H-Files ନାମରେ ରାହୁଲ ଗାନ୍ଧି ଫୁଟାଇଲେ ହାଇଡ୍ରୋଜନ ବୋମା, ଜାଣନ୍ତୁ ଦ୍ୱିତୀୟ ପର୍ଯ୍ୟାୟ ବିହାର ବିଧାନସଭା ନିର୍ବାଚନ ପୂର୍ବରୁ କହିଲେ କ’ଣ?

h-files-ନାମରେ-ରାହୁଲ-ଗାନ୍ଧି-ଫୁଟାଇଲେ-ହାଇଡ୍ରୋଜନ-ବୋମା,-ଜାଣନ୍ତୁ-ଦ୍ୱିତୀୟ-ପର୍ଯ୍ୟାୟ-ବିହାର-ବିଧାନସଭା-ନିର୍ବାଚନ-ପୂର୍ବରୁ-କହିଲେ-କ’ଣ?

ନୂଆଦିଲ୍ଲୀ ୫।୧୧: ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ତାଙ୍କ ଭୋଟ ଚୋରି ଅଭିଯୋଗରେ ବୁଧବାର ସାମ୍ବାଦିକ ସମ୍ମିଳନୀରେ ‘ଏଚ୍-ଫାଇଲସ୍’ ନାମରେ ଏପରି ହାଇଡ୍ରୋଜନ ବୋମା ଫୁଟାଇଛନ୍ତି ଯାହା ନା କେବଳ ହରିୟାଣା ରାଜନୀତିକୁ ଦୋହଲାଇ ଦେଇଛି ବରଂ ବିହାର ବିଧାନସଭା ନିର୍ବାଚନକୁ ମଧ୍ୟ ଉଷ୍ମ କରିଦେଇଛି। ରାହୁଲ ଦାବି କରିଛନ୍ତିଯେ ହରିୟାଣା ବିଧାନସଭା ନିର୍ବାଚନରେ ପାଖାପାଖି ୨୫ଲକ୍ଷ ମିଥ୍ୟା ଭୋଟ ଦିଆଯାଇଥିଲା, ଯେଉଁଥିରେ ଜଣେ ବ୍ରାଜିଲିୟ ମଡେଲଙ୍କ ଛବି ମଧ୍ୟ ଭୋଟର ଲିଷ୍ଟରେ ଥିବା ଦେଖାଯାଇଛି।

ସେପଟେ ବିହାରରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ନଭେମ୍ବର ୪ ତାରିଖରେ ଶେଷ ହୋଇଥିବା ବେଳେ ନଭେମ୍ବର ୬ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ। ବିହାରବିଧାନସଭା ନିର୍ବାଚନ ଫଳାଫଳ ନଭେମ୍ବର ୧୪ ତାରିଖରେ ଘୋଷଣା ହେବ। ତେବେ ଏହା ପୂର୍ବରୁ ରାହୁଲ ଗାନ୍ଧି ବୁଧବାର ଦିଲ୍ଲୀ ଇନ୍ଦିରା ଭବନରେ ସାମ୍ବାଦିକ ସମ୍ମିଳନୀ କରି ‘ଏଚ-ଫାଇଲସ୍’ ନାମରେ ବଡ଼ ଖୁଲାସା କରିଛନ୍ତି।

