Indian Origin Attacked By Irish: ଛୋଟ ଝିଅକୁ ବି ଛାଡିଲେନି; ଚୁଟି ଟାଣି ମାରିଲେ, ଭାରତ ଫେରିଯିବାକୁ ଧମକ ଦେଲେ

indian-origin-attacked-by-irish:-ଛୋଟ-ଝିଅକୁ-ବି-ଛାଡିଲେନି;-ଚୁଟି-ଟାଣି-ମାରିଲେ,-ଭାରତ-ଫେରିଯିବାକୁ-ଧମକ-ଦେଲେ

ଆୟାର୍ଲ୍ୟାଣ୍ଡର ୱାଟରଫୋର୍ଡରେ ଭାରତୀୟ ବଂଶୋଦ୍ଭବ ଏକ ଛୋଟ ଝିଅକୁ ମାରିବା ସହ ଭାରତ ଫେରିଯିବାକୁ ଧମକ ଦେଇଛନ୍ତି। ଆୟରଲ୍ୟାଣ୍ଡରେ ଭାରତୀୟଙ୍କ ଉପରେ ଆକ୍ରମଣ ବୃଦ୍ଧି ପାଉଛି।

ଆୟାର୍ଲ୍ୟାଣ୍ଡରେ ପୁଣି ଭାରତୀୟ ବଂଶୋଦ୍ଭବଙ୍କୁ ଆକ୍ରମଣ ହୋଇଛି। ଜାତିବାଦୀ ଆକ୍ରମଣର ଏଥର ଶିକାର ହୋଇଛନ୍ତି ଜଣେ ୬ ବର୍ଷୀୟ ଶିଶୁ। ଆୟାର୍ଲ୍ୟାଣ୍ଡର ୱାଟରଫୋର୍ଡରେ ଜଣେ ଭାରତୀୟ ବଂଶୋଦ୍ଭବ ଝିଅକୁ ତାଙ୍କ ଘର ବାହାରେ କିଛି ପୁଅ ନିର୍ମମ ଭାବରେ ଆକ୍ରମଣ କରିଥିବାର ଖବର ସାମନାକୁ ଆସିଛି। ଏହା ସହିତ “ଭାରତ ଫେରିଯାଅ” ବୋଲି ତାଙ୍କୁ କହିଥିଲେ। ଆକ୍ରମଣକାରୀମାନେ ତାଙ୍କ ଗୁପ୍ତାଙ୍ଗରେ ମଧ୍ୟ ଆଘାତ କରିଥିଲେ। ଏହା ପୂର୍ବରୁ ଅନ୍ୟ ଭାରତୀୟମାନଙ୍କ ଉପରେ ଆକ୍ରମଣ ହୋଇଛି।

କେରଳର କୋଟ୍ଟାୟମର ଅନୁପା ଅଚ୍ୟୁତନ ତାଙ୍କ ଝିଅ ନିୟା ନବୀନଙ୍କ ସହ ୮ ବର୍ଷ ଧରି ଆୟାର୍ଲାଣ୍ଡର ୱାଟରଫୋର୍ଡରେ ରୁହନ୍ତି। ଅନୁପା ପେସାରେ ଜଣେ ନର୍ସ। ଅଗଷ୍ଟ ୪ ତାରିଖ ସୋମବାର ସନ୍ଧ୍ୟାରେ ନିୟା ତାଙ୍କ ସାଙ୍ଗମାନଙ୍କ ସହିତ ତାଙ୍କ ଘର ବାହାରେ ଖେଳୁଥିବା ସମୟରେ ଏହି ଆକ୍ରମଣ କରିଥିଲେ କିଛି ପିଲା। ମୂଳ କଥା ହେଉଛି, ଆକ୍ରମଣ କରିଥିବା ଏହି ଗ୍ୟାଙ୍ଗରେ ପ୍ରାୟ ଆଠ ବର୍ଷର ଏକ ଝିଅ ଏବଂ ୧୨ ରୁ ୧୪ ବର୍ଷର ଅନେକ ପୁଅ ଥିଲେ ବୋଲି ଝିଅର ମାଆ ଅନୁପା ଅଚ୍ୟୁତନ ଅଭିଯୋଗ କରିଛନ୍ତି।

ଅନୁପା କହିଛନ୍ତି ଯେ ଏକ ଗ୍ୟାଙ୍ଗ ତାଙ୍କ ଝିଅର ମୁହଁରେ ମୁକ୍କା ମାରିଥିଲା, ତାଙ୍କର ଗୁପ୍ତାଙ୍ଗରେ ସାଇକେଲରେ ଆଘାତ କରିଥିଲେ, ତାଙ୍କ ବେକରେ ମଧ୍ୟ ମୁକ୍କା ମାରିଥିଲା ଏବଂ ତାଙ୍କ ଚୁଟି ମଧ୍ୟ ଟାଣିଥିଲେ। ସେହି ସମୟରେ ସେ ଘର ଭିତରେ ଥିଲେ। କିଛି ମିନିଟ୍ ପରେ ଝିଅଟି କାନ୍ଦି କାନ୍ଦି ଘରକୁ ଫେରିଥିଲା, ସେ ଏତେ ଭୟଭୀତ ଥିଲା ଯେ ସେ କ’ଣ ହୋଇଛି କିଛି କହି ପାରୁନଥିଲା। ତେବେ, ଝିଅଟିର ସାଙ୍ଗମାନେ କହିଥିଲେ ଯେ କିଛି ପିଲା ତାଙ୍କୁ ମୁହଁରେ ମୁକ୍କା ମାରିଥିଲେ ଓ ତାଙ୍କର ଗୁପ୍ତାଙ୍ଗରେ ମଧ୍ୟ ଆକ୍ରମଣ କରିଥିଲେ।

Also Read

ସେ କହିଛନ୍ତି ଯେ ସେ ଆୟାରଲ୍ୟାଣ୍ଡକୁ ନିଜ ଘର ମନେ କରୁଥିଲେ, କିନ୍ତୁ ଏବେ ନିଜକୁ ଅସହାୟ ଅନୁଭବ କରୁଛନ୍ତି। ଆକ୍ରମଣକାରୀ ପିଲାମାନେ ତାଙ୍କୁ ଦେଖି ହସୁଥିବା ଦୃଶ୍ୟ ସବୁଠାରୁ ଭୟଙ୍କର ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ନିକଟରେ ଅନେକ ଭାରତୀୟଙ୍କ ଉପରେ ଆୟାର୍ଲ୍ୟାଣ୍ଡରେ ଆକ୍ରମଣ ହେବା ସହ ନିଜ ଦେଶକୁ ଫେରିଯିବାକୁ ଧମକ ମଧ୍ୟ ଦେଉଛନ୍ତି। ଭାରତୀୟ ଦୂତାବାସ ମଧ୍ୟ ନିଜ ଦେଶର ନାଗରିକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି।

ଅଧିକ ପଢନ୍ତୁ: ଭାରତ ଉପରେ ୫୦% ଟାରିଫ ଲାଗୁ କଲା ପରେ ବି ମିଳିଲାନି ଶାନ୍ତି, ଆହୁରି ଧମକ ଦେଲେ ଟ୍ରମ୍ପ

ଓଟିଭି ହ୍ଵାଟ୍ସଅପ

Scroll to Top