Hero Of Chasoti: ଲୋକଙ୍କ ମନ ଜିଣିଲେ ଆମ୍ୱଲାନ୍ସ ଡ୍ରାଇଭର, ବଞ୍ଚାଇଲେ ୬୦ରୁ ଅଧିକ ଜୀବନ

hero-of-chasoti:-ଲୋକଙ୍କ-ମନ-ଜିଣିଲେ-ଆମ୍ୱଲାନ୍ସ-ଡ୍ରାଇଭର,-ବଞ୍ଚାଇଲେ-୬୦ରୁ-ଅଧିକ-ଜୀବନ

ସେ ପ୍ରଥମେ ଜଣେ ବୃଦ୍ଧାଙ୍କୁ ଦେଖିଥିଲେ । ସେ ମାଟି କାଦୁଅରେ ସେ ପୋତି ହୋଇଯାଇଥିଲେ । ତାଙ୍କ ଶରୀର ଅଳ୍ପ ଦେଖାଯାଉଥିଲା । ମାଟି କାଦୁଅ ଭିତରୁ ତାଙ୍କୁ ବାହାର କରିବା କଷ୍ଟକର ଥିଲା । ଆରିଫଙ୍କ ପାଖରେ କୌଣସି ଉପକରଣ ବି ନଥିଲା । ସେ ତାଙ୍କ ହାତରେ ମାଟି ତାଡ଼ି ଏହି ବୃଦ୍ଧାଙ୍କୁ ବାହାର କରିଥିଲେ । ସେହି ମୁହୂର୍ତ୍ତରୁ ସେ କେବଳ ଲୋକଙ୍କୁ ଉଦ୍ଧାର କରିବା କାମରେ ଲାଗିପଡିଲେ । ଜଣକ ପରେ ଜଣଙ୍କୁ ସେ ଉଦ୍ଧାର କରିଚାଲିଲେ ।

ଜମ୍ମୁ ଓ କାଶ୍ମୀରର କିଷ୍ଟୱାରରେ ଘଟିଥିବା ବାଦଲଫଟା ବର୍ଷାରେ ବହୁ ଲୋକଙ୍କ ଜୀବନ ଯାଇଛି । ଅନେକ ଏବେ ବି ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି । କିନ୍ତୁ ଏ ସବୁ ଭିତରେ ଜଣେ ଆମ୍ୱୁଲାନ୍ସ ଡ୍ରାଇଭରଙ୍କୁ ନେଇ ଦେଶ ସାରା ଚର୍ଚ୍ଚା । କାରଣ ସେ ୬୦ରୁ ଅଧିକ ଲୋକଙ୍କ ଜୀବନ ବଞ୍ଚାଇଛନ୍ତି ଓ ୩ ଦିନ ଧରି ନନଷ୍ଟପ କାମ କରିଛନ୍ତି । ଏହି ତିନି ଦିନରେ ସେ ବିଶ୍ରାମ ନେଇନାହାନ୍ତି । ସେ ଘଟଣାସ୍ଥଳରୁ ଲୋକଙ୍କୁ ନେଇ ପାଖ ମେଡିକାଲ ପୋଷ୍ଟରେ ପହଞ୍ଚାଉଥିଲେ । ଏହି ଘଟଣା ଚାସୋଟି ଅଞ୍ଚଳରେ ଘଟିଥିବାରୁ ଆରିଫ ରଶିଦ ନାମକ ଏହି ଯୁବକଙ୍କୁ ଏବେ ଚାସୋଟିର ହିରୋ ବୋଲି କୁହାଯାଉଛି । ଏହି ଯୁବକଙ୍କୁ ସଲାମ କରୁଛନ୍ତି ସ୍ଥାନୀୟ ଅଞ୍ଚଳର ଲୋକମାନେ । ପ୍ରଶାସନିକ ଅଧିକାରୀମାନେ ମଧ୍ୟ ଏହି ଯୁବକଙ୍କ ପ୍ରଶଂସାରେ ଶତମୁଖ ।

ବାର୍ଷିକ ମାଚାଇଲ ଯାତ୍ରା ସମୟରେ ଅଗଷ୍ଟ ୧୪ ତାରିଖରେ କିଷ୍ଟୱାରରେ ବାଦଲଫଟା ବର୍ଷା ହୋଇଥିଲା । ଏହା ପରେ ଯାହା ଘଟିଗଲା କେହି ଆଖିରେ ନଦେଖିଲେ ବିଶ୍ୱାସ କରିପାରିବେନି ।

