IPL Viral Girl: କୋହଲିଙ୍କୁ ମସାଜ୍ ଦେଉଥିବା ଏ ମହିଳା ଜଣକ କିଏ ? ଫଟୋ ଭାଇରାଲ ପରେ ପଦାକୁ ଆସିଲା ସତ

ipl-viral-girl:-କୋହଲିଙ୍କୁ-ମସାଜ୍-ଦେଉଥିବା-ଏ-ମହିଳା-ଜଣକ-କିଏ-?-ଫଟୋ-ଭାଇରାଲ-ପରେ-ପଦାକୁ-ଆସିଲା-ସତ

ନୂଆଦିଲ୍ଲୀ: ଚାଲିଛି IPLର କ୍ରେଜ୍। ଲାଇମଲାଇଟରେ ବ୍ୟାଟର୍ ଏବଂ ବୋଲର। ତଥାପି ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ସଫଳତା ପଛରେ ଏକ ଏପରି ଚେହେରା ରହିଛି ଯାହାଙ୍କୁ ନେଇ ଚର୍ଚ୍ଚା ଓ ଆଲୋଚନା। ବିରାଟ କୋହଲିଙ୍କୁ ଜଣେ ମହିଳା ମସାଜ୍ ଦେଉଥିବାର ଫଟୋ ଭାଇରାଲ ହେବାରେ ଲାଗିଛି। ସାମ୍ନାକୁ ଆସିବା ପରଠାରୁ, ସେ ଚର୍ଚ୍ଚାରେ ରହିଛନ୍ତି। ଏପରିକି କୋହଲି-ଅନୁଷ୍କା ନେଇ ବିଭିନ୍ନ ପ୍ରକାରର ଏଡିଟିଂ ଫଟୋ ଭାଇରାଲ ହେଉଛି।

ପ୍ରକୃତରେ ମହିଳା ଜଣକ ହେଉଛନ୍ତି ନବନୀତା ଗୌତମ। IPL ଇତିହାସରେ ପ୍ରଥମ ମହିଳା ସପୋର୍ଟ ଷ୍ଟାଫ୍ ସଦସ୍ୟ। ବିରାଟ କୋହଲିଙ୍କଠାରୁ ସ୍ମୃତି ମନ୍ଧାନା ପର୍ଯ୍ୟନ୍ତ, RCBର ଷ୍ଟାରମାନେ କିଭଳି ଫିଟ୍ ରହିବେ, ତାହା ନବନୀତାଙ୍କ ଦାୟିତ୍ୱ।

IPLର ପ୍ରଥମ ମହିଳା ସ୍ପୋର୍ଟସ୍ ମସାଜ୍ ଥେରାପିଷ୍ଟ ନବନିତା ଗୌତମ। ସେ ୨୦୨୧୯ରେ RCBରେ ଜଣେ ସ୍ପୋର୍ଟସ୍ ମସାଜ୍ ଥେରାପିଷ୍ଟ ଭାବରେ ଯୋଗ ଦେଇଥିଲେ। ଏହି ପୁରୁଷ-ପ୍ରାଧାନ୍ୟ ଲିଗରେ ଏହା ଏକ ବୈପ୍ଳବିକ ପଦକ୍ଷେପ ଥିଲା। ମୁଖ୍ୟ ଫିଜିଓଥେରାପିଷ୍ଟ ଏବଂ ଷ୍ଟ୍ରେନ୍ଥ ଆଣ୍ଡ୍ କଣ୍ଡିସନିଂ କୋଚ୍ ସହିତ ମିଶି କାମ କରି ସେ ଖେଳାଳିଙ୍କ ଆରୋଗ୍ୟ ଏବଂ ସେମାନଙ୍କ ଶାରୀରିକ ଅସୁସ୍ଥତା ଉପରେ ଫୋକସ କରନ୍ତି।

