ଭାରତୀୟ ମହିଳା କ୍ରିକେଟ୍ ଟିମ୍ ପକ୍ଷରୁ ମୋଦିଙ୍କୁ ଉପହାର। ପ୍ରଧାନମନ୍ତ୍ରୀଙ୍କୁ ଭେଟି ସ୍ବତନ୍ତ୍ର ଉପହାର ଦେଲା ମହିଳା ଟିମ୍। ଦସ୍ତଖତ ଥିବା ନମୋ 1 ଜର୍ସି ଦେଲେ ମହିଳା କ୍ରିକେଟ୍ ଟିମ୍।
![]()
/odishatv-khabar/media/media_files/2025/11/06/indian-women-cricket-team-2025-11-06-11-33-45.jpg)
Indian Women Cricket Team Photograph: (OTV)
ବିଶ୍ବ ବିଜୟୀ ଭାରତୀୟ କ୍ରିକେଟ ଟିମକୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭାରତୀୟ ମହିଳା କ୍ରିକେଟ୍ ଟିମ୍ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ବତନ୍ତ୍ର ଉପହାର। ମୋଦିଙ୍କୁ ତାଙ୍କ ସରକାରୀ ବାସଭବନରେ ଭେଟି ଭେଟି ଦେଇଛନ୍ତି ସ୍ବତନ୍ତ୍ର ଭାବେ ସାଇନ୍ ହୋଇଥିବା ନମୋ 1 ଜର୍ସି।
ବିଶ୍ବକପ୍ ମହିଳା କ୍ରିକେଟ୍ ଚାମ୍ପିୟାନ ହେବା ପରେ ଟିମ୍ ଇଣ୍ଡିଆର ସଦସ୍ୟମାନେ ମୋଦିଙ୍କୁ ଭେଟିଥିଲେ। ଏହି ଅବସରରେ ସମସ୍ତ ୧୧ ଜଣଙ୍କ ଖେଳିଳାଙ୍କ ଦସ୍ତଖତ ଥିବା ତଥା ନମୋ ଲେଖାଥିବା ସ୍ବତନ୍ତ୍ର ଜର୍ସି ଉପହାର ଦେଇଥିଲେ। ଏପଟେ ପ୍ରଧାନମନ୍ତ୍ରୀ ମଧ୍ୟ ଚାମ୍ପିୟନ ଟିମକୁ ଭବ୍ୟ ସ୍ବାଗତ କରିବାର ସମସ୍ତ ବନ୍ଦୋବସ୍ତ କରିଥିଲେ।
ହରମନପ୍ରୀତ ଓ ତାଙ୍କ ଟିମକୁ ସ୍ବାଗତ କରିବା ସହ ସେମାନଙ୍କଠାରୁ ଭାରତ ବିଜୟର କାହାଣୀ ଶୁଣିଥିଲେ। ଗତ ରବିବାର ଦିନ, ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ହରାଇ ଭାରତୀୟ ମହିଳା କ୍ରିକେଟ୍ ଟିମ୍ ପ୍ରଥମ ଥର ବିଶ୍ବକପ୍ ହାସଲ କରିବା ସହ ଇତିହାସ ରଚିଥିଲା।
• ଭାରତୀୟ ମହିଳା କ୍ରିକେଟ୍ ଟିମ୍ ପକ୍ଷରୁ ମୋଦିଙ୍କୁ ଉପହାର
• ପ୍ରଧାନମନ୍ତ୍ରୀଙ୍କୁ ଭେଟି ସ୍ବତନ୍ତ୍ର ଉପହାର ଦେଲା ମହିଳା ଟିମ୍
• ଦସ୍ତଖତ ଥିବା ନମୋ 1 ଜର୍ସି ଦେଲେ ମହିଳା କ୍ରିକେଟ୍ ଟିମ୍
• ହରମନପ୍ରୀତ ଓ ଟିମକୁ ପିଏମଙ୍କ ବାସଭବନରେ ଭବ୍ୟ ସ୍ବାଗତ
• ବିଜେତା ରାଣୀଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି




