍‌କିୟନ ଏକ୍ସ ରେ ଏକ ପୋଷ୍ଟ କରିଛନ୍ତି। ଏଥିରେ ସେ ଲେଖିଛନ୍ତି ଯେ ‘ଆମେ ଅନେକ ବାର କହିଛୁ କି ଇରାନ ପ୍ରଥମେ ଆକ୍ରମଣ କରେନି, ଏଥିରେ ଯଦି ଆମର ଭିତ୍ତିଭୂମି ଅଥବା ଆର୍ଥିକ କେନ୍ଦ୍ରକୁ ଟାର୍ଗେଟ କରାଗଲା ଆମେ ଜବାବରେ କଡ଼ା କାର୍ଯ୍ୟାନୁଷ୍ଠାନ କରିବୁ’। ସେହିପରି ପଡୋଶୀ ଦେଶଙ୍କୁ କହିଛନ୍ତି ଯେ ଯଦି ବିକାଶ ଓ ସୁରକ୍ଷା ଚାହୁଁଥାନ୍ତି ଆମ ଶତ୍ରୁଙ୍କୁ ଯୁଦ୍ଧରେ ନିଜର ଭୂମି ଉପଯୋଗ କରିଦାକୁ ଦିଅନି।

ମଧ୍ୟପ୍ରାଚ୍ୟର ସବୁ ଦେଶଙ୍କ ଆମେରିକା ବେସ୍ କୁ ଟାର୍ଗେଟ କରୁଛି ଇରାନ
ଉଲ୍ଲେଖଯୋଗ୍ୟ ଯେ ଆମେରିକା ଓ ଇସ୍ରାଏଲ ଦ୍ୱାରା ଫେବୃଆରୀ ୨୮ରେ ତେହେରାନ ଉପରେ ଆକ୍ରମଣ ଆରମ୍ଭ ହେବା ପରେ ତେହେରାନ ଉଭୟ ଶତ୍ରୁଦେଶଙ୍କ ଉପରେ କଡ଼ା ପ୍ରହାର କରୁଛି। ଇରାନ ମଧ୍ୟପ୍ରାଚ୍ୟର ପ୍ରମୁଖ ଦେଶ ସାଉଦୀଆରବ, ୟୁଏଇ, ବାହାରିନ, ଓମାନ ଓ କତାର ଭଳି ଦେଶରେ ଥିବା ଆମେରିକା ସାମରିକ ଘାଟିମାନଙ୍କୁ ଟାର୍ଗେଟ୍ କରୁଛି। ନିକଟରେ ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ଏକ ଖବରରେ ମଧ୍ୟପ୍ରାଚ୍ୟରେ ଆମେରିକାର ୧୩ ମିଲେଟ୍ରି ବେସ୍ ଇରାନ ଆକ୍ରମଣରେ ନଷ୍ଟ ହୋଇ ଯାଇଛି। ଏହା ଆମେରିକା ଲାଗି ବହୁତ ବଡ଼ ଝଟକା।

Scroll to Top