ସେ କହିଛନ୍ତି ହରିୟାଣାରେ ମୋଟ ୨ କୋଟି ଭୋଟର ଅଛନ୍ତି। ଏଥିରୁ ୧୨.୫% ମିଛ ଭୋଟ ବୋଲି ଜଣାପଡିଛି। ନିର୍ବାଚନ ଫଳାଫଳ କଂଗ୍ରେସ ପ୍ରାର୍ଥୀମାନଙ୍କ ଅଭିଜ୍ଞତା ଓ ସବୁ ଏଗଜିଟ୍ ପୋଲର ବିପରୀତରେ ଯାଇଥିଲା। ସବୁ ଏଗଜିଟ୍ ପୋଲ କଂଗ୍ରେସ ଜିତୁଥିବା କହୁଥିଲା। ହେଲେ ଫଳାଫଳରେ ବିଜେପିର ବିଜୟ ହୋଇଥିଲା। ଏହି ଅବସରରେ ରାହୁଲ ଗାନ୍ଧି ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନୀଙ୍କ ଏକ ଭିଡିଓ ମଧ୍ୟ ଦେଇଛନ୍ତି। ଯେଉଁଥିରେ ନିର୍ବାଚନ ଫଳାଫଳ ପୂର୍ବରୁ ସୈନୀ କହିଛନ୍ତି ଯେ ‘ବ୍ୟବସ୍ଥା କରିଦିଆଯାଇଛି’। ଏହି ଭିଡିଓକୁ ଆଧାର କରି ରାହୁଲ ପ୍ରଶ୍ନ କରିଛନ୍ତି ‘ଏହି ବ୍ୟବସ୍ଥା’ଟି କ’ଣ ଓ ନିର୍ବାଚନ ପୂର୍ବରୁ ବିଜେପି ଏତେ ନିଶ୍ଚିତ କିପରି ଥିଲା ଯେ ସେ ନିର୍ବାଚନକୁ ଜିତିଯିବ?

A Brazilian citizen Matheus Ferroro voted in 22 names in Haryana under the names ranging from Sweety to Saraswathi. The wonder called @ECISVEEP!

Do you need more evidence that Haryana Elections were rigged totally? pic.twitter.com/sOPJ3G9JAM

— Congress Kerala (@INCKerala) November 5, 2025

ରାହୁଲ ଗାନ୍ଧି ତାଙ୍କ ଅଭିଯୋଗ ପ୍ରମାଣିତ କରିବା ପାଇଁ କିଛି ଡକ୍ୟୁମେଣ୍ଟ ଓ ଫଟୋ ମଧ୍ୟ ଦେଖାଇଛନ୍ତି। ସେ କହିଛନ୍ତି ହରିୟାଣା ଭୋଟର ଲିଷ୍ଟରେ ଜଣେ ବ୍ରାଜିଲିୟ ମଡେଲଙ୍କ ଫଟୋ ୨୨ଟି ଅଲଗା ଅଲଗା ସ୍ଥାନରେ ଥିବା ଦେଖା ଯାଇଛି। ରାହୁଲ କହିଛନ୍ତି ଯେ ଏହି ଫଟୋକୁ ଏକ ଷ୍ଟକ୍ ଫଟୋ ୱେବସାଇଟରୁ ମାଗଣାରେ ଡାଉନଲୋଡ କରିହେବ ଓ ଏହାକୁ ସ୍ୱିଟୀ, ସୀମା ଓ ସରସ୍ୱତୀ ଭଳି ଅଲଗା ଅଲଗା ନାମରେ ଭୋଟର ଲିଷ୍ଟ ରେ ରହିଛି।

ରାହୁଲ ଗାନ୍ଧି କହିଛନ୍ତି ଯେ ଏହା କୌଣସି ସ୍ଥାନୀୟ ତ୍ରୁଟି ନୁହେଁ ବରଂ ‘କେନ୍ଦ୍ରୀୟ କୃତ’ ପ୍ରକ୍ରିୟାର ଅଂଶବିଶେଷ ଲାଗୁଛି। ସେ କହିଛନ୍ତି ଯେ ଜଣେ ମହିଳାଙ୍କ ଫଟୋ ଥିବା ୧୦୦ଟି ଭୋଟର ଆଇଡି ଏକ ବିଧାନସଭା ନିର୍ବାଚନମଣ୍ଡଳିରୁ ମିଳିଛି। ସେହିପରି ଅନ୍ୟ ଏକ ଉଦାହରଣରେ ଗୋଟିଏ ଫଟୋକୁ ୨୨୩ଥର ଭୋଟ ବୁଥର ଭୋଟର ଲିଷ୍ଟରେ ଦେଖାଯାଇଛି। କଂଗ୍ରେସ ନେତା ଏହା ବି କହିଛନ୍ତି ଯେ ଭୋଟଗ୍ରହଣ ପୂର୍ବରୁ ହରିୟାଣା ଭୋଟର ଲିଷ୍ଟରୁ ୩.୫ଲକ୍ଷ ଏଣ୍ଟ୍ରି ହଟାଇ ଦିଆଯାଇଥିଲା। ରାହୁଲଙ୍କ ଅନୁସାରେ ଏହା ଏକ ସୁପରିକଳ୍ପିତ ରଣନୀତିରେ କରାଯାଇଥିଲା। ଯାହା ଦ୍ୱାରା କଂଗ୍ରେସର ସମ୍ଭାବିତ ବିଜୟକୁ ପରାଜୟରେ ପରିଣତ କରାଯାଇଥିଲା।

ରାହୁଲ ଗାନ୍ଧିଙ୍କ ଏହି ‘ହାଇଡ୍ରୋଜନ ବୋମା’  ନା କେବଳ ହରିୟାଣା ବରଂ ପୁରା ଦେଶର ରାଜନୀତିକୁ ଦୋହଲାଇ ଦେଇଛି। ବିରୋଧୀ ଦଳମାନେ ଏହି ପ୍ରସଙ୍ଗକୁ ଏବେ ଗଣତାନ୍ତ୍ରିକ ପାରଦର୍ଶିତା ସହିତ ସଂଯୁକ୍ତ କରି ବିହାର ବିଧାନସଭା ନିର୍ବାଚନ ୨୦୨୫କୁ ନେଇ ଚର୍ଚ୍ଚା ଆରମ୍ଭ କିରଦେଲେଣି। ଏଥିରେ ରାହୁଲ ଗାନ୍ଧି ବିହାର ଏସଆଇଆର ପ୍ରସଙ୍ଗ ମଧ୍ୟ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତିଯେ ଯାହା ହରିୟାଣାରେ ହୋଇଛି ତାହା ବିହାରରେ ମଧ୍ୟ ଦୋହରାଯିବ।

ତେବେ ରାହୁଲ ଗାନ୍ଧିଙ୍କ ଅଭିଯୋଗ ଉପରେ ବିଜେପି କଡ଼ା ପ୍ରତିକ୍ରିୟା ରଖିଛି। କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି ଯେ ‘ଯଦି କଂଗ୍ରେସକୁ ଭୋଟର ଲିଷ୍ଟକୁ ନେଇ କୌଣସି ସନ୍ଦେହ ଥାଏ ସେ ନିର୍ବାଚନ ଆୟୋଗ ଅଥବା କୋର୍ଟକୁ ଯାଇ ପାରନ୍ତି। ହେଲେ ତାଙ୍କର ସିଷ୍ଟମ ଉପରେ ଭରସା ନାହିଁ’ ବୋଲି କହିଛନ୍ତି। ନିର୍ବାଚନ ଆୟୋଗଙ୍କ ସୂତ୍ର ମଧ୍ୟ ରାହୁଲ ଗାନ୍ଧିଙ୍କ ଅଭିଯୋଗକୁ ଖାରଜ କରି କହିଛନ୍ତି ଯେ ଭୋଟଗ୍ରହଣ ଦିନ କଂଗ୍ରେସ ପୁଲିଂ ଏଜେଣ୍ଟମାନେ ଯଦି ଗଡବଡ଼ ଦେଖୁଥିଲେ ତେବେ ସେମାନେ ତତ୍କାଳ ଆପତି କରିବାର ଥିଲା। ଏହା ଛଡା ଅଧିକାରୀ ଏହା ବି ପ୍ରଶ୍ନ କରିଛନ୍ତି ଯେ ରାହୁଲ ଗାନ୍ଧି ଏହା କିପରି କହି ପାରିବେ ଯେଉଁ ଭୋଟରଙ୍କ ଉପରେ ସେ ପ୍ରଶ୍ନ ଉଠାଉଛନ୍ତି ସେମାନେ କେବଳ ବିଜେପିକୁ ଭୋଟ ଦେଇଥିଲେ?    

Scroll to Top