H

h

ଗାଁ ଦାଣ୍ଡରେ ଜଗିଥିଲା ଭୂତ ! ଜୀବନ ନେଉଥିଲା ଭୂତ ବରଗଛ ! ଅକାଳରେ ଦୁଇ ଜଣଙ୍କ ମୃତ୍ୟୁ ହେଲା । ବରଗଛରେ ଭୂତ ଥିବା ସନ୍ଦେହ ବଢ଼ିଲା । ଆଉ ଗୁଣିଆ ଆସି କହିଲା, ଗାଁରୁ ଗଛ କାଟି ଫିଙ୍ଗି ଦେବାକୁ ।

author-image

Koraput-HUNTED-TREE

Koraput-HUNTED-TREE Photograph: (OTV)

ଗାଁ ଦାଣ୍ଡରେ ଜଗିଥିଲା ଭୂତ ! ଜୀବନ ନେଉଥିଲା ଭୂତ ବରଗଛ ! ଅକାଳରେ ଦୁଇ ଜଣଙ୍କ ମୃତ୍ୟୁ ହେଲା । ବରଗଛରେ ଭୂତ ଥିବା ସନ୍ଦେହ ବଢ଼ିଲା । ଆଉ ଗୁଣିଆ ଆସି କହିଲା, ଗାଁରୁ ଗଛ କାଟି ଫିଙ୍ଗି ଦେବାକୁ । ଏପରି ଏକ ଘଟଣା କୋରାପୁଟ ଜିଲ୍ଲା ସୁବାଇ ଗାଁରୁ ସାମ୍ନାକୁ ଆସିଛି । ବିଜ୍ଞାନ ଯୁଗରେ ଅନ୍ଧ ବିଶ୍ବାସର ବସବର୍ତ୍ତୀ ହୋଇ ଗାଁ ଲୋକେ ଉତ୍ତେଜନା ସୃଷ୍ଟି କରିଥିବା ଦେଖିବାକୁ ମିଳିଛି । ଶେଷରେ ସୁନାବେଡା ଥାନା ପରିସରରେ ଜାଳି ଦିଆଯାଇଛି ବର ଏବଂ ଅଶ୍ବସ୍ତ ଗଛ । 

ପୋଲିସ ପ୍ରଶାସନ, ବନ ବିଭାଗ, ସୁନାବେଡା NACର କାଉନସିଲର ଓ ୫ଟି ଥାନା ଅଞ୍ଚଳର ଲୋକଙ୍କ ଉପସ୍ଥିତିରେ ଗଛକୁ ଜାଳି ନଷ୍ଟ କରାଯାଇଛି । ତା’ ସହ ସମସ୍ତ ଗୁଜବ ଓ ଅନ୍ଧ ବିଶ୍ୱାସରେ ଅନ୍ତ ଘଟାଇଛି ପୋଲିସ ପ୍ରଶାସନ । ଗତ ରବିବାର ଠାରୁ ସୁବାଇ ଗାଁରେ କଟାଯାଇ ଥିବା ବର-ଅଶ୍ବସ୍ତ ଗଛକୁ ନେଇ ବିବାଦ ଦେଖା ଦେଇଥିଲା । ଫଳରେ ଗଛ ଦୁଇଟିକୁ ନଦୀରେ ଭସାଇବାକୁ ଯାଇଥିଲେ କିଛି ଯୁବକ । ତେବେ ଗଛ ଦ୍ବୟକୁ ଯେଉଁ ନଦୀ ଘାଟରେ କିମ୍ବା ଗାଁରେ ପୋତିବେ ସେହି ଗାଁର ଲୋକ ମରିଯିବେ ବୋଲି ଗୁଜବ ସୃଷ୍ଟି ହୋଇଥିଲା । ଫଳରେ ସନ୍ଧ୍ୟା ହେବା କ୍ଷଣି ଲୋକେ ଗାଁ ମୁଣ୍ଡରେ ଠେଙ୍ଗା ବାଡି ଧରି ଜଗି ରହୁଥିଲେ । ଏଥିପାଇଁ ବିଭିନ୍ନ ଥାନାରେ ସଚେତନ ବୈଠକ ସହ ଲୋକଙ୍କୁ ଅନ୍ଧ ବିଶ୍ୱାସ ଠାରୁ ଦୂରେଇ ରହିବାକୁ ପରାମର୍ଶ ବି ଦିଆଯାଉଥିଲା । ତଥାପି କେହି ସଚେତନ ନହେବାରୁ ଶେଷରେ ଗଛଟିକୁ ଜାଳି ଦିଆଯାଇଛି ।

ବିଜ୍ଞାନ ଯୁଗରେ ଇଏ ଅନ୍ଧ ବିଶ୍ବାସ । ଦିନେ ଯେଉଁ ଗଛକୁ ହଣ୍ଟେଡ୍ ଟ୍ରି ବୋଲି ଗାଁ ଲୋକେ କହୁଥିଲେ । ତାକୁ ପୋଲିସ ଥାନା ପରିସରରେ ଜାଳିପୋଡ଼ି ଆଜି ନଷ୍ଟ କରିଛି । ଆଉ ଲୋକଙ୍କୁ ଅନ୍ଧ ବିଶ୍ବାସକୁ ନଆପଣାଇବାକୁ ସଚେତନ କରିଛି । 

Scroll to Top