India-China Direct Flights: ଭାରତ ଓ ଚୀନ୍ ମଧ୍ୟରେ ପୁଣି ଉଡ଼ିବ ସିଧାସଳଖ ବିମାନ, ଆରମ୍ଭ ହେବ ସୀମା ବାଣିଜ୍ୟ

india-china-direct-flights:-ଭାରତ-ଓ-ଚୀନ୍-ମଧ୍ୟରେ-ପୁଣି-ଉଡ଼ିବ-ସିଧାସଳଖ-ବିମାନ,-ଆରମ୍ଭ-ହେବ-ସୀମା-ବାଣିଜ୍ୟ

ଭାରତ ଓ ଚୀନ୍ ମଧ୍ୟରେ ଡାଇରେକ୍ଟ ଫ୍ଲାଇଟ୍ ଓ ବର୍ଡର୍ ଟ୍ରେଡ୍ ପୁଣି ଆରମ୍ଭ ହେବ ବୋଲି ନିଷ୍ପତ୍ତି ନିଆଯାଇଛି। ସୀମା ବିବାଦର ତ୍ବରିତ ସମାଧାନ ପାଇଁ ବିଶେଷଜ୍ଞ ଦଳ ଗଠନ ଲାଗି ସହମତି ପ୍ରକାଶ ପାଇଛି।

Chinmayee Sahoo

  • Published: Wednesday, 20 August 2025
  • Last updated: 20 August 2025, 08:39 AM IST

INDIA-CHINA_FLIGHTCredit: OTV

INDIA-CHINA_FLIGHT

ଭାରତ ଓ ଚୀନ୍ ମଧ୍ୟରେ ପୁଣି ଉଡ଼ିବ ସିଧାସଳଖ ବିମାନ। ପୁଣିଥରେ ଆରମ୍ଭ ହେବ ସୀମା ବାଣିଜ୍ୟ। ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚୀନ୍ ବୈଦେଶିକ ମନ୍ତ୍ରୀ ୱାଙ୍ଗ୍ ୟି ଭେଟିଥିବା ବେଳେ, ଦୁଇ ଦେଶ ମଧ୍ୟରେ ଡାଇରେକ୍ଟ ଫ୍ଲାଇଟ୍ ଓ ବର୍ଡର୍ ଟ୍ରେଡ୍ ପୁଣି ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି। କୋଭିଡ୍ ଯୋଗୁଁ ଏବଂ ଗଲୱାନ ସଂଘର୍ଷ ପରେ ସ୍ଥଗିତ ଥିବା ଏହି ସବୁ ବ୍ୟବସ୍ଥା ପୁନଃ କାର୍ଯ୍ୟକ୍ଷମ କରିବାକୁ ନିଷ୍ପତ୍ତି ହୋଇଛି।

ଦ୍ବିପାକ୍ଷିକ ବାଣିଜ୍ୟ ବୃଦ୍ଧି ପାଇଁ ଉତ୍ତରାଖଣ୍ଡର ଲିପୁଲେଖ ପାସ୍, ହିମାଚଳ ପ୍ରଦେଶର ଶିପକି ଲା ଏବଂ ସିକ୍କିମର ନାଥୁଲା ପାସ୍ ଖୋଲାଯିବ ବୋଲି ସୂଚନା ମିଳିଛି। ଭିସା ନିୟମ କୋହଳ ପାଇଁ ମଧ୍ୟ ନିଷ୍ପତ୍ତି ହୋଇଛି। ଏଥିସହ ସୀମା ବିବାଦର ତ୍ବରିତ ସମାଧାନ ପାଇଁ ଏକ ବିଶେଷଜ୍ଞ ଦଳ ଗଠନ ପାଇଁ ମଧ୍ୟ ସହମତି ପ୍ରକାଶ ପାଇଥିବା ସୂଚନା ମିଳିଛି । ଏହି ଅବସରରେ ଆୟୋଜିତ ହେବାକୁ ଥିବା ଏସସିଓ ସମିଟକୁ ଚୀନ୍ ରାଷ୍ଟ୍ରପତିଙ୍କ ନିମନ୍ତ୍ରଣକୁ ଗ୍ରହଣ କରିଛନ୍ତି ପିଏମ୍ ମୋଦି।

ସାଂଘାଇ କୋଅପରେସନ୍ ଅର୍ଗାନାଇଜେସନ୍ ମିଟିଂରେ ପିଏମ୍ ମୋଦି ଯୋଗଦେଇପାରନ୍ତି। ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ ପୂର୍ବରୁ ଭାରତୀୟ ପ୍ରତିପକ୍ଷ ଜୟଶଙ୍କର ଏବଂ NSA ଡୋଭାଲଙ୍କ ସହ ବି ୱାଙ୍ଗ ଆଲୋଚନା କରିଛନ୍ତି। ଆମେରିକାକୁ ଚେକ୍ ଦେବାକୁ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇଥିବା ସୂଚନା ମିଳିଛି । ଭାରତର ସାର ସଂକଟ, ରେୟାର ଆର୍ଥ ମିନେରାଲ୍ ଓ ସୁଡଙ୍ଗ ଖୋଳିବାକୁ ମେସିନ୍ ଆବଶ୍ୟକତାକୁ ପୂରଣ କରିବ ଚୀନ୍।

Also Read

ଅଧିକ ପଢ଼ନ୍ତୁ: ଛୁଆ ଜନ୍ମ କରିବ ରୋବଟ୍! ବିଶ୍ୱାସ ନ ହେଲେ ବି ସତ

ଓଟିଭି ହ୍ଵାଟ୍ସଅପ

Scroll to Top