ICICI ପରେ HDFC ବ୍ୟାଙ୍କ ବି ବଢାଇଲା, ଏଣିକି ଜମା ଖାତାରେ ସର୍ବନିମ୍ନ ବାଲାନ୍ସ ଲିମିଟ୍ ୨୫,୦୦୦

icici-ପରେ-hdfc-ବ୍ୟାଙ୍କ-ବି-ବଢାଇଲା,-ଏଣିକି-ଜମା-ଖାତାରେ-ସର୍ବନିମ୍ନ-ବାଲାନ୍ସ-ଲିମିଟ୍-୨୫,୦୦୦

ନୂଆଦିଲ୍ଲୀ: ଆଇସିଆଇସିଆଇ ପରେ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଗ୍ରାହକଙ୍କୁ ଝଟକା ଦେଇଛି । ଦେଶର ସବୁଠୁ ବଡ଼ ଘରୋଇ ବ୍ୟାଙ୍କ ଏଚ୍‌ଡିଏଫ୍‌ସି ଏବେ ଜମା ଖାତା ଉପରେ ସର୍ବନିମ୍ନ ବାଲାନ୍ସ ରଖିବା ସୀମାକୁ ବଢାଇଛି । ମନିକଣ୍ଟ୍ରୋଲ୍ ହିନ୍ଦୀ ରିପୋର୍ଟ ଅନୁସାରେ ଏଣିକି ଏଚ୍‌ଡିଏଫ୍‌ସି ବ୍ୟାଙ୍କରେ ୧୦,୦୦୦ ଟଙ୍କା ପରିବର୍ତ୍ତେ ୨୫୦୦୦ ଟଙ୍କା ଟଙ୍କା ସବୁବେଳେ ରଖିବାକୁ ପଡ଼ିବ, ନଚେତ୍ ଏଥିପାଇଁ ଚାର୍ଜ ଦେବାକୁ ପଡ଼ିବ । ଏଚ୍‌ଡିଏଫ୍‌ସି ବ୍ୟାଙ୍କ ୨୦୨୫ ଅଗଷ୍ଟ ୧ରୁ ଏହି ନିୟମ ଲାଗୁ କରିସାରିଛି ।  

୨୦୨୫ ଅଗଷ୍ଟ ୧ ପରେ ନୂଆ ସେଭିଂ ଆକାଉଣ୍ଟ ଗ୍ରାହକଙ୍କୁ ସର୍ବନିମ୍ନ ୨୫ ହଜାର ଟଙ୍କା ଜମା ରଖିବାକୁ ପଡ଼ିବ । ଏଥିରୁ କମ ରଖିଲେ ବ୍ୟାଙ୍କ ଚାର୍ଜ କାଟିବ । ଏହି ନିୟମ ସବୁ ବଡ଼ ମେଟ୍ରୋ ଓ ମହାନଗର ନିଗମରେ ଲାଗୁ ହେବ । ଅନ୍ୟପଟେ ସହରାଞ୍ଚଳରେ ସର୍ବନିମ୍ନ ବାଲାନ୍ସ ୧୦ ହଜାର ଟଙ୍କା ରଖିବା ଜରୁରି ହୋଇଛି ।

ଗୋଟିଏ ପଟେ ସରକାରୀ ବ୍ୟାଙ୍କ ଜମା ଖାତାରେ ସର୍ବନିମ୍ନ ବାଲାନ୍ସ ରଖିବା ନିୟମକୁ ହଟାଉଛନ୍ତି, ଅନ୍ୟପଟେ ଘରୋଇ ବ୍ୟାଙ୍କ ଆକାଉଣ୍ଟରେ ସର୍ବନିମ୍ନ ବାଲାନ୍ସ ରଖିବା ସୀମାକୁ ବଢାଉଛନ୍ତି । କିଛି ଦିନ ପୂର୍ବେ ଦେଶର ଅନ୍ୟ ଏକ ବୃହତ ଘରୋଇ ବ୍ୟାଙ୍କ ଆଇସିଆଇସିଆଇ ଜମା ଖାତା ନିୟମ ଓ ସେବା ଚାର୍ଜରେ କିଛି ପରିବର୍ତ୍ତନ କରିଥିଲା । ଆଇସିଆଇସିଆଇରେ ନୂଆ ସେଭିଂ ଆକାଉଣ୍ଟ ଖୋଲିରେ ଏଣିକି ୫୦ ହଜାର ଟଙ୍କାର ସର୍ବନିମ୍ନ ବାଲାନ୍ସ ରଖିବାକୁ ପଡ଼ିବ । ଏହି ନିୟମ କେବଳ ନୂଆ ଖୋଲିବାକୁ ଥିବା ଜମା ଖାତା ଉପରେ ଲାଗୁ ହେବ ।

Scroll to Top