IPL 2026 : ଟେନ୍‌ସନ୍‌ରେ CSK ମ୍ୟାନଜେମେଣ୍ଟ, ଚଳିତ ସିଜିନ୍‌ରୁ ବାଦ୍ ପଡିଲେ ଏହି ବିସ୍ଫୋରକ ବ୍ୟାଟର

ipl-2026-:-ଟେନ୍‌ସନ୍‌ରେ-csk-ମ୍ୟାନଜେମେଣ୍ଟ,-ଚଳିତ-ସିଜିନ୍‌ରୁ-ବାଦ୍-ପଡିଲେ-ଏହି-ବିସ୍ଫୋରକ-ବ୍ୟାଟର

ଚେନ୍ନାଇ ୨୨।୦୪ : ଚେନ୍ନାଇ ସୁପର କିଙ୍ଗସକୁ ଆଉ ଏକ ଝଟ୍କା । ପୁରା ଟେନସନରେ ଟିମ୍ ମ୍ୟାନେଜମେଣ୍ଟ । ପ୍ରଥମ ଆହତ ଲାଗି ପେସର ସଲିଲ୍ ବାଦ୍ ପଡିଲେ, ଏବେ ଯୁବ ବ୍ୟାଟର ଆୟୁଷ ମାହତ୍ରେ ଚଳିତ ସିଜିନରୁ ବାଦ୍ ପଡିଛନ୍ତି । ଆହତ ସମସ୍ୟା ଲାଗି ଏହି ଯୁବ ବ୍ୟାଟର ଅଧା ସିଜିନରୁ ବାଦ୍ ପଡିଛନ୍ତି ।

୨୦୨୬ ଆଇପିଏଲ୍ରେ ଚେନ୍ନାଇ ପକ୍ଷରୁ ଖେଳୁଥିବ ଥିବା ମୁମ୍ବାଇର ଯୁବ ଓପନର ଆହତ ହୋଇଛନ୍ତି। ଆଘାତ ଗୁରୁତର ଥିବାରୁ ତାଙ୍କୁ ଟୁର୍ଣ୍ଣାମେଣ୍ଟରୁ ବାଦ ଦିଆଯାଇଛି। ଚଳିତ ବର୍ଷ ଭାରତକୁ ୧୯ବର୍ଷରୁ କମ୍ ବିଶ୍ୱକପ ଜିତାଇଥିବା ମାହତ୍ରେ ସମ୍ପ୍ରତି ଚମତ୍କାର ଫର୍ମରେ ରହିଥିଲେ। ୬ଟି ମ୍ୟାଚରେ ସେ ୨୦୧ ରନ ସଂଗ୍ରହ କରିସାରିଥିଲେ। ଗତ ଶନିବାର ଅନୁଷ୍ଠିତ ହାଇଦ୍ରାବାଦ ବିପକ୍ଷ ମୁକାବିଲାରେ ବ୍ୟାଟିଂ କରୁଥିବା ସମୟରେ ତାଙ୍କ ବାମ ଜଙ୍ଘ ପଛ ପାର୍ଶ୍ଵ ମାଂସପେଶୀରେ ଆଘାତ ଲାଗିଥିଲା I ଆଘାତ ଗୁରୁତର ରହିଥିବା ସ୍କାନ ରିପୋର୍ଟରୁ ସ୍ପଷ୍ଟ ହୋଇଛି। ତେବେ ମାହତ୍ରେଙ୍କୁ ଫିଟ୍ ହେବା ପାଇଁ ଅତି କମ୍‌ରେ ୧୨ ସପ୍ତାହ ସମୟ ଲାଗିବ । ତେଣୁ ତାଙ୍କୁ ୨୦୨୬ ଆଇପିଏଲ୍ର ଆଗାମୀ ମ୍ୟାଚ୍ରେ ଆଉ ଦେଖିବାକୁ ମିଳିବନି । ସେ ବାଦ ପଡ଼ିବା ଫଳରେ ଚେନ୍ନାଇର ବ୍ୟାଟିଂ ବିଭାଗ ଦୁର୍ବଳ ହୋଇଛି। ଅବଶ୍ୟ ଉର୍ଭିଲ ପଟେଲଙ୍କ ଭଳି ଯୁବ ଟପ ଅର୍ଡର ବ୍ୟାଟର ସୁଯୋଗ ଅପେକ୍ଷାରେ ରହିଛନ୍ତି।

Also Read:-ଉଲଗ୍ନ କଲା, ହାତଗୋଡ଼ ବାନ୍ଧିଦେଲା… Western Styleରେ ପ୍ରପୋଜ୍ କରିବାକୁ କହି ଜୀବନ ନେଇଗଲା ପ୍ରେମିକା

ସୂଚନାଯୋଗ୍ୟ ଯେ, ୨୦୨୫ ମସିହାରେ ଆଇପିଏଲ୍ରେ ଡେବ୍ୟୁ କରିଥିଲେ ଆୟୁଷ ମାହତ୍ରେ । ୨୦୨୫ ସିଜିନରେ ମାତ୍ର ୭ଟି ମ୍ୟାଚ୍ ଖେଳିବାର ସୁଯୋଗ ପାଇଥିଲେ । ଯେଉଁଥିରେ ସେ ୨୪୦ ରନ୍ ସଂଗ୍ରହ କହିଥିଲେ । ଏଥିରେ ଗୋଟିଏ ଅର୍ଦ୍ଧଶତକ ସାମିଲ ଥିଲା । ସେହିପରି ୨୦୨୬ ସିଜିନରେ ମାତ୍ର ୬ଟି ମୁକାବିଲା ଖେଳିବାର ସୁଯୋଗ ପାଇଛନ୍ତି ଆୟୁଷ । ଯେଉଁଥିରେ ୨୦୧ ରନ୍ ସଂଗ୍ରହ କରିଛନ୍ତି । ଏଥିରେ ୨ଟି ଅର୍ଦ୍ଧଶତକ ରହିଛି । ବର୍ତ୍ତମାନ ଯାଏଁ ଆଇପିଏଲ୍ କ୍ୟାରିୟରରେ ମୋଟ ୧୩ଟି ମ୍ୟାଚ୍ ଖେଳିଛନ୍ତି ଆୟୁଷ । ଯେଉଁଥିରେ ୪୪୧ ରନ୍ ସଂଗ୍ରହ କରିଛନ୍ତି । ଯେଉଁଥିରେ ତାଙ୍କ ସର୍ବାଧିକ ସ୍କୋର ୯୪ ରନ୍ ରହିଛି । ଆଇପିଏଲ୍ରେ ଆୟୁଷଙ୍କ ଷ୍ଟ୍ରାଇକ୍ ରେଟ୍ ୧୮୩ରୁ ଅଧିକ ରହିଛି ।

Scroll to Top