ନୂଆଦିଲ୍ଲୀ : ଟି-୨୦ ବିଶ୍ୱକପ୍ ୨୦୨୬ରେ ଭାରତ ପାକିସ୍ତାନକୁ ହରାଇ କରି ପୁଣି ଥରେ ଟୁର୍ଣ୍ଣାମେଣ୍ଟରେ ନିଜର ସ୍ଥିତିକୁ ସୁଦୃଢ଼ କରିଛନ୍ତି। ଏହି ହାଇ-ଭୋଲଟେଜ୍ ମ୍ୟାଚ୍ ପରେ, ମ୍ୟାଚ୍ ସହିତ ଜଡିତ ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓଗୁଡ଼ିକ ମଧ୍ୟରୁ ଗୋଟିଏ ଭିଡିଓ ବେଶ୍ ଲୋକପ୍ରିୟତା ସାଉଁଟିଛି, ଯେଉଁଥିରେ ପାକିସ୍ତାନୀ ପ୍ରଶଂସକମାନେ ଭାରତର ଜାତୀୟ ସଙ୍ଗୀତ “ଜନ ଗଣ ମନ” ଗାଉଥିବାର ଦେଖିବାକୁ ମିଳୁଛି। କିଛି ପ୍ରଶଂସକ ତ ପାକିସ୍ତାନୀ ଜର୍ସି ପିନ୍ଧି ଭାରତୀୟ ଜାତୀୟ ସଙ୍ଗୀତ ଗାନ କରୁଥିବାର ଦେଖାଯାଉଛି। ତାପୁଣି ଖୁବ୍ ଖୁସି ଓ ସମ୍ମାନର ସହ। ଷ୍ଟାଡିୟମରେ ଉପସ୍ଥିତ ଭାରତୀୟ ଦର୍ଶକମାନେ ମଧ୍ୟ ସମ୍ମାନ ଜଣାଇ ଠିଆ ହୋଇଥିବାର ଦେଖାଯାଉଛି। ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ଉଭୟ ଦେଶର ଜାତୀୟ ସଙ୍ଗୀତ ବାଜିବା ସମୟରେ ଏହି ଦୃଶ୍ୟ ବୋଲି କୁହାଯାଉଛି।
ଭିଡିଓଟି ଭାଇରାଲ୍ ହେବା ପରେ ସୋସିଆଲ ମିଡିଆରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଅନେକ ଏହାକୁ କ୍ରୀଡାପ୍ରେମୀ ଏବଂ ପାରସ୍ପରିକ ସମ୍ମାନର ଏକ ଉଦାହରଣ କହି ପ୍ରଶଂସା କରୁଛନ୍ତି। ହେଲେ ଆଉ କିଛି ୟୁଜର ମତ ଦେଉଛନ୍ତି ଯେ ଏହା ସୋସିଆଲ ମିଡିଆରେ ଭାଇରାଲ ହେବା ପାଇଁ ଏକ ପଦକ୍ଷେପ ହୋଇପାରେ। ତଥାପି, ବହୁ ସଂଖ୍ୟକ ଲୋକେ ଏହି ଭିଡିଓକୁ ଖୁବ୍ ପ୍ରଶଂସା କରୁଛନ୍ତି।
ରବିବାର ଖେଳାଯାଇଥିବା ଭାରତ – ପାକିସ୍ତାନ ମ୍ୟାଚରେ ଭାରତର ବଡ଼ ବିଜୟ ହୋଇଛି। ଭାରତ ପ୍ରଥମେ ବ୍ୟାଟିଂ କରି ପାକିସ୍ତାନକୁ ୧୭୬ ରନ୍ ର ଟାର୍ଗେଟ ଦେଇଥିଲା। ଜବାବରେ ପାକିସ୍ତାନ ୧୮ ଓଭରରେ ୧୧୪ ରନ୍ ରେ ଅଲଆଉଟ୍ ହୋଇଯାଇଥିଲା। ଏହି ବିଜୟ ସହିତ ଭାରତ ବିଶ୍ୱକପ୍ ରେ ପାକିସ୍ତାନ ବିପକ୍ଷରେ ତା’ର ଉତ୍କୃଷ୍ଟ ରେକର୍ଡ ବଜାୟ ରଖିଛି।ସେପଟେ ଦଳର ପରାଜୟ ନିଶ୍ଚିତ ହେବା ପୂର୍ବରୁ ପାକିସ୍ତାନର ଗୃହମନ୍ତ୍ରୀ ଏବଂ ପିସିବି ଅଧ୍ୟକ୍ଷ ମୋହସିନ ନକଭିଙ୍କ ସମେତ କିଛି ଦର୍ଶକ ଷ୍ଟାଡିୟମ ଛାଡି ଚାଲି ଯାଇଥିଲେ। ଏହି ଦୃଶ୍ୟ ସୋସିଆଲ ମିଡିଆରେ ମଧ୍ୟ ଆଲୋଚନାର ବିଷୟ ପାଲଟିଛି।
How many Indians can do this? #INDvsPAK pic.twitter.com/mdSLqRPH72
— Ihtisham Ul Haq (@iihtishamm) February 16, 2026
ଇଶାନ କିଷାନଙ୍କ ଶକ୍ତିଶାଳୀ ଇନିଂସ:
ଇଶାନ କିଷାନ ଭାରତୀୟ ଇନିଂସରେ ୭୭ ରନର ଏକ ଚମତ୍କାର ଇନିଂସ ଖେଳି ଦଳର ଶକ୍ତିଶାଳୀ ସ୍କୋରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ତାଙ୍କ ବ୍ୟାଟିଂକୁ ସୋସିଆଲ ମିଡିଆରେ ମଧ୍ୟ ବହୁଳ ଭାବରେ ପ୍ରଶଂସା କରାଯାଇଛି।
Also Read- ଭାରତର ବିଜୟକୁ ସେଲିବ୍ରେଟ୍ କଲା ବଲୁଚିସ୍ତାନ, ଧୁମ୍ ନାଚିଲେ ପିଲାଠୁ ବଢ଼ୁା; ଭିଡିଓ ଭାଇରାଲ୍




