IPS Reshuffle: IPS ସ୍ତରରେ ବଡ ଧରଣର ଅଦଳବଦଳ

ips-reshuffle:-ips-ସ୍ତରରେ-ବଡ-ଧରଣର-ଅଦଳବଦଳ

୧୭ ଜଣ ଆଇପିଏସ ଓ ଜଣେ ଓପିଏସ ଅଫିସରଙ୍କୁ ବଦଳି କରାଯାଇଛି।

IPS ସ୍ତରରେ ବଡ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ୧୭ ବରିଷ୍ଠ IPS ଓ ଜଣେ OPS ଅଫିସରଙ୍କୁ ବଦଳି କରାଯାଇଛି। ଏ ନେଇ ଗୁରୁବାର ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ସନ୍ତୋଷ ବାର୍ଲାଙ୍କୁ ମିଳିଛି SFSL ନିର୍ଦ୍ଦେଶକ ଦାୟିତ୍ବ । ଏସ୍ ପ୍ରବୀଣ କୁମାରଙ୍କୁ ଆଇଜି ପୋଲିସ ପ୍ରୋଭିଜନିଙ୍ଗ ଦାୟିତ୍ବ ମିଳିଥିବାବେଳେ ଗଜଭିଏ ସତୀଶ କୁମାର ହୋଇଛନ୍ତି ସ୍ପେଶାଲ ଆର୍ମଡ୍ ପୋଲିସ IG । ସଞ୍ଜୟ କୁମାର କୌଶଲ EOW ଆଇଜି ଭାବେ ନିଯୁକ୍ତ ହୋଇଛନ୍ତି ।

ସେହିଭଳି ଅବିନାଶ କୁମାରଙ୍କୁ ଷ୍ଟେଟ୍ କ୍ରାଇମ ରେକର୍ଡ ବ୍ୟୁରୋ ନିର୍ଦ୍ଦେଶକ ଦାୟିତ୍ବ, ସତ୍ୟଜିତ ନାୟକଙ୍କୁ ପୋଲିସ ସେଣ୍ଟ୍ରାଲ ରେଞ୍ଜ୍ ଡିଆଇଜି ଦାୟିତ୍ବ ମିଳିଛି । ପିନାକ ମିଶ୍ର ହୋଇଛନ୍ତି ପୋଲିସ ଇଷ୍ଟର୍ଣ୍ଣ ରେଞ୍ଜ୍ ଡିଆଇଜି । ସ୍ମିଥ ପରମାର କ୍ରାଇମବ୍ରାଞ୍ଚ୍ ଏସପି ଭାବେ ନିଯୁକ୍ତ ହୋଇଛନ୍ତି । ପ୍ରତୀକ ସିଂ ପୁରୀର ନୂଆ ଏସପି ହୋଇଥିବାବେଳେ ବିବେକାନନ୍ଦ ଶର୍ମା ଖୋର୍ଦ୍ଧା, ପ୍ରତ୍ୟୁଷ ଦିବାକର ବାଲେଶ୍ବର, ବୀନିତ ଅଗ୍ରୱାଲ କଟକ ଗ୍ରାମାଞ୍ଚଳ ଏସପି ଭାବେ ବଦଳି ହୋଇଛନ୍ତି ।

Also Read

ରାଜ ପ୍ରସାଦ ସ୍ପେଶାଲ ବ୍ରାଞ୍ଚ୍ ଏସପି, ଜି ରେଡ୍ଡୀ ରାଘବେନ୍ଦ୍ର ଝାରସୁଗୁଡ଼ା ଏସପି, ଅଙ୍କିତ କୁମାର ବର୍ମା ଜଗତସିଂହପୁର ଏସପି, ଅମ୍ରିତପାଲ ସିଂ ନୂଆପଡ଼ା ଏସପି, ଅମ୍ରିତପାଲ କୌର ସୁନ୍ଦରଗଡ଼ ଏସପି, ଭବାନୀ ଶଙ୍କର ଉଦଗାତା ରେଲୱେ କଟକ ଏସପି ହୋଇଛନ୍ତି।

ଅଧିକ ପଢନ୍ତୁ: ହାତୀ ସୁରକ୍ଷା ପାଇଁ ସରକାର ଆଣିବେ ସ୍ୱତନ୍ତ୍ର ନୀତି, ରିଜିଓନାଲ ଆକ୍ସନ ପ୍ଲାନ ପ୍ରସ୍ତୁତ କରିବ ବିଭାଗ

Scroll to Top