India’s electric vehicles sales : ତେଲ ଦାମ ବୃଦ୍ଧି ଭୟରେ ବଢ଼ିଲା ଇଭି ବିକ୍ରି: ଯୁଦ୍ଧ ଯୋଗୁ ଲଗଜୁରୀ କାରକୁ ନା

india’s-electric-vehicles-sales-:-ତେଲ-ଦାମ-ବୃଦ୍ଧି-ଭୟରେ-ବଢ଼ିଲା-ଇଭି-ବିକ୍ରି:-ଯୁଦ୍ଧ-ଯୋଗୁ-ଲଗଜୁରୀ-କାରକୁ-ନା

ପଶ୍ଚିମ ଏସିଆରେ ଯୁଦ୍ଧ ଯୋଗୁ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ବୃଦ୍ଧି ଆଶଙ୍କା ଗ୍ରାହକଙ୍କ ମନ ପରିବର୍ତ୍ତନ କରିଛି। ଭାରତରେ ଇଭି ସେକ୍ଟରର ବିକ୍ରି ଏଥର ଜବରଦସ୍ତ ହୋଇଛି।

Published By: abinash – Prameya-News7 Bureau | April 12, 2026 05:51 PM

NEWS7

India’s electric vehicles sales
photo credit-carandbike

Auto Sales FY2026: ପଶ୍ଚିମ ଏସିଆରେ ଯୁଦ୍ଧ ଯୋଗୁ ବିଳାସମୟ କାର କିଣୁ ନାହାନ୍ତି ଗ୍ରାହକ। ଗତ ଆର୍ଥିକ ବର୍ଷ କାର୍ ବିକ୍ରିରେ ଯେତେ ବି କାର୍ ବିକ୍ରି ହୋଇଛି ତାର ମାତ୍ର ୧ଭାଗ ବିଳାସମୟ କାରର ରହିଛି। ୨୦୨୫-୨୬ ଆର୍ଥିକ ବର୍ଷରେ ଦେଶରେ କାର୍ ବିକ୍ରି ୧୩% ବୃଦ୍ଧି ପାଇ ୪୭ ଲକ୍ଷ କାର୍ ବିକ୍ରି ହୋଇଛି। ଯାହା ଏକ ରେକର୍ଡ। ହେଲେ ବିଳାସପୂର୍ଣ୍ଣ କାର୍ ମାତ୍ର ୧% ବିକ୍ରି ହୋଇଛି। BMW ଇଣ୍ଡିଆର ସଭାପତି ହରଦୀପ ସିଂହ ବ୍ରାରଙ୍କ ଅନୁଯାୟୀ,ପଶ୍ଚିମ ଏସିଆରେ ଉତ୍ତେଜନା ଗ୍ରାହକଙ୍କ ଭାବନାକୁ ପ୍ରଭାବିତ କରିଛିଯାହା ଫଳରେ ସେମାନେ ବିଳାସୟ କାର୍ କ୍ରୟରେ ପଛଘୁଞ୍ଚା ଦେଉଛନ୍ତି।

ମର୍ସିଡିଜ୍-ବେଞ୍ଜ୍ ଇଣ୍ଡିଆର ଏମ୍‌ଡି ଏବଂ ସିଇଓ ସନ୍ତୋଷ ଆୟର କହିଛନ୍ତି ଯେ ବିଶ୍ୱ ପରିସ୍ଥିତି ଯୋଗୁ ଏହି ବର୍ଷ ଲଗଜରୀ ବଜାର ସ୍ଥିର ରହିପାରେ। ତଥାପି,ମର୍ସିଡିଜ୍-ବେଞ୍ଜ୍ ଇଣ୍ଡିଆ ୨୦୨୫-୨୬ ଆର୍ଥିକ ବର୍ଷରେ ୧୯,୩୬୩ ୟୁନିଟ୍ ବିକ୍ରି କରିଥିଲା,ଯାହା ଗୋଟିଏ ଆର୍ଥିକ ବର୍ଷରେ ଏହାର ସର୍ବାଧିକ ପ୍ରଦର୍ଶନ ରହିଛି। ପୂର୍ବ ବର୍ଷ ୧୮,୯୨୮ ୟୁନିଟ୍ ବିକ୍ରି ହୋଇଥିଲା ବୋଲି ସେ ସୂଚନା ଦେଇଛନ୍ତି।

Also Read- ଲଗଜୁରୀ କାର୍ ୱାର୍ଲ୍ଡରେ ପ୍ରିୟଙ୍କା ଚେପ୍ରାଙ୍କ ଏଣ୍ଟ୍ରି, ହେଲେ ବେଣ୍ଟଲିର ନୂଆ ବ୍ରାଣ୍ଡ ଆମ୍ବସଡର

