H

h

ବସ ଦୁର୍ଘଟଣାରେ ହାଇଦ୍ରାବାଦର ଗୋଟିଏ ପରିବାରର ୧୮ ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଛି। ଯାହାକି ତିନି ପିଢୀର ସଦସ୍ୟ ବୋଲି ଜଣାପଡିଛି। ଏମାନଙ୍କ ମଧ୍ୟରେ ୯ ଜଣ ଶିଶୁ ଥିଲେ। ହାଇଦ୍ରାବାଦ ପୋଲିସ କମିଶନରଙ୍କ ସୂଚନା ଅନୁସାରେ ଏକ ୫୪ ଜଣିଆ ଗ୍ରୁପ୍ ମକ୍କା ଅଭିମୁଖେ ଯାଇଥିଲେ।

author-image

MADINA-TRAGEDY

MADINA-TRAGEDY Photograph: (OTV)

ତୀର୍ଥଯାତ୍ରାରୁ ଶେଷଯାତ୍ରା । ମକ୍କାରୁ ଆରମ୍ଭ, ମଦିନାରେ ଶେଷ । ବସ ଭିତରେ ଜଳିଗଲେ ୪୫ ଭାରତୀୟ । ଡିଜେଲ ଟ୍ୟାଙ୍କରକୁ ମୁହାଁମୁହିଁ ଧକ୍କା ଦେଲା ତୀର୍ଥଯାତ୍ରୀ ବସ
ରାତି ୧ଟା ୩୦ ମିନିଟ। ନିଘୋଡ ନିଦରେ ଶୋଇଯାଇଥିଲେ ସମସ୍ତେ। ହଠାତ ପ୍ରଚଣ୍ଡ ଶବ୍ଦ ଶୁଭିଲା, ଆଖି ଖୋଲିଲା ବେଳକୁ ନିଆଁ ପିଣ୍ଡୁଳାରେ ଥିଲେ ଯାତ୍ରୀ। ମାତ୍ର କେଇ ମିନିଟ ଭିତରେ ଚାହୁଁ ଚାହୁଁ ଜଳିଗଲେ ୪୫ ଯାତ୍ରୀ। ରାତି ହୋଇଥିବାରୁ ବସରେ ଥିବା ଯାତ୍ରୀମାନେ ଶୋଇଥିବାରୁ କେହି ବାହାରିବାକୁ ସମୟ ପାଇନଥିଲେ। ବସଟି ମକ୍କାରୁ ମଦିନାକୁ ବାହାରିଥିଲା। ଗନ୍ତବ୍ୟସ୍ଥଳରେ ପହଞ୍ଚିବାକୁ ଆଉ ୨୫ କିଲୋମିଟର ବାଟ ଥିଲା। ଯାହାକି ଆଉ ୩୦ ମିନିଟର ଯାତ୍ରା। ହେଲେ କାଳ ରାତ୍ରି ଯେମିତି ଛକି ବସିଥିଲା।

ବସରେ ପୁରୁଷ-ମହିଳା ଓ ଛୋଟ ପିଲାଙ୍କ ସହ ୪୬ ଜଣ ଯାତ୍ରୀ ଥିଲେ। ତେବେ ଡ୍ରାଇଭରଙ୍କ ପାଖରେ ବସିଥିବା ଜଣେ ଯାତ୍ରୀ ମହମ୍ମଦ ଅବଦୁଲ ଶୋଏବ ଛିଟକି ପଡିବାରୁ ସୌଭାଗ୍ୟକୁ ବର୍ତ୍ତି ଯାଇଛନ୍ତି। ଏବେ ସେ ମଦିନାର ଜର୍ମାନ ହସ୍ପିଟାଲରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ମୃତାହତ ସମସ୍ତେ ତେଲେଙ୍ଗାନା ରାଜ୍ୟର ହାଇଦ୍ରାବାଦ ଅଞ୍ଚଳର। ସ୍ଥାନୀୟ ଲୋକେ ଏକ ଗ୍ରୁପ ହୋଇ ମକ୍କା ଅଭିମୁଖେ ବାହାରିଥିଲେ। ଘଟଣା ସାମନାକୁ ଆସିବା ପରେ ତେଲେଙ୍ଗନା ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡି ରିୟାଦ୍ ସ୍ଥିତ ଭାରତୀୟ ଦୂତାବାସ ସହ ଯୋଗାଯୋଗ କରିଛନ୍ତି। ରେସିଡେଣ୍ଟ କମିଶନରଙ୍କୁ ତେଲେଙ୍ଗାନାରୁ କେତେଜଣ ମୃତ ଓ ଆହତ ହୋଇଛନ୍ତି ତାର ସଠିକ ତଥ୍ୟ ସଂଗ୍ରହ କରିବାକୁ ଦାୟିତ୍ୱ ଦିଆଯାଇଛି। ସେପଟେ ରାଜ୍ୟ ସଚିବାଳୟରେ ଏକ ନିୟନ୍ତ୍ରଣ କକ୍ଷ ବି ଖୋଲାଯାଇଛି। ଦିଲ୍ଲୀରେ ଥିବା ତେଲେଙ୍ଗାନା ଭବନରେ ମଧ୍ୟ ଏକ କଣ୍ଟ୍ରୋଲରୁମ ଖୋଲାଯାଇଛି। ତେଲେଙ୍ଗାନା ବିଧାୟକଙ୍କ ସହ ଏକ ଟିମ ସାଉଦି ଅଭିମୁଖେ ଯାତ୍ରା କରିଛି। 

ବସ ଦୁର୍ଘଟଣାରେ ହାଇଦ୍ରାବାଦର ଗୋଟିଏ ପରିବାରର ୧୮ ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଛି। ଯାହାକି ତିନି ପିଢୀର ସଦସ୍ୟ ବୋଲି ଜଣାପଡିଛି। ଏମାନଙ୍କ ମଧ୍ୟରେ ୯ ଜଣ ଶିଶୁ ଥିଲେ। ହାଇଦ୍ରାବାଦ ପୋଲିସ କମିଶନରଙ୍କ ସୂଚନା ଅନୁସାରେ ଏକ ୫୪ ଜଣିଆ ଗ୍ରୁପ୍ ମକ୍କା ଅଭିମୁଖେ ଯାଇଥିଲେ। ତେବେ ମକ୍କାରୁ 8 ଜଣଙ୍କୁ ଛାଡ଼ି ବାକି 46 ଜଣ ବସ୍ ଯୋଗେ ମଦିନା ଯାଉଥିଲା ବେଳେ ଏହି ଅଘଟଣ ଘଟିଛି। ଏଇ ଭୟାବହ ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ସମବେଦନା ଜଣାଇବା ସହିତ ଅଧିକାରୀମାନେ ସାଉଦି ସରକାରଙ୍କ ସହ ଯୋଗଯୋଗରେ ଥିବା ସୋସିଆଲ ମିଡିଆରେ ପୋଷ୍ଟ କରିିଛନ୍ତି। 

ଆସନ୍ତା ୨୩ରେ ସମସ୍ତ ତୀର୍ଥଯାତ୍ରୀ ଭାରତ ଫେରି ଆସି ଥାଆନ୍ତେ। ହେଲେ ତୀର୍ଥଯାତ୍ରା ହିଁ ହେଇଗଲା ମହାଯାତ୍ରା। ମଦିନା ହେଉଛି ଇସଲାମ ଧର୍ମାବଲମ୍ବୀଙ୍କ ପାଇଁ ଦ୍ବିତୀୟ ପବିତ୍ର ସହର। ପଶ୍ଚିମ ସାଉଦି ଆରବରେ ଥିବା ଏହି ସହର ମକ୍କା ପରେ ବେଶ ଗୁରୁତ୍ବ ବହନ କରିଥାଏ। ତେଣୁ ଯେଉଁମାନେ ମକ୍କା ଆସିଥାଆନ୍ତି ସେମାନେ ଏଠାକୁ ତୀର୍ଥ ଭ୍ରମଣରେ ଆସିଥାଆନ୍ତି।…

Scroll to Top