ତାଙ୍କର ଏକ ଫଟୋ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଘୁରି ବୁଲୁଛି, ଯେଉଁଥିରେ ସେ ବିରାଟ କୋହଲିଙ୍କୁ ମସାଜ୍ ଦେଉଥିବାର ଦେଖାଯାଉଛି। କାନାଡାର ଭାନକୁଭରରେ ଜନ୍ମଗ୍ରହଣ କରିଥିବା ନବନିତା ଜଣେ ପ୍ରମାଣିତ ଆଥଲେଟିକ୍ ଚିକିତ୍ସକ। IPLରେ ପାଦ ଦେବା ପୂର୍ବରୁ, ତାଙ୍କର ବ୍ୟାପକ ଅନ୍ତର୍ଜାତୀୟ ସ୍ତରୀୟ ଅଭିଜ୍ଞତା ଥିଲା। ସେ ଗ୍ଲୋବାଲ୍ T20 କାନାଡା ଟୁର୍ନାମେଣ୍ଟ ସମୟରେ ଟରଣ୍ଟୋ ନ୍ୟାସନାଲ୍ସ ସହିତ କାମ କରିଥିଲେ। ପରବର୍ତ୍ତୀ ସମୟରେ, ସେ ଏସିଆ କପ୍ ସମୟରେ ଭାରତୀୟ ମହିଳା ବାସ୍କେଟବଲ୍ ଦଳର ଚିକିତ୍ସକ ଭାବରେ କାର୍ଯ୍ୟ କରିଥିଲେ। ସେ ସମଗ୍ର ଏସିଆ ଏବଂ ୟୁରୋପରେ ବୃତ୍ତିଗତ ଗଲ୍ଫ ଟୁରରେ ତାଙ୍କର ସେବା ପ୍ରଦାନ କରିଛନ୍ତି।

also read- ପଦାକୁ ଆସିଲା IPL Ticketକୁ ନେଇ କାରନାମା, ୬୦୦ ଟଙ୍କିଆ ଟିକେଟର ଦାମ୍ ହୋଇଗଲା ୧୯ ହଜାର

ଯେତେବେଳେ ନବନିତା ପ୍ରଥମ ଥର ଲିଗରେ ଯୋଗ ଦେଇଥିଲେ, ଅନେକ ଲୋକ ପୁରୁଷ ଡ୍ରେସିଂ ରୁମର ଏକମାତ୍ର ମହିଳା ହେବା ବିଷୟରେ ପ୍ରଶ୍ନ ଉଠାଇଥିଲେ। ନବନିତା ଏହି ପ୍ରଶ୍ନଗୁଡ଼ିକର ଉତ୍ତର ବହୁତ ଶାନ୍ତ ଏବଂ ପରିପକ୍ୱତାର ସହିତ ଦେଇଥିଲେ। ସେ କହିଥିଲେ, “ମୁଁ କେବେ ଅସହଜ ଅନୁଭବ କରିନଥିଲି। ସବୁବେଳେ ମୋ ଚାରିପାଖରେ ୨୦ ଭାଇ ରହିବା ଭଳି ଅନୁଭବ ହୁଏ।”

ନଭନିତାଙ୍କ କାର୍ଯ୍ୟରେ ପ୍ରଭାବିତ ହୋଇ, RCB ତାଙ୍କୁ 2023 ମସିହାରେ ମହିଳା ପ୍ରିମିୟର ଲିଗ୍ ଆରମ୍ଭ ହେବା ସହିତ ତାଙ୍କ ମହିଳା ଦଳର ମୁଖ୍ୟ ଆଥଲେଟିକ୍ ଥେରାପିଷ୍ଟ ଭାବରେ ନିଯୁକ୍ତ କରିଛି। ବର୍ତ୍ତମାନ, ସେ କେବଳ ବିରାଟ କୋହଲିଙ୍କ ସୁସ୍ଥତା ତଦାରଖ କରନ୍ତି ନାହିଁ ବରଂ ସ୍ମୃତି ମନ୍ଧାନା ଏବଂ ଏଲିସ୍ ପେରିଙ୍କ ଭଳି ତାରକାଙ୍କ ଦାୟିତ୍ୱ ନେଇଛନ୍ତି।

Scroll to Top