ତେବେ ୨୫-୨୬ ବର୍ଷରେ ମର୍ସିଡିଜର ଏହି ବିକ୍ରି ମୁଖ୍ୟତଃ “ଟପ୍-ଆଣ୍ଡ ଲଗଜୁରୀ” ସେଗମେଣ୍ଟରେ ହୋଇଥିଲା। ଧନୀ ଗ୍ରାହକ ଅଧିକ ପସନ୍ଦ କରୁଥିବାରୁ ଏହି ସେଗମେଣ୍ଟରେ ବିକ୍ରି ୧୬% ବୃଦ୍ଧି ଘଟିଛି। ମାର୍ଚ୍ଚ ତ୍ରୈମାସିକରେ ଏହା ରେକର୍ଡ ୨୫% ପର୍ଯ୍ୟନ୍ତ ପହଞ୍ଚିଥିଲା।

ଇନ୍ଧନ ମୂଲ୍ୟ ବୃଦ୍ଧିର ଭୟଯୋଗୁ ଗ୍ରାହକମାନେ ଏଥର ଇଭି କିଣିବାକୁ ଅଧିକ ମନ ବଳାଉଛନ୍ତି। ଜାନୁଆରୀ-ମାର୍ଚ୍ଚ ମାସରେ BMWର ଇଲେକ୍ଟ୍ରିକ୍ କାର୍ ବିକ୍ରୟ ୮୩%ବୃଦ୍ଧି ପାଇ ୧,୧୮୫ରେ ପହଞ୍ଚିଛି। ଯାହା ବର୍ତ୍ତମାନ କମ୍ପାନୀର ମୋଟ ବିକ୍ରୟର ୨୬%। ୧.କୋଟି ଟଙ୍କାରୁ ଅଧିକ ମୂଲ୍ୟର ମର୍ସିଡିଜ୍ ଇଲେକ୍ଟ୍ରିକ୍ କାର୍ ଚାହିଦା ମଧ୍ୟ ୮୫%ବୃଦ୍ଧି ପାଇଛି।

India EV sell: ଇଭି ସେଲ୍‌ରେ ରେକର୍ଡ

ପଶ୍ଚିମ ଏସିଆରେ ଯୁଦ୍ଧ ଯୋଗୁ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ବୃଦ୍ଧି ଆଶଙ୍କା ଗ୍ରାହକଙ୍କ ମନ ପରିବର୍ତ୍ତନ କରିଛି। ଭାରତରେ ଇଭି ସେକ୍ଟରର ବିକ୍ରି ଏଥର ଜବରଦସ୍ତ ହୋଇଛି। ଗ୍ରାହକଙ୍କୁ ଆକର୍ଷଣ କରିବା ପାଇଁ କମ୍ପାନୀ ଭଳି ଭଳି ଡିଜାଇନ୍‌ରେ ଇଭି ତିଆରି କରୁଥିଲେ ବି ରଣକ୍ଷଶୀଳ ଭାରତୀୟ ଇଭିକୁ ସୁରକ୍ଷିତ ମଣୁ ନଥିଲେ।

ଏମିତିକି ସରକାର ସବ୍‌ସିଡି ଦେବା ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ସତ୍ତ୍ୱେ ଇଭି ବିକ୍ରି ସେତେଟା ବଢ଼ୁ ନଥିଲା। ହେଲେ ପଶ୍ଚିମ ଏସିଆ ଯୁଦ୍ଧ ମନ ପରିବର୍ତ୍ତନ କରିବାରେ ସଫଳ ହୋଇଛି। ଆର୍ଥିକ ବର୍ଷ ୨୦୨୬ରେ ଇଭି ବିକ୍ରି ୨୦ ଲକ୍ଷ ୟୁନିଟ ଅତିକ୍ରମ କରିଛି। ଦୁଇ ଚକିଆ,ତିନି ଚକିଆ ଓ ଇ-କାରର ଅଧିକ ପ୍ରଡକ୍ସନ ଇଭି ବିକ୍ରି ବୃଦ୍ଧିରେ ସହାୟ ହୋଇଛି।

ଫେଡେରେସନ ଅଫ୍ ଅଟୋମୋବାଇଲ୍ ଡିଲର୍ସ ଆସୋସିଏସନ୍ (FADA)ଦ୍ୱାରା ପ୍ରକାଶିତ ରିଟେଲ ସେଲ୍ ନମ୍ବର ଅନୁଯାୟୀ,ଆର୍ଥିକ ବର୍ଷ ୨୦୨୬ରେ ମୋଟ ୨୪.୫ ଲକ୍ଷ ୟୁନିଟ୍ ଇଭି ବିକ୍ରି ହୋଇଥିଲା ପୂର୍ବ ଆର୍ଥିକ ବର୍ଷରେ ବିକ୍ରି ଥିଲା ୧୯.୬ ଲକ୍ଷ ୟୁନିଟ୍ ।ତେଣୁ ଏଥର ପ୍ରାୟ ୨୫% ବୃଦ୍ଧି ଦେଖିବାକୁ ମିଳିଛି।

