ରାସ୍ତାକଡରେ ଶୋଉଥିବା ତରାସ ମାଉସୀଙ୍କ ଦୁଃଖ ଜାଣିବା ପରେ ନିଜେ ଜିଲ୍ଲାପାଳ ତାଙ୍କୁ ଭେଟିଥିଲେ । ତରାସଙ୍କ ସବୁ ଦୁଃଖ ଶୁଣି ତାଙ୍କୁ ଘରଟିଏ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ ।
/odishatv-khabar/media/media_files/2025/10/30/subarnapur-collector-help-2025-10-30-15-28-05.jpg)
Subarnapur-Collector-Help Photograph: (OTV)
ଆମ କାହାଣୀର ନାୟିକାଙ୍କୁ ଭେଟନ୍ତୁ । ଆଖି ସିନା ସବୁବେଳେ ଭିଜା ଭିଜା, ହେଲେ ମନଟା ତାଙ୍କର ପଶୁ ପକ୍ଷୀ ଓ ଗାଈ ଗୋରୁଙ୍କ ପାଇଁ ମା’ଟିଏ । ଲୋକେ ତାଙ୍କୁ ଡାକନ୍ତି ତରାସ ମାଉସୀ ।
ଆଉ ଜଣେ ହେଲେ ସୁବର୍ଣ୍ଣପୁରର ସୁପରଷ୍ଟାର । ଲୋକଙ୍କ ମୁହଁରେ ସେ ଷ୍ଟାର । ଆମେ କହୁନାହୁ । ନାଁକୁ ସିନା ସେ ସରକାରୀ ଅଧିକାରୀ । ହେଲେ ଦୁଃଖୀଙ୍କ ପାଇଁ ସେ ସତସତିକା ଚଳନ୍ତି ଭଗବାନ ।
ରାସ୍ତାକଡରେ ଶୋଉଥିବା ତରାସ ମାଉସୀଙ୍କ ଦୁଃଖ ଜାଣିବା ପରେ ନିଜେ ଜିଲ୍ଲାପାଳ ତାଙ୍କୁ ଭେଟିଥିଲେ । ତରାସଙ୍କ ସବୁ ଦୁଃଖ ଶୁଣି ତାଙ୍କୁ ଘରଟିଏ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ଆଉ ସେ କଥାକୁ ଜିଲ୍ଲାପାଳ ଏବେ ପାଳନ କରିଛନ୍ତି । ତରାସଙ୍କୁ ଘରଟିଏ ଦେଇଛି ପ୍ରଶାସନ । ଆଉ ଘରଟିଏ ପାଇ ତରାସ ହସ ହସ ମୁହଁରେ ସରକାରଙ୍କ ସମସ୍ତ ଅଧିକାରୀଙ୍କୁ ଧନ୍ୟବାଦ ଦେଇଛନ୍ତି ।
ସୋନପୁର ସହରର ତରାସ ବାଘ ହେଉଛନ୍ତି ବେଶ୍ ପରିଚିତା । ଜୀବଜନ୍ତୁଙ୍କ ପାଇଁ ଯାହାଙ୍କ ପ୍ରାଣ ସବୁବେଳେ କାନ୍ଦୁଥାଏ । ନିଜେ ନଖାଇ ନପିଇ ଭିକ୍ଷାବୃତି କରି ଗାଈ ଓ ବିଲେଇମାନଙ୍କୁ ଖାଇବା ଦିଅନ୍ତି । ସେମାନଙ୍କ ଯତ୍ନ ନିଅନ୍ତି । ଯେଉଁ ବାରଣ୍ଡାରେ ପାରନ୍ତି ସେଇଠି ଶୋଇପଡ଼ନ୍ତି । ହେଲେ ଗାଈ ଓ ବିଲେଇମାନଙ୍କ କିଛି ଅସୁବିଧା ହେଲେ କାନ୍ଦନ୍ତି । ଏ ସବୁ ଜାଣିବା ପରେ ନିଜେ ଜିଲ୍ଲାପାଳ ତାଙ୍କ ନିକଟକୁ ଆସି ଦୁଃଖ ବୁଝିଥିଲେ । ଆଉ ଏବେ ଜିଲ୍ଲା ପ୍ରାଣୀ ଚିକିତ୍ସା ବିଭାଗର ଘରକୁ ମରାମତି କରି ସେଥିରେ ବିଦ୍ୟୁତ, ପିଇବା ପାଣିର ସୁବିଧା ଓ ତା’ ସହ ଅନ୍ୟାନ୍ୟ ଆନୁସାଙ୍ଗିକ ବ୍ୟବସ୍ଥା କରି ତରାସ ମାଉସୀଙ୍କୁ ସେହି ଘରେ ଛାଡିଛି ପ୍ରଶାସନ ।




