H

h

କଣ୍ଠଶିଳ୍ପୀ ହ୍ୟୁମାନ ସାଗର ମାଆଙ୍କ ସାଂଘାତିକ ଅଭିଯୋଗ। ହ୍ୟୁମାନଙ୍କ ମୃତ୍ୟୁ ପାଇଁ ୩ ଜଣଙ୍କୁ ଦାୟୀ କଲେ ଶେଫାଳି ସୁନା। କଣ୍ଠଶିଳ୍ପୀ ଅର୍ପିତା ଚୌଧୁରୀଙ୍କୁ ଦାୟୀ କଲେ ହ୍ୟୁମାନଙ୍କ ମାଆ।

author-image

Humane Mother Allegation

Humane Mother Allegation Photograph: (OTV)

ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ନେଇ ସାଂଘାତିକ ଅଭିଯୋଗ ଆଣିଲେ ତାଙ୍କ ମାଆ। ହ୍ୟୁମାନଙ୍କ ମୃତ୍ୟୁ ପାଇଁ ୩ ଜଣଙ୍କୁ ଦାୟୀ କରିଛନ୍ତି। ଅର୍ପିତା ଚୌଧୁରୀ, ହ୍ୟୁମାନଙ୍କ ଟିମ୍ ସଦସ୍ୟ ପ୍ରଶାନ୍ତ ଏବଂ ପପୁଙ୍କ ନାଁ ନେଇଛନ୍ତି ତାଙ୍କ ମାଆ ଶେଫାଳି ସୁନା। ରୋଗ ନୁହେଁ ବରଂ ଡିପ୍ରେସନରେ ପୁଅର ମୃତ୍ୟୁ ହୋଇଥିବା କହିଛନ୍ତି ମାଆ ଶେଫାଳି।

ଅର୍ପିତାଙ୍କ ନାଁ ନେଇ ତାଙ୍କ ମାଆ କହିଛନ୍ତି, ପୁଅକୁ ବର୍ବାଦ କରି ଧୋଖା ଦେଲା। ଶେଷରେ ଡିପ୍ରେସନରେ ଆସି ପିଅର ମୃତ୍ୟୁ ହୋଇଥିବା କହିଛନ୍ତି ଶେଫାଳି ସୁନା । ଦେହ ଖରାପ ସତ୍ତ୍ୱେ ମୋ ପୁଅକୁ ବ୍ୟବହାର କରାଯାଉଥିଲା। ଦେହ ଖରାପ ବେଳେ ପୁଅକୁ ଷ୍ଟେଜ୍ ସୋ’ କରାଉଥିଲେ ବୋଲି ମ୍ୟାନେଜର ଓ ଆୟୋଜକଙ୍କୁ ଦୋଷ ଦେଲେ ହ୍ୟୁମାନଙ୍କ ମାଆ। ଏନେଇ ଅର୍ପିତା ଚୌଧୁରୀ ଓ ପପୁଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

•    ହ୍ୟୁମାନ୍ ମାଆଙ୍କ ସାଂଘାତିକ ଅଭିଯୋଗ
•    କଣ୍ଠଶିଳ୍ପୀ ହ୍ୟୁମାନ ସାଗର ମାଆଙ୍କ ସାଂଘାତିକ ଅଭିଯୋଗ
•    ହ୍ୟୁମାନଙ୍କ ମୃତ୍ୟୁ ପାଇଁ ୩ ଜଣଙ୍କୁ ଦାୟୀ କଲେ ଶେଫାଳି ସୁନା
•    କଣ୍ଠଶିଳ୍ପୀ ଅର୍ପିତା ଚୌଧୁରୀଙ୍କୁ ଦାୟୀ କଲେ ହ୍ୟୁମାନଙ୍କ ମାଆ
•    ହ୍ୟୁମାନଙ୍କ ଟିମ୍ ସଦସ୍ୟ ପ୍ରଶାନ୍ତ ଏବଂ ପପୁଙ୍କ ନାଁରେ ଅଭିଯୋଗ 
•    ‘ଦେହ ଖରାପ ସତ୍ତ୍ୱେ ମୋ ପୁଅକୁ ବ୍ୟବହାର କରାଯାଉଥିଲା’
•    ‘ଦେହ ଖରାପ ବେଳେ ପୁଅକୁ ଷ୍ଟେଜ୍ ସୋ’ କରାଉଥିଲେ’
•    ମ୍ୟାନେଜର ଓ ଆୟୋଜକଙ୍କୁ ଦୋଷ ଦେଲେ ହ୍ୟୁମାନଙ୍କ ମାଆ

Scroll to Top