Also Read- କାହିଁକି ରିସ୍କ ମାର୍କେଟ୍ ହେଉଛି ଭାରତ? ଫେରିବେ ତ ବିଦେଶୀ ନିବେଶକ? ଶ୍ରୀଧର ଭେମ୍ବୁ କହିଲେ, ଜାପାନ ଠାରୁ ଶିଖିବା ଉଚିତ୍

ଦୁଇ ଚକିଆ ଓ ୩ ଚକିଆ ଯାନର ବାଜିମାତ

ମୋଟ ଇଭି ବିକ୍ରିରେ ଦୁଇ ଚକିଆ ଜାନ ସର୍ବାଧିକ ବିକ୍ରି ହୋଇଥିଲା। ଟିଭିଏସ୍,ବଜାଜ୍ ଅଟୋ ଏବଂ ଆଥର ଭଳି ବ୍ରାଣ୍ଡ୍ ଟୁହ୍ୱିଲର ଅଧିକ ବିକ୍ରି ହୋଇଥିଲା। ଆର୍ଥିକ ବର୍ଷ ୨୦୨୬ରେ ମୋଟ ୧୪ଲକ୍ଷ ଇଲେକ୍ଟ୍ରିକ୍ ଦୁଇଚକିଆ ଯାନ ବିକ୍ରି ହୋଇଛି।ଯାହା ପୂର୍ବ ଆର୍ଥିକ ବର୍ଷରେ ୧୧.ଲକ୍ଷ ୟୁନିଟ୍ ଥିଲା।

ସେହିଭଳି ତିନି ଚକିଆ ଯାନରେ,ଆର୍ଥିକ ବର୍ଷ ୨୫ରେ ୭ ଲକ୍ଷ ୟୁନିଟ୍ ବିକ୍ରୟ ହୋଇଥିବା ବେଳେ୨୦୨୬ରେ ଏହା ବୃଦ୍ଧି ପାଇ ୮.୩ ଲକ୍ଷ ୟୁନିଟ ହୋଇଥିଲା। ଏଥିରେ ୧୯% ବୃଦ୍ଧି ଦେଖିବାକୁ ମିଳିଛି। ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା,ବଜାଜ ଅଟୋ ଏବଂ ଟିଭିଏସ୍ ତିନି ଚକିଆ ଯାନସର୍ବାଧିକ ବିକ୍ରି ହୋଇଛି।

ଇଲେକ୍ଟ୍ରିକ୍ କାର ସେଗମେଣ୍ଟରେ ବିକ୍ରି୨୦୨୫୨୬ ଆର୍ଥିକ ବର୍ଷରେ ୮୪ବୃଦ୍ଧି ପାଇଛି । କାରଣ ନୂଆ ନୂ ଆକର୍ଷଣୀୟ ମଡେଲ ଏବଂ ମୂଲ୍ୟ ହ୍ରାସ ଇଭି ବିକ୍ରିକୁ ବଳ ଦେଇଛି। ଏନେଇFADAକହିଛି ଯେ ଆର୍ଥିକ ବର୍ଷ ୨୦୨୬ରେ ମୋଟ EVବିକ୍ରୟ ପ୍ରାୟ ୨ଲକ୍ଷ ୟୁନିଟ୍ ଛୁଇଁଛି, ଯାହା ଆର୍ଥିକ ବର୍ଷ ୨୦୨୫ରେ ପ୍ରାୟ ୧.ଲକ୍ଷ ୟୁନିଟ୍ ବିକ୍ରି ହୋଇଥିଲା। କମର୍ସିଆଲ୍ ଯାନବାହନରେ,ଇଭି ବିକ୍ରି ୧୯,୪୫୪ ୟୁନିଟ୍ ବଢ଼ିଛି। ୨୦୨୫ରେ ଏହା ୮,୮୨୦ ୟୁନିଟ ଥିଲା। ସେହି ତୁଳନାରେ ଏଥିରେ ୧୨୧%ବୃଦ୍ଧି ପାଇଛି।

Also Read- ବିଶ୍ବ ଅର୍ଥନୀତି ପ୍ରତି ଘନଉଛି ମହାସଙ୍କଟ ! ଭୟ ବଢ଼ାଇଲା ଜାତିସଂଘର ଏହି ରିପୋର୍ଟ

Scroll to Top