Also Read

ମଧ୍ୟାହ୍ନ ସମୟରେ ଏହି ପ୍ରାକୃତିକ ବିପର୍ଯ୍ୟୟ ଘଟିଥିଲା । ସେତେବେଳେ ନିୟମିତ ଆମ୍ୱୁଲାନ୍ସ ସେବାର କାର୍ଯ୍ୟରେ ନିୟୋଜିତ ଥିବା ଆରିଫ୍ ଯାତ୍ରା ମାର୍ଗ ନିକଟରେ ଠିଆ ହୋଇଥିଲେ। ହଠାତ୍ ହୋଇଥିଲା ଭୂସ୍ଫଳନ । ପାହାଡ଼ରୁ ମାଟି, ପଥର ଓ କାଦୁଅ ଖସିବା ଆରମ୍ଭ କରିଥିଲା । ସେହି ସମୟରେ ରାସ୍ତାରେ ଯାଉଥିବା ହଜାର ହଜାର ତୀର୍ଥଯାତ୍ରୀଙ୍କ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ଲୋକମାନେ ଜୀବନ ବଞ୍ଚାଇବାକୁ ଚିତ୍କାର କରୁଥିଲେ । କୋଳାହଳାମୟ ହୋଇଯାଇଥିଲା ସେଠାକାର ପରିବେଶ ।

ଆରିଫ୍ ଭୂସ୍ଖଳନ ଦେଖି କିଛି ବାଟ ଆଗକୁ ଦୌଡି ଯାଇଥିଲେ । ଏହି ବିପଦରୁ ଅଳ୍ପକେ ରକ୍ଷା ପାଇବାରେ ସଫଳ ହୋଇଥିଲେ । ସେତେବେଳେ ଲୋକମାନେ ଆଗକୁ ଆଗକୁ ଦୌଡୁଥିଲେ । କିନ୍ତୁ ଆରିଫ୍ କିଛି ବାଟ ଯାଇ ପୁଣି ପଛକୁ ଫେରିଥିଲେ । ଏହି ବିପତ୍ତିରେ ଫସିଯାଇଥିବା ଲୋକଙ୍କ ପାଖକୁ ସେ ଦୌଡ଼ିଥିଲେ। ଫସିଯାଇଥିବା ବହୁ ଲୋକ ସେତେବେଳେ ଚିତ୍କାର କରୁଥିଲେ । ସେ ପ୍ରଥମେ ଜଣେ ବୃଦ୍ଧାଙ୍କୁ ଦେଖିଥିଲେ । ସେ ମାଟି କାଦୁଅରେ ସେ ପୋତି ହୋଇଯାଇଥିଲେ । ତାଙ୍କ ଶରୀର ଅଳ୍ପ ଦେଖାଯାଉଥିଲା । ମାଟି କାଦୁଅ ଭିତରୁ ତାଙ୍କୁ ବାହାର କରିବା କଷ୍ଟକର ଥିଲା । ଆରିଫଙ୍କ ପାଖରେ କୌଣସି ଉପକରଣ ବି ନଥିଲା । ସେ ତାଙ୍କ ହାତରେ ମାଟି ତାଡ଼ି ଏହି ବୃଦ୍ଧାଙ୍କୁ ବାହାର କରିଥିଲେ । ସେହି ମୁହୂର୍ତ୍ତରୁ ସେ କେବଳ ଲୋକଙ୍କୁ ଉଦ୍ଧାର କରିବା କାମରେ ଲାଗିପଡିଲେ । ଜଣକ ପରେ ଜଣଙ୍କୁ ସେ ଉଦ୍ଧାର କରିଚାଲିଲେ । କିଛି ସମୟ ପରେ କିଛି ଲୋକ ମଧ୍ୟ ଆସି ତାଙ୍କୁ ଏଥିରେ ସାହାଯ୍ୟ କରିଥିଲେ । 

