Illegal Travel Agencies: ପର୍ଯ୍ୟଟକଙ୍କୁ ଶୋଷଣରେ ଲାଗିବ ବ୍ରେକ୍, ଆକ୍ସନ ମୋଡରେ ପୁରୀ ପୋଲିସ୍

illegal-travel-agencies:-ପର୍ଯ୍ୟଟକଙ୍କୁ-ଶୋଷଣରେ-ଲାଗିବ-ବ୍ରେକ୍,-ଆକ୍ସନ-ମୋଡରେ-ପୁରୀ-ପୋଲିସ୍

ଜଗନ୍ନାଥ ଧାମରେ ଯାତ୍ରୀ ଓ ଶ୍ରଦ୍ଧାଳୁଙ୍କୁ ଶୋଷୁଥିବା ଛତୁ ଫୁଟିଲା ଭଳି ଟ୍ରାଭେଲ୍ସ ଏଜେନ୍ସିଙ୍କ ଉପରେ ଅଙ୍କୁଶ ଲଗାଇବାକୁ ଆକ୍ସନ ମୋଡରେ ପୁରୀ ପୋଲିସ୍ । ପୁରୀ ସହର ସାରା ବୁଲି ଚଢାଉ କରୁଛି ପୋଲିସ, ଭାଙ୍ଗୁଛି ଦୋକାନ- ମାଟିରେ ମିଶାଇଛି ସାଇନବୋର୍ଡ ।

Debadatta Aryashrestha

  • Published: Friday, 22 August 2025
  • Last updated: 22 August 2025, 02:33 PM IST

Illegal Travel AgenciesCredit: OTV

ବେଆଇନ୍ ଟ୍ରାଭେଲ ଏଜେନ୍ସି

ପୁରୀରେ ଆଉ ଚଳିବନି ଟ୍ରାଭେଲ୍ ଏଜେନ୍ସିଙ୍କ ମନମାନି । ସାଇଡ୍ ସ୍ପଟ୍ ବୁଲାଇନେବା ବାହାନାରେ ପର୍ଯ୍ୟଟକଙ୍କୁ ଶୋଷଣରେ ଲାଗିବ ବ୍ରେକ୍ । ବିନା ପଞ୍ଜୀକରଣରେ ମନଇଛା ଖୋଲି ପାରିବେନି ଦୋକାନ । ଜଗନ୍ନାଥ ଧାମରେ ଯାତ୍ରୀ ଓ ଶ୍ରଦ୍ଧାଳୁଙ୍କୁ ଶୋଷୁଥିବା ଛତୁ ଫୁଟିଲା ଭଳି ଟ୍ରାଭେଲ୍ସ ଏଜେନ୍ସିଙ୍କ ଉପରେ ଅଙ୍କୁଶ ଲଗାଇବାକୁ ଆକ୍ସନ ମୋଡରେ ପୁରୀ ପୋଲିସ୍ ।

ପୁରୀ ସହର ସାରା ବୁଲି ଚଢାଉ କରୁଛି ପୋଲିସ, ଭାଙ୍ଗୁଛି ଦୋକାନ- ମାଟିରେ ମିଶାଇଛି ସାଇନବୋର୍ଡ । ପଞ୍ଜୀକୃତ ହୋଇଛି ମାତ୍ର ୫, ହେଲେ ବେପାର ମେଲାଇଛନ୍ତି ମାଳମାଳ ଟୁର୍ ଆଣ୍ଡ ଟ୍ରାଭେଲ୍ସ ଏଜେନ୍ସି । ତେବେ ନିର୍ଦ୍ଦିଷ୍ଟ ଭାବେ ଶ୍ରୀକ୍ଷେତ୍ରରେ କେତେ ଟ୍ରାଭେଲ୍ ଏଜେନ୍ସି ଅଛନ୍,ତି ସେ ହିସାବ କାହା ପଖରେ ନାହିଁ । ନିୟମ ଅନୁସାରେ- ଏଜେନ୍ସି ଖୋଲିବାକୁ ହେଲେ ପ୍ରଥମେ ପର୍ଯ୍ୟଟନ ବିଭାଗର ଅନୁମତି ସହ ପୌର ପ୍ରଶାସନର ଟ୍ରେଡ୍ ଲାଇସେନ୍ସ ଜରୁରୀ । ତା’ସହ ସଂସ୍ଥାରେ ନିଯୁକ୍ତି ପାଇଥିବା ବ୍ୟକ୍ତି, ପର୍ଯ୍ୟଟନ ବିଭାଗରେ ଡିପ୍ଲୋମା କରିଥିବା ଆବଶ୍ୟକ । ଜିଏସଟି ପ୍ରମାଣପତ୍ର, ତିନି ବର୍ଷର ଆୟକର ଦାଖଲ ସହ ୧୫୦ ସ୍କୋୟାରଫୁଟର ଏକ ଅଫିସ୍ ରହିବା ବାଧ୍ୟତାମୂଳକ ।

Also Read

ହେଲେ ଏସବୁ ନିୟମକୁ ଫୁ କରି ପୁରୀରେ ବେପାର ମେଲାଇଛନ୍ତି ମାଳମାଳ ଟୁର୍ ଆଣ୍ଡ ଟ୍ରାଭେଲ୍ସ ଏଜେନ୍ସି । ପର୍ଯ୍ୟଟକଙ୍କୁ, ବିଶେଷ କରି ବାହାର ରାଜ୍ୟରୁ ଆସୁଥିବା ପର୍ଯ୍ୟଟକଙ୍କୁ କରୁଛନ୍ତି ଶୋଷଣ । ଏବେ ଏହି ବେଆଇନ୍ ଟ୍ରାଭେଲ୍ସ ଏଜେନ୍ସିଙ୍କ ଉପରେ ଅଙ୍କୁଶ ଲଗାଇବାକୁ ଆକ୍ସନ ମୋଡରେ ପୁରୀ ପୋଲିସ୍ ।

ଓଟିଭି ବିଜ୍ଞାପନ

Scroll to Top