H

h

ବିସ୍ଫୋରଣ ପରେ ଦିଲ୍ଲୀରେ ହାଇଆଲର୍ଟ । ବିସ୍ଫୋରଣ ସ୍ଥଳରେ NIA  ଓ NSG ଟିମର ତନାଘନା । ଦିଲ୍ଲୀ ଲାଲ୍‌କିଲ୍ଲା ନିକଟରେ ଏକ କାରରେ ବିସ୍ଫୋରଣ ଘଟିଛି । ଏଥିରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି ।

author-image

high alert

high alert Photograph: (OTV)

ବିସ୍ଫୋରଣ ପରେ ଦିଲ୍ଲୀ ଓ ମୁମ୍ବାଇରେ ହାଇଆଲର୍ଟ । ବିସ୍ଫୋରଣ ସ୍ଥଳରେ NIA  ଓ NSG ଟିମର ତନାଘନା । ଦିଲ୍ଲୀ ଲାଲ୍‌କିଲ୍ଲା ନିକଟରେ ଏକ କାରରେ ବିସ୍ଫୋରଣ ଘଟିଛି । ଏଥିରେ ୧୦ଜଣଙ୍କ  ମୃତ୍ୟୁ ହୋଇଛି । ୩୦ଜଣ ବିସ୍ଫୋରଣରେ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ୩ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି ।

ସେମାନଙ୍କୁ ଚିକିତ୍ସା ପାଇଁ ହସପିଟାଲ ସ୍ଥାନାନ୍ତର କରାଯାଇଛି । ମେଟ୍ରୋ ଷ୍ଟେସନ ଗେଟ୍ ୧ ନିକଟ ପାର୍କିଂରେ ବିସ୍ଫୋରଣ ହୋଇଛି । ବିସ୍ଫୋରଣ ପରେ ହୁତୁହୁତୁ ହୋଇ ଜଳିଲା କାର୍‌ । ଆଉ ୮ଟି ଗାଡ଼ି ମଧ୍ୟ ବିସ୍ଫୋରଣରେ ଜଳିଗଲା । ଘଟଣାସ୍ଥଳରେ ପହଞ୍ଚିଲା ପୋଲିସ ଟିମ୍ । ବିସ୍ଫୋରଣ ପରେ ଦିଲ୍ଲୀରେ ହାଇଆଲର୍ଟ ଜାରି ହୋଇଛି । ନିଆଁ ଲିଭାଇବାକୁ ୭ଟି ଦମକଳ ଗାଡ଼ି ପହଞ୍ଚିଛି । କେଉଁ ପରିସ୍ଥିତିରେ ବିସ୍ଫୋରଣ ଘଟିଲା ତାର ତଦନ୍ତ ଚାଲିଛି । 

ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି । ସ୍ଥିତି ବାବଦରେ ପଚାରି ବୁଝିଲେ ପ୍ରଧାନମନ୍ତ୍ରୀ ମୋଦି । ସେପଟେ IB ମୁଖ୍ୟଙ୍କ ସହ କଥା ହେଲେ ଗୃହ ମନ୍ତ୍ରୀ ଅମିତ ଶାହ । ଦିଲ୍ଲୀ ପୋଲିସ ସହ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଆଲୋଚନା କରିଛନ୍ତି । 

#IB_ମୁଖ୍ୟଙ୍କ_ସହ_କଥା_ହେଲେ_ଶାହ
-IB ମୁଖ୍ୟଙ୍କ ସହ କଥା ହେଲେ ଗୃହ ମନ୍ତ୍ରୀ ଅମିତ ଶାହ
-ଦିଲ୍ଲୀ ପୋଲିସ ସହ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଆଲୋଚନା#AmitShah#DelhiBlast#RedFortBlast#HighAlert#OTVpic.twitter.com/b8MEe1naZj

— ଓଟିଭି (@otvkhabar) November 10, 2025

Scroll to Top