I

i

ଯବାନ ଖାଇଲେ ରାଓ୍ବଲପିଣ୍ଡି ଚିକେନ୍ ଟିକ୍କା ମସଲ। ମିଠାରେ ଥିଲା ମୁଜାଫରାବାଦ କୁଲଫି ଫାଲୁଦା। ଭାରତୀୟ ଏୟାରଫୋର୍ସ ଡ଼େରେ IAFର ମେନୁ କାର୍ଡ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି।

author-image

Airforce-Day-Menu

Airforce-Day-Menu Photograph: (OTV)

ଯବାନ ଖାଇଲେ ରାଓ୍ବଲପିଣ୍ଡି ଚିକେନ୍ ଟିକ୍କା ମସଲା। ଜମିଲା ରଫିକି ମଟନ୍ ସହ ବାହାୱଲପୁର ନାନ୍। ମିଠାରେ ଥିଲା। ମୁଜାଫରାବାଦ କୁଲଫି ଫାଲୁଦା। ଏୟାରଫୋର୍ସ ଡ଼େ (Air Force Day) ରେ IAFର ମେନୁ କାର୍ଡ ଭାଇରାଲ। ନିଶ୍ଚୟ ମନରେ ପ୍ରଶ୍ନ ଆସୁଥିବ ଯେ ପାକିସ୍ତାନୀ ସ୍ଥାନ ଗୁଡ଼ିକର ନାଁକୁ ଖାଇବା ସହିତ କାହିଁକି ଯୋଡ଼ା ଯାଇଛି। 
ପ୍ରକୃତରେ ବୁଧବାର ଦିନ ଭାରତୀୟ ବାୟୁସେନା ମହା ଆଡମ୍ବରରେ ଏହାର ୯୩ତମ ପ୍ରତିଷ୍ଠା ଦିବସ ପାଳନ କରିଥିଲା। ଏହି ଅବସରରେ ଦିଲ୍ଲୀ ନିକଟ ଗାଜିଆବାଦର ହିଣ୍ଡନ୍ ବାୟୁସେନା ଘାଟିରେ ଏକ ପରେଡ୍ ଅନୁଷ୍ଠିତ ହୋଇଥିଲା। ପରେ ଉପସ୍ଥିତ ଲୋକଙ୍କୁ ମଧ୍ୟାହ୍ନ ଭୋଜନ ମଧ୍ୟ ପରିବେଷଣ କରାଯାଇଥିଲା। ତେବେ ଏହି ମଧ୍ୟାହ୍ନ ଭୋଜନର ମେନୁ କାର୍ଡ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। କାରଣ ସେଦିନ ମେନ୍ୟୁରେ ଏପରି ଖାଦ୍ୟ ଥିଲା ଯାହା ପାକିସ୍ତାନ ସରକାର ଏବଂ ଏହାର ସେନାର ହୋସ୍ ଉଡାଇ ଦେଇଛି। ଥରେ ମଧ୍ୟାହ୍ନ ଭୋଜନର ମେନୁ କାର୍ଡ ଉପରେ ନଜର ପକାନ୍ତୁ।
ମଧ୍ୟାହ୍ନ ଭୋଜନରେ ପ୍ରସ୍ତୁତ ହୋଇଛି ରାୱଲପିଣ୍ଡି ଚିକେନ୍ ଟିକ୍କା ମସଲା, ରଫିକି ରାରା ମଟନ୍, ଭୋଲାରି ପନିର ମେଥି ମଲାଇ, ସୁକ୍କୁର ଶାମ୍ ସଭେରା କୋଫ୍ତା, ସରଗୋଧା ଡାଲ୍ ମଖାନି, ଜାକୋବାବାଦ ମେୱା ପୁଲାଓ ସାଙ୍ଗକୁ ବାହାୱଲପୁର ନାନ୍। ଆଉ ଏବେ ମିଠା ଉପରେ ମଧ୍ୟ ନଜର ପକାନ୍ତୁ। ପ୍ରସ୍ତୁତ ହୋଇଛି ବାଲାକୋଟ ତିରାମିସୁ, ମୁଜାଫରାବାଦ କୁଲଫି ଫାଲୁଦା ଏବଂ ମୁରିଦକେ ମିଠା ପାନ। 
