ଐତିହାସିକ ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ୍ ରାଇଡର୍ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ ମଧ୍ୟରେ ଖେଳା ଯାଉଛି ଆଇପିଏଲ ୨୦୨୬ର ୧୫ତମ ମ୍ୟାଚ୍। ପ୍ରଥମେ ବ୍ୟାଟିଂ କରିଥିବା ଆୟୋଜକ କେକେଆର ୪ ଓ୍ଵିକେଟ୍ ହରାଇ ୧୮୧ ରନ କରିଛି। ଅଧିନାୟକ ଆଜିଙ୍କ୍ୟ ରାହାଣେ ପୁଣି ଥରେ ବଡ଼ ସ୍କୋର କରି ନ ଥିଲେ ବି ୪୧ ରନର ଉପଯୋଗୀ ଇନିଂସ ଖେଳିଛନ୍ତି। ଫର୍ମରେ ଥିବା ଅଙ୍ଗକୃଷ ରଘୁବଂଶୀ ୪୫ ରନ କରିଥିବା ବେଳେ ରୋଭମ୍ୟାନ ପାଓ୍ଵେଲ ୩୯ ରନ କରିଛନ୍ତି।
Published By: Deepak – Prameya-News7 Bureau | April 09, 2026 09:33 PM
NEWS7
KKR vs LSG IPL 2026: ଐତିହାସିକ ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ୍ ରାଇଡର୍ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ ମଧ୍ୟରେ ଖେଳା ଯାଉଛି ଆଇପିଏଲ ୨୦୨୬ର ୧୫ତମ ମ୍ୟାଚ୍। ପ୍ରଥମେ ବ୍ୟାଟିଂ କରିଥିବା ଆୟୋଜକ କେକେଆର ୪ ଓ୍ଵିକେଟ୍ ହରାଇ ୧୮୧ ରନ କରିଛି। ଅଧିନାୟକ ଆଜିଙ୍କ୍ୟ ରାହାଣେ ପୁଣି ଥରେ ବଡ଼ ସ୍କୋର କରି ନ ଥିଲେ ବି ୪୧ ରନର ଉପଯୋଗୀ ଇନିଂସ ଖେଳିଛନ୍ତି। ଫର୍ମରେ ଥିବା ଅଙ୍ଗକୃଷ ରଘୁବଂଶୀ ୪୫ ରନ କରିଥିବା ବେଳେ ରୋଭମ୍ୟାନ ପାଓ୍ଵେଲ ୩୯ ରନ କରିଛନ୍ତି। ବୋଲିଂରେ ଦିଗବେଶ ସିଂ ରାଠି ୨୫ ରନ ଦେଇ ଗୋଟିଏ ଓ୍ଵିକେଟ୍ ନେଇଛନ୍ତି। ମହମ୍ମଦ ଶାମି ଓ୍ଵିକେଟ୍ ପାଇ ନ ଥିଲେ ବି ଶାଣିତ ବୋଲିଂ କରିଛନ୍ତି। ଲକ୍ଷ୍ନୌ ସମ୍ମୁଖରେ ରହିଛି ୧୮୨ ରନର ବିଜୟ ଲକ୍ଷ୍ୟ।
Updating…




