Heavy Rainfall Alert: ଲଘୁଚାପ ଆଣୁଛି ବଡ଼ ବର୍ଷା, ସାରା ରାଜ୍ୟରେ ପ୍ରବଳ ବର୍ଷିବ

heavy-rainfall-alert:-ଲଘୁଚାପ-ଆଣୁଛି-ବଡ଼-ବର୍ଷା,-ସାରା-ରାଜ୍ୟରେ-ପ୍ରବଳ-ବର୍ଷିବ

ଲଘୁଚାପ ଯୋଗୁଁ ୩ ଦିନ ଯାଏଁ ସାରା ରାଜ୍ୟରେ ପ୍ରବଳ ବର୍ଷିବ। ୨୮ ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। ୧୬ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ମନା କରାଯାଇଛି।

Chinmayee Sahoo

  • Published: Thursday, 14 August 2025
  • Last updated: 14 August 2025, 09:19 AM IST

RainCredit: OTV

ବର୍ଷା

ଲଘୁଚାପ ଆଣୁଛି ବଡ଼ ବର୍ଷା । ଲଘୁଚାପ ପ୍ରଭାବରେ ୩ ଦିନ ଯାଏଁ ସାରା ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ପଶ୍ଚିମ କେନ୍ଦ୍ରୀୟ ପାର୍ଶ୍ବବର୍ତ୍ତୀ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳ ସମୁଦ୍ରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ଆହୁରି ଘନୀଭୂତ ହୋଇ ୧୨ ଘଣ୍ଟାରେ ଏକ ସ୍ପଷ୍ଟ ଚିହ୍ନଟ ଲଘୁଚାପ କ୍ଷେତ୍ରରେ ପରିଣତ ହେବ। ଏହା ପ୍ରଭାବରେ ଗତକାଲିଠୁ ବର୍ଷା ଜାରି ରହିଥିବାବେଳେ ଆଜି ସାରା ରାଜ୍ୟରେ ପ୍ରବଳ ବର୍ଷା ହେବ।

କୋରାପୁଟ ଓ ମାଲକାନଗିରିରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଏହି ଦୁଇ ଜିଲ୍ଲାରେ ୭ରୁ ୨୦ ସେଣ୍ଟିମିଟର୍ ପର୍ଯ୍ୟନ୍ତ ବର୍ଷା ହୋଇପାରେ। ବାକି ୨୮ ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ବର୍ଷା ସହିତ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିପାରେ। କାଲି ଓ ୧୬ ତାରିଖରେ ସାରା ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର। ସମୁଦ୍ର ଅଶାନ୍ତ ରହୁଥିବାରୁ ଆସନ୍ତା ୧୬ ତାରିଖ ଯାଏଁ ସମୁଦ୍ର ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି।

ଅଧିକ ପଢନ୍ତୁ: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ୩ ଦିନ ପ୍ରବଳ ବର୍ଷା

Also Read

ଓଟିଭି ହ୍ଵାଟ୍ସଅପ

Scroll to Top