ସେ ଯାହାକୁ ଉଦ୍ଧାର କରୁଥିଲେ ତାଙ୍କୁ ଆମ୍ୱୁଲାନ୍ସରେ ଆଣି ପାଖ ମେଡିକାଲ ପୋଷ୍ଟରେ ପହଞ୍ଚାଉଥିଲେ । ସେ ଆହତମାନଙ୍କୁ ମେଡିକାଲ ପୋଷ୍ଟରେ ପହଞ୍ଚାଇବା କାମକୁ ନିଜ ହାତକୁ ନେଇଯାଇଥିଲେ । ମେଡିକାଲ ପୋଷ୍ଟଟି ପାଖାପାଖି ୫ କିଲୋମିଟର ଦୂରରେ ଥିଲା । ରାସ୍ତା ବି ବହୁତ ଖରାପ ଥିଲା । ସେ କିନ୍ତୁ ଆହତମାନଙ୍କୁ ମେଡିକାଲ ପୋଷ୍ଟରେ ପହଞ୍ଚାଇବାକୁ ସଂକଳ୍ପ ନେଇ ସାରିଥିଲେ । ତେଣୁ ଯେତେ ବାଧାବିଘ୍ନ ଥିଲେ ବି ତାକୁ ଏଡାଇ ରାସ୍ତା ସଫାକରି ଆମ୍ୱୁଲାନ୍ସକୁ ନେଇଥିଲେ ।

ଆହତମାନଙ୍କୁ ଦରକାର ପଡିଲେ ସେ ନିଜ କାନ୍ଧରେ ମଧ୍ୟ କିଛି ବାଟ ବୋହି ନେଉଥିଲେ । କିନ୍ତୁ କେଉଁଠି ବି ଅଟକୁନଥିଲେ । ଏହି ରାସ୍ତାରେ ସେ ଥରକୁ ଥର ଆମ୍ୱୁଲାନ୍ସ ନେଇ ଯାଉଥିଲେ ଓ ପୁଣି ଫେରି ଆସୁଥିଲେ । ପ୍ରତ୍ୟକ୍ଷଦର୍ଶୀମାନେ ଏହା କହିଛନ୍ତି ।

ତିନି ଦିନ ଧରି ଆରିଫ୍ ଘରକୁ ନ ଫେରିନଥିଲେ । ଉଦ୍ଧାର କାମ ଜାରି ରଖିଥିଲେ। ସେ ଅନ୍ୟ ସ୍ୱେଚ୍ଛାସେବୀ ଏବଂ ଡାକ୍ତରୀ ଦଳଙ୍କ ସହ କାର୍ଯ୍ୟ କରି ସେଠାରେ ରହିଥିଲେ।

ସମସ୍ତ ଆହତ ଲୋକଙ୍କୁ ପରିବହନ କରାଯାଇଛି ବୋଲି ନିଶ୍ଚିତ ହେବା ପରେ ସେ ସେଠାରୁ ଚାଲିଯାଇଥିଲେ। ଅଗଷ୍ଟ ୧୭ ତାରିଖରେ ସେ ତାଙ୍କ ଘରକୁ କିଛି ସମୟ ପାଇଁ ଆସି ପୁଣି ଘଟଣାସ୍ଥଳକୁ ଫେରି ଯାଇଥିଲେ । ତା’ପରେ ପୁଣି କାର୍ଯ୍ୟ ଆରମ୍ଭ କରିଥିଲେ।

ରିଲିଫ୍ କାର୍ଯ୍ୟରେ ସାମିଲ ଥିବା ଅଧିକାରୀମାନେ ପରେ କହିଥିଲେ ଯେ ଆରିଫ୍‌ଙ୍କ କାର୍ଯ୍ୟ ମୃତକଙ୍କ ସଂଖ୍ୟା କମ୍ ରଖିବାରେ ସାହାଯ୍ୟ କରିଥିଲା। ଆହତମାନଙ୍କୁ ସୁରକ୍ଷିତ ସ୍ଥାନକୁ ସମୟୋଚିତ ସ୍ଥାନାନ୍ତର କରି ଚିକିତ୍ସା କରାଇବାରେ ତାଙ୍କର ବଡ଼ ଭୂମିକା ଥିଲା ।

ଆଗରୁ ବଡ଼ ବଡ଼ ଗାଡି ଚଲାଉଥିବା ଆରିଫ କିଛି ମାସ ହେବ ଆମ୍ୱୁଲାନ୍ସ ସେବାରେ ଡ୍ରାଇଭର ଭାବେ ଯୋଗ ଦେଇଛନ୍ତି । ବିପତ୍ତି ସମୟରେ ତାଙ୍କର ଏହି ଅସାଧାରଣ ସେବା ପାଇଁ ସେ ଏବେ ଦେଶବାସୀଙ୍କ ନଜରକୁ ଆସିଛନ୍ତି ।

ଅଧିକ ପଢ଼ନ୍ତୁ:  ଭାରତରେ ଅଛି ଦୁନିଆର ସବୁଠାରୁ ଧନୀ ଗାଁ

ଓଟିଭି ହ୍ଵାଟ୍ସଅପ

Scroll to Top