ଏଥିରୁ ଆପଣ ସଠିକ ଅନୁମାନ ଲଗାଇ ପାରିଥିବେ ଯେ, ସମସ୍ତ ଖାଦ୍ୟର ନାମ ପୂର୍ବରୁ ପାକିସ୍ତାନୀ ବାୟୁସେନା ଏବଂ ଆତଙ୍କବାଦୀ ଆଡ୍ଡାଗୁଡ଼ିକର ନାମ ଲେଖାଯାଇଛି, ଯାହାକୁ ଭାରତୀୟ ବାୟୁସେନା ଧ୍ୱଂସ କରିଥିଲା, ଯାହା ଆତଙ୍କବାଦୀ ଏବଂ ପାକିସ୍ତାନୀ ସେନାକୁ ଏକ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ଦେଇଥିଲା। ତେବେ ମେନୁ କାର୍ଡର ଶୀର୍ଷକରେ ଅଛି, “93 ବର୍ଷ IAF। ଆତଙ୍କବାଦ ବିରୋଧୀ ଅଭିଯାନ ସମୟରେ ଟାର୍ଗେଟ କରାଯାଇଥିବା ପାକିସ୍ତାନୀ ସ୍ଥାନଗୁଡ଼ିକୁ ବ୍ୟଙ୍ଗାତ୍ମକ ଢ଼ଙ୍ଗରେ ଏଠାରେ ଲେଖାଯାଇଛି। 
ଚଳିତ ବର୍ଷ ଏପ୍ରିଲ ୨୨ ତାରିଖରେ ପହଲଗାମରେ ହୋଇଥିଲା ଆତଙ୍କବାଦୀ ଆକ୍ରମଣ। ଏହାର ପ୍ରତିଶୋଧ ନେବା ପାଇଁ, ଭାରତୀୟ ସେନା ଏବଂ ଭାରତୀୟ ବାୟୁସେନା ମେ ୬ ଏବଂ ୭ ତାରିଖ ରାତିରେ ୯ଟି ପାକିସ୍ତାନୀ ଆତଙ୍କବାଦୀ ଆଡ୍ଡାକୁ ଧ୍ୱଂସ କରିଥିଲେ। ଆଉ ଏବେ ଏସବୁ ସ୍ଥାନର ନାମରେ ଖାଦ୍ୟ ନାମକୁ ଯୋଡ଼ି ଏକ ମେନ୍ୟୁ ତିଆରି କରି ୯୩ତମ ପ୍ରତିଷ୍ଠା ଦିବସକୁ ଧୁମଧାମରେ ମନାଇଛି ଭାରତୀୟ ବାୟୁସେନା। 
ତେବେ ସବୁଠାରୁ ବଡ଼ କଥା ହେଉଛି ଗୋଟିଏ ଭାରତୀୟ ଆକାଉଣ୍ଟରୁ ପୋଷ୍ଟ ହୋଇଥିବା ଏହି ପୋଷ୍ଟଟି ପାକିସ୍ତାନକୁ ବଡ଼ ବାଧି ଯାଇଛି। ଆଉ ସେଇଥି ପାଇଁ ପାକିସ୍ତାନ ଟେଲିକମ୍ ଅଥୋରିଟି ଏକ୍ସ୍ ପ୍ଲାଟଫର୍ମକୁ ଏନେଇ ଅଭିଯୋଗ ମଧ୍ୟ କରିଛନ୍ତି। ଯାହାକୁ ଉତ୍ତର ଦେଇ ଏହି ଭାରତୀୟ ୟୁଜର ଲେଖିଛନ୍ତି କାନ୍ଦି କାନ୍ଦି ଛୁଆ ଶିକ୍ଷକଙ୍କୁ ଅଭିଯୋଗ କରିଛନ୍ତି। ଏହି ପୋଷ୍ଟଟି ମଧ୍ୟ ଖୁବ ଭାଇରାଲ ହେବାରେ ଲାଗିଛି ।

ଅଧିକ ଦେଖନ୍ତୁ:

Scroll to Top