H

h

ସୋସିଆଲ ମିଡିଆରେ ଓଡ଼ିଶାର ଏକ ସରକାରୀ ସ୍କୁଲ ଛାତ୍ରର ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି। ତାର ହ୍ରିତିକ ଷ୍ଟାଇଲ ଡ୍ୟାନ୍ସ ସଭିଙ୍କ ହୋସ ଉଡ଼ାଉଛି। ଛୋଟ ପିଲାଟି ନିଜ ଶିକ୍ଷକ ଓ ସହପାଠୀମାନଙ୍କ ଆଗରେ ଖୋଲା ହୃଦୟରେ ନାଚୁଥିବାର ଭିଡିଓ ଏବେ ଟ୍ରେଣ୍ଡିଂରେ ଚାଲିଛି।

author-image

CTC-Child-Dance

CTC-Child-Dance Photograph: (OTV)

ସୋସିଆଲ ମିଡିଆରେ ଓଡ଼ିଶାର ଏକ ସରକାରୀ ସ୍କୁଲ ଛାତ୍ରର ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି। ତାର ହ୍ରିତିକ ଷ୍ଟାଇଲ ଡ୍ୟାନ୍ସ ସଭିଙ୍କ ହୋସ ଉଡ଼ାଉଛି। ଛୋଟ ପିଲାଟି ନିଜ ଶିକ୍ଷକ ଓ ସହପାଠୀମାନଙ୍କ ଆଗରେ ଖୋଲା ହୃଦୟରେ ନାଚୁଥିବାର ଭିଡିଓ ଏବେ ଟ୍ରେଣ୍ଡିଂରେ ଚାଲିଛି। ଯେଉଁଥିରେ ଖୋଦ ବଲିଉଡ଼ ଷ୍ଟାର ହ୍ରିତିକ ରୋଶନ କମେଣ୍ଟ ମଧ୍ୟ କରିଛନ୍ତି।
ମିଳିଥିବା ସୁଚନା ଅନୁଯାୟୀ, ଏହି ଭାଇରାଲ ବୟ ହେଉଛନ୍ତି ମିକୁନ ନାୟକ।

ସେ କଟକ ବାଦାମବାଡ଼ି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୫ମ ଶ୍ରଣୀରେ ପାଠ ପଢ଼ୁଛନ୍ତି। ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ ଶିକ୍ଷକମାନେ ବେଞ୍ଚରେ ବସିଛନ୍ତି ଆଉ ଗୀତ ବାଜିବା ମାତ୍ରେ ମିକୁନ ଆଗକୁ ଆସି ନାଚିବାକୁ ଲାଗୁଛି। ସେ ହ୍ରିତିକ ରୋଶନଙ୍କ ସୁପରହିଟ୍ ଗୀତ ‘ଜନାବ-ଏ-ଅଲୀର ଷ୍ଟେପରେ ଡ୍ୟାନ୍ସ କରୁଛନ୍ତି। ମିକୁନ ନାଚିବା ଆରମ୍ଭ କରିବା ମାତ୍ରେ ତା’ର ସାଙ୍ଗମାନେ ତାକୁ ତାଳିମାରି ଉତ୍ସାହିତ କରୁଛନ୍ତି। ଆଉ ତାର ଏନର୍ଜି ଓ ଆତ୍ମବିଶ୍ୱାସ ଦେଖି ପୁରା ମାହୋଲ ମଜାଦାର ଓ ଉତ୍ସାହରେ ଭରି ଉଠୁଛି। ଏତେ କମ ବୟସରେ ମଧ୍ୟ ଏହି ଗୀତରେ ଥିବା କଷ୍ଚଦାୟକ ହୁକ୍ ଷ୍ଟେପ୍ସକୁ ଅତି ଆରାମରେ କରିପାରୁଛି ମିକୁନି। ଯାହା ସଭିଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି। 

ଶିଶୁ ଦିବସରେ ଅବସରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମିକୁନ ଏହି ସୁନ୍ଦର ଡ୍ୟାନ୍ସ୍ ଷ୍ଟେପ କରିଥିଲା। ଯାହାର ଭିଡ଼ିଓକୁ ଇନ୍‌ଷ୍ଟାଗ୍ରାମରେ ସେୟାର କରାଯାଇଥିଲା। ଆଉ ଏହା ଏତେ ଭାଇରାଲ ହୋଇଯାଇଥିଲା ଯେ ଏଥିରେ ବଲିଉଡ଼ ଅଭିନେତା ହ୍ରିତିକ ରୋଶନ କମେଣ୍ଟ କରିଥିଲେ। ଆଉ ଏତେ କମ ବୟସରେ ଏହି ଦମଦାର ନାଚ ପାଇଁ ତାଙ୍କୁ ପ୍ରଶଂସା କରିଥିଲେ। ଏବେ ଯାଏଁ ମିକୁନର ଏହି ଭିଡ଼ିଓକୁ ୪ ମିଲିୟନରୁ ଅଧିକ ଲୋକ ଦେଖି ସାରିଲେଣି। ଆଉ ସମସ୍ତେ ମିକୁନର ନାଚକୁ ପସନ୍ଦ ମଧ୍ୟ କରିଛନ୍ତି। ଆଉ ତାଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି। ଭିଡ଼ିଓର କମେଣ୍ଟ ସେକ୍ସନ୍ ହାର୍ଟ, ଫାୟାର ଓ କ୍ଲାପ୍ ଇମୋଜିରେ ଭର୍ତ୍ତି ହୋଇଯାଇଛି। ଆଉ ସମସ୍ତେ କହୁଛନ୍ତି ଏଭଳି ପ୍ରତିଭାଙ୍କୁ ପ୍ରୋତ୍ସାହନ ମିଳିଲେ ସେ ନିଶ୍ଚିତ କମାଲ କରି ଦେଖାଇବେ ।

Scroll to Top