H

h

ଝାଡ଼ଖଣ୍ଡ ହାଇକୋର୍ଟ ଭିତରେ ହାଇଡ୍ରାମା। ବିଚାରପତିଙ୍କୁ କଡ଼ା କଥା ଶୁଣାଇଲେ ଆଇନଜୀବୀ। ‘ନିଜ ଲିମିଟ୍’ ରେ ରହିବାକୁ ଦେଲେ ଚେତାବନୀ। କୋର୍ଟ ଭିତରେ ଭୁଲି ଗଲେ ହିତାହିତ ଜ୍ଞାନ।

author-image

COURT-ROOM_DRAMA

COURT-ROOM_DRAMA Photograph: (OTV)

କୋର୍ଟ ରୁମ୍ ରେ ଜଜ୍-ଓକିଲ ମୁହାଁମୁହିଁ। ଝାଡ଼ଖଣ୍ଡହାଇକୋର୍ଟ ଭିତରେ ଘଟିଥିବା ହାଇଡ୍ରାମାକୁ ନେଇ ଏବେ ସବୁଠି ଚର୍ଚ୍ଚା। ଜଷ୍ଟିସ୍ ରାଜେଶ କୁମାରଙ୍କୁ କଡ଼ା ଭତ୍ସନା କରିବା ସହ ମୁହଁ ଉପରେ ହିଁ କଡ଼ା କଥା ଶୁଣାଇଛନ୍ତି ଆଇନଜୀବୀ ମହେଶ ତିୱାରୀ। ଏକ ମହିଳାଙ୍କ ବିଦ୍ୟୁତ୍ ବିଲ୍ ଲକ୍ଷେ ୩୦ ହଜାର ଟଙ୍କା ବକେୟା ଥିଲା। 
ଏ ନେଇ ତାଙ୍କ ସପକ୍ଷରେ କୋର୍ଟରେ କେସ୍ ଲଢ଼ୁଥିଲେ ଆଇନଜୀବୀ ମହେଶ ତିୱାରୀ। ବିଚାରପତି ରାଜେଶ କୁମାର ଏନେଇ ଯୁକ୍ତି ଶୁଣିଲା ବେଳେ ହଠାତ୍ ସ୍ଥିତି ବିଗିଡ଼ିଥିଲା। ଓକିଲଙ୍କୁ ଅପମାନିତ କରନ୍ତୁନି, ନିଜ ଲିମିଟରେ ରୁହନ୍ତୁ ବୋଲି ସେ ବିଚାରପତିଙ୍କୁ କହିଥିଲେ। ଖାଲି ସେତିକି ନୁହେଁ ଆପଣ ଅଧିକ ଜାଣିଛନ୍ତି ତେଣୁ ବିଚାରପତି, ସେଥିପାଇଁ DONT CROSS LIMIT କହି ବାରମ୍ବାର ଯୁକ୍ତି କରିଥିଲେ। 
ଘଟଣା ବେଳେ ଅନ୍ୟ ଓକିଲ ମାନେ ବି କୋର୍ଟ ରୁମ୍ ରେ ଉପସ୍ଥିତ ଥିଲେ। ଘଟଣାର ଭିଡିଓ ଲାଇଭ୍ ଷ୍ଟ୍ରିମିଂ ବି ହେଉଥିଲା। ସେପଟେ ଘଟଣାକୁ ନେଇ ଝାଡ଼ଖଣ୍ଡ ହାଇକୋର୍ଟ ସଂପୃକ୍ତ ଓକିଲଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ରୁଜୁ ହୋଇଛି।

ଅଧିକ ଦେଖନ୍ତୁ:

Scroll to Top