India vs Pakistan: ଆଜି ମହାସମର, ପୁଣି ମାଟି କାମୁଡ଼ିବାକୁ ପ୍ରସ୍ତୁତ ପାକିସ୍ତାନ

india-vs-pakistan:-ଆଜି-ମହାସମର,-ପୁଣି-ମାଟି-କାମୁଡ଼ିବାକୁ-ପ୍ରସ୍ତୁତ-ପାକିସ୍ତାନ

ଆଜି ଦୁବାଇରେ ଭାରତ ବନାମ ପାକିସ୍ତାନ ମ୍ୟାଚକୁ ତୀବ୍ର ବିରୋଧ କରାଯାଇଛି। ପ୍ରଶଂସକମାନେ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରି ବୟକଟ ଡାକରା ଦେଇଛନ୍ତି। ବହୁ ପ୍ରଚାର ସତ୍ତ୍ୱେ ପ୍ରାୟ ଟିକେଟ୍ ବିକ୍ରି ହୋଇନାହିଁ, ଟିକେଟ୍ ବିକ୍ରି ମନ୍ଥର ରହିଛି।

ପହଲଗାମ ଆକ୍ରମଣ ପରେ ଭାରତର ଅପରେସନ୍ ସିନ୍ଦୁର ମାଡ଼ରେ ଅଣ୍ଟା ଭାଙ୍ଗି ପଡ଼ିଥିଲା ପାକିସ୍ତାନ। ହେଲେ ଏହାର ଠିକ କିଛି ମାସ ପରେ ହେବାକୁ ଯାଉଛି ଭାରତ ବନାମ ପାକିସ୍ତାନ ଏସିଆ କପ୍ ମ୍ୟାଚ୍। ଯାହାକୁ ବିଭିନ୍ନ ମହଲରେ ବିରୋଧ କରାଯାଉଛି। ମ୍ୟାଚ୍ ବର୍ଜନ କରିବାକୁ ଦାବି ଉଠିଛି। ଏମିତିକି ମ୍ୟାଚ୍ ପାଇଁ ହଜାର ହଜାର ଟିକେଟ୍ ଏବେ ବି ଉପଲବ୍ଧ ରହିଛି। ଶୁକ୍ରବାର ଭାରତର ଅଭ୍ୟାସ ସେସନରେ ବହୁତ କମ୍ ଦର୍ଶକ ଆସିଥିଲେ। ମ୍ୟାଚ୍ ପାଇଁ ପୂର୍ବ ପରି ଉତ୍ସାହ ମଧ୍ୟ ନାହିଁ। ହେଲେ ଏସବୁ ମଧ୍ୟରେ ଆଜି ଦୁବାଇରେ ଏହି ହାଇଭୋଲଟେଜ୍ ମ୍ୟାଚ ହେବାକୁ ଯାଉଛି। ଆଉ ଏଥିପାଇଁ ପ୍ରସ୍ତୁତ ହେଲେଣି ସୂର୍ଯ୍ୟକୁମାର ଆଣ୍ଡ କୋ।

ଏଥର ଭାରତୀୟ ଦଳରେ ଷ୍ଟାର ପ୍ଲେୟାର ରୋହିତ ଶର୍ମା ଏବଂ ବିରାଟ କୋହଲି ନାହାନ୍ତି। ତଥାପି, ଦଳରେ ଶୁଭମନ ଗିଲ୍, ସୂର୍ଯ୍ୟକୁମାର ଯାଦବ ଏବଂ ଅଭିଷେକ ଶର୍ମାଙ୍କ ଭଳି ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ଅଛନ୍ତି। ତେଣୁ ଭାରତର ବ୍ୟାଟିଂ କ୍ରମ ପାକିସ୍ତାନକୁ ଅଧିକ ଚିନ୍ତିତ କରିବ। ଯଦି ଗିଲ୍, ଅଭିଷେକ, ସଞ୍ଜୁ ସାମସନ, ସୂର୍ଯ୍ୟକୁମାର, ତିଲକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଶିବମ୍ ଦୁବେ ଭଲ ଖେଳନ୍ତି ତେବେ ସେମାନେ ଯେକୌଣସି ବୋଲିଂ ଆକ୍ରମଣକୁ ନଷ୍ଟ କରିପାରିବେ।

ଅଧିକ ଦେଖିବା ପାଇଁ କ୍ଲିକ୍ କରନ୍ତୁ:

Also Read

ସେହିପରି ୟୁଏଇ ବିପକ୍ଷ ମ୍ୟାଚ୍‌ରେ ଭାରତ ପ୍ଲେଇଂ-୧୧ରେ ଅକ୍ଷର ପଟେଲ, ବରୁଣ ଚକ୍ରବର୍ତ୍ତୀ ଏବଂ କୁଲଦୀପ ଯାଦବଙ୍କୁ ନେଇ ଖେଳିଥିଲା, ଯେତେବେଳେ ଜସପ୍ରିତ ବୁମରାହ ଏକମାତ୍ର ବିଶେଷଜ୍ଞ ଦ୍ରୁତ ବୋଲର ଥିଲେ। ସ୍ପିନରମାନେ ଦୁବାଇ ପିଚ୍‌ରେ ଚମତ୍କାର ପ୍ରଦର୍ଶନ କରିଥିଲେ। ତେଣୁ ଭାରତ ପ୍ଲେଇଂ-୧୧ରେ କୌଣସି ପରିବର୍ତ୍ତନ କରିବାର ସମ୍ଭାବନା କମ୍। ଯଦି ପରିବର୍ତ୍ତନ ହୁଏ, ତେବେ ଜଣେ ସ୍ପିନରଙ୍କୁ ହ୍ରାସ କରି ଗତ ମ୍ୟାଚ୍‌ରେ ଖେଳି ନଥିବା ଦ୍ରୁତ ବୋଲର ଅର୍ଶଦୀପ ସିଂହଙ୍କୁ ସୁଯୋଗ ମିଳିପାରେ। ତେବେ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ର ଗୁରୁତ୍ୱକୁ ବିଚାର କରି ଭାରତ ସମାନ ରଣନୀତିରେ ଖେଳିବ କି କିଛି ପରିବର୍ତ୍ତନ କରିବ ତାହା ଦେଖିବା ନିଶ୍ଚିତ ରୋଚକ ହେବ।

ଅଧିକ ପଢ଼ନ୍ତୁ: ଲଣ୍ଡନରେ ରାଲି, ମସ୍କଙ୍କ ସମ୍ବୋଧନ: ପ୍ରତିରୋଧ କର ବା ମର

Scroll to Top