ICC ମହିଳା ବିଶ୍ୱକପ୍ ବିଜୟ ପରେ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ବିଜୟ ଖୁସିରେ ବାଣ ଫୁଟାଇ ନାଚ ଗୀତରେ ମସଗୁଲ୍ କ୍ରିକେଟ୍ ପ୍ରେମୀ ।
![]()
/odishatv-khabar/media/media_files/2025/11/03/celebration-2025-11-03-08-36-05.jpg)
Celebration Photograph: (OTV)
ICC ମହିଳା ବିଶ୍ୱକପ୍ ବିଜୟ ପରେ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ । ଏହି ମୁହୂର୍ତ୍ତ ମହିଳା କ୍ରିକେଟର ପ୍ରଦର୍ଶନକୁ ଉଚ୍ଚକୋଟୀର କରିବ । ଆମ ଝିଅ ମାନେ ଯେପରି ଭାରତକୁ ଗର୍ବିତ କଲେ ତାକୁ ମୁଁ ପ୍ରଶଂସା ନକରି ରହିପାରୁନି ବୋଲି କହିଛନ୍ତି ରାଷ୍ଟ୍ରପତି ।
ସେହିପରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ମହିଳା କ୍ରିକେଟ ବିଶ୍ୱକପ୍ ଫାଇନାଲରେ ଭାରତୀୟ ଦଳର ଏକ ଚମତ୍କାର ବିଜୟ। ଫାଇନାଲରେ ଆମ ଖେଳାଳିଙ୍କର ପ୍ରଦର୍ଶନ ବେଶ ଭଲ ଥିଲା । ସାରା ଟୁର୍ଣ୍ଣାମେଣ୍ଟରେ ଟିମ୍ ୱାର୍କ ଦେଖିବାକୁ ମିଳିଥିଲା । ଏହି ଐତିହାସିକ ବିଜୟ ଭବିଷ୍ୟତର ଚାମ୍ପିଅନମାନଙ୍କୁ ପ୍ରେରଣା ଯୋଗାଇବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ସେପଟେ ମହିଳା ଟିମକୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ଅନ୍ୟପଟେ ଭାରତୀୟ ମହିଳା ଟିମର ବିଶ୍ୱକପ୍ ବିଜୟ ପରେ ସାରା ଦେଶରେ ସେଲିବ୍ରେସନ । ବିଜୟ ଖୁସିରେ ବାଣ ଫୁଟାଇ ନାଚ ଗୀତରେ ମସଗୁଲ୍ କ୍ରିକେଟ୍ ପ୍ରେମୀ । ଭାରତୀୟ ଟିମରେ ଖେଳୁଥିବା ଶେଫାଳି ବର୍ମା ଓ କ୍ରାନ୍ତି ଗୌଡ଼ଙ୍କ ପରିବାର ଲୋକେ ମଧ୍ୟ ବିଜୟକୁ ସେଲିବ୍ରେସନ କରିଛନ୍ତି ।
• ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
• ‘ଏହି ମୁହୂର୍ତ୍ତ ମହିଳା କ୍ରିକେଟର ପ୍ରଦର୍ଶନକୁ ଉଚ୍ଚକୋଟୀର କରିବ’
• ଆମ ଝିଅମାନେ ଭାରତକୁ ଗର୍ବିତ କରିଛନ୍ତି
• ତାକୁ ମୁଁ ପ୍ରଶଂସା ନକରି ରହିପାରୁନି – ରାଷ୍ଟ୍ରପତି
• ଭାରତର ମହିଳା ବିଶ୍ୱକପ୍ ବିଜୟ ପରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
• ଭାରତର ବିଜୟକୁ ଚମତ୍କାର କହିଲେ ପ୍ରଧାନମନ୍ତ୍ରୀ
• ଏହି ଐତିହାସିକ ବିଜୟ ଭବିଷ୍ୟତର ଚାମ୍ପିଅନମାନଙ୍କୁ ପ୍ରେରଣା ଦେବ
• ମହିଳା ଟିମକୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ




