H

h

ଇତିହାସର ସବୁଠାରୁ ଶକ୍ତିଶାଳୀ ମହାବାତ୍ୟା । ୧୯୯୯ଠୁ ବି ଆହୁରି ଭୟଙ୍କର । ଭାସିଗଲା ଶହଶହ କାର୍ । ଭାସିଗଲେ ଜୀବଜନ୍ତୁ-ମଣିଷ । ନିମିଷକରେ ମାଟିରେ ମିଶିଗଲା ବଡ଼ ବଡ଼ କୋଠା ।

author-image

MELISSA-CYCLONE

MELISSA-CYCLONE Photograph: (OTV)

ଇତିହାସର ସବୁଠାରୁ ଶକ୍ତିଶାଳୀ ମହାବାତ୍ୟା । ୧୯୯୯ଠୁ ବି ଆହୁରି ଭୟଙ୍କର । ଭାସିଗଲା ଶହଶହ କାର୍ । ଭାସିଗଲେ ଜୀବଜନ୍ତୁ-ମଣିଷ । ନିମିଷକରେ ମାଟିରେ ମିଶିଗଲା ବଡ଼ ବଡ଼ କୋଠା । ଏ ଶକ୍ତିଶାଳୀ ମହାବାତ୍ୟା ‘ମେଲିସା’  ତାଣ୍ଡବ କରିଛି ଉତ୍ତର ଆମେରିକାର ଜମାଇକା ଅଞ୍ଚଳରେ । ଓଡ଼ିଶାର ୧୯୯୯ ମହାବାତ୍ୟାଠୁ ଆହୁରି ଭୟଙ୍କର ରୂପ ଦେଖାଇଛି । ଅଖି ପିଛୁଳାକେ ସବୁ ଧ୍ବସ୍ତବିଧ୍ବସ୍ତ କରିଛି । କୋଟି କୋଟି ଟଙ୍କାର ସମ୍ପତ୍ତିକୁ ମାଟିରେ ମିଶାଇଛି । ଆଉ ଜୀବନ ନେଇଛି ଏ ମଣିଷମରା ମହାଶକ୍ତିଶାଳୀ ବାତ୍ୟା । 

ସ୍ଥଳଭାଗ ଛୁଇଁବା ପରେ ‘ମେଲିସା’ ର ଉଗ୍ର ରୂପ ସାରା ବିଶ୍ବ ଦେଖିଛି । ଆକାଶ ପଥରୁ ଆମେରିକା ବାୟୁସେନା ଉଠାଇଥିବା ଏ ଭିଡ଼ିଓ ଏବେ ଭାଇରାଲ ହେଉଛି । ଆଟଲାଣ୍ଟିକ ଇତିହାସର ସବୁଠୁ ମହାଶକ୍ତିଶାଳୀ ବାତ୍ୟା ବୋଲି ଇତିହାସରେ ନାଁ ଲେଖି ଦେଇଛି ‘ମେଲିସା’ । ଜମାଇକାରେ ଘଣ୍ଟାପ୍ରତି ପ୍ରାୟ ୩୦୦ କିଲୋମିଟର ବେଗରେ ପବନ ବହିଛି । ଭୟଙ୍କର ଭାବେ ତାଣ୍ଡବ ରଚିଛି । ଭାଙ୍ଗିଯାଇଛି ବିରାଟ ବିରାଟ ଗଛ, ଉଡ଼ାଇନେଇଛି ବଡ଼ ବଡ଼ କୋଠା । ଚାରିଆଡ଼େ ବ୍ୟାପକ କ୍ଷୟକ୍ଷତି କରିଛି ‘ମେଲିସା’ । ଗାଁ ଗଣ୍ଡାଠୁ ଆରମ୍ଭ କରି ଗୋଟିଏ ଗୋଟିଏ ସହର ଧ୍ବଂସସ୍ତୂପରେ ପରିଣତ କରିଛି । ସବୁଠି କେବଳ ହାହାକାର ଦୃଶ୍ୟ ଦେଖିବାକୁ ମିଳୁଛି । ଅଥଳ ପାଣି ଭିତରେ ବୁଡ଼ି ରହିଛି ସହର । ଆଉ କେଉଁଠି ପାହାଡ଼ ଭୟଙ୍କର ଭାବେ ଧସିଛି । ଲ୍ୟାଣ୍ଡଫଲ୍ ବେଳେ ସମୁଦ୍ରରୁ ପ୍ରାୟ ୧୦ରୁ ୨୦ ଫୁଟ୍ ଉଚ୍ଚର ଜୁଆର ଆସି ସବୁ କିଛିକୁ ନଷ୍ଟ କରିଛି । 

କୁହାଯାଉଛି, ଆଟଲାଣ୍ଟିକ ଇତିହାସରେ ୧୮୫୧ରୁ ଏଭଳି ଶକ୍ତିଶାଳୀ ବାତ୍ୟା କେବେ ସୃଷ୍ଟି ହୋଇନଥିଲା । ଏହାକୁ କ୍ୟାଟେଗୋରୀ-୪ ହରିକେନ୍ ବୋଲି କୁହାଯାଉଛି । ଲ୍ୟାଣ୍ଡଫଲ ସମୟରେ ଘଣ୍ଟାପ୍ରତି ୨୯୫ରୁ ୩୦୦ କିଲୋମିଟର ବେଗରେ ବହିଲା ପବନ । ୩୫୦ କିଲୋମିଟର ଛୁଇଁଲା ଝଟକା ପବନର ବେଗ । ମହାବାତ୍ୟା ମେଲିସାର ତାଣ୍ଡବରେ ଅନେକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ମୃତ୍ୟୁସଂଖ୍ୟା ଏ ଯାଏଁ ସ୍ପଷ୍ଟ ହୋଇପାରିନି । ବର୍ତ୍ତମାନ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି ଉଦ୍ଧାର କାର୍ଯ୍ୟ ।୧୯୯୯ରେ ଓଡ଼ିଶାରେ ହୋଇଥିବା ମହାବାତ୍ୟାଠାରୁ ଆହୁରି ଶକ୍ତିଶାଳୀ ହେଉଛି ମେଲିସା ।

